ଆଶ୍ଚର୍ଯ୍ୟଜନକ ବିବରଣୀ
ବାଇବେଲରେ ନୂତନ ନାମ
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆର 16ଟି ଅଂଶ, ଧାଡ଼ି ପରେ ଧାଡ଼ି।
ଉଦାହରଣ
- ଅବ୍ରାମ ଅବ୍ରହାମ ହେଲେଆଦି 17:5
ପଦଗୁଡ଼ିକ
ଆଦି 17:5ପୁଣି, ତୁମ୍ଭ ନାମ ଅବ୍ରାମ ଆଉ ରହିବ ନାହିଁ, ମାତ୍ର ଅବ୍ରହାମ ହେବ। ଯେହେତୁ ଆମ୍ଭେ ତୁମ୍ଭକୁ ଅନେକ ଗୋଷ୍ଠୀର ଆଦିପିତା କଲୁ।
- ସାରୀ ସାରା ହେଲେଆଦି 17:15
ପଦଗୁଡ଼ିକ
ଆଦି 17:15ତହିଁ ଉତ୍ତାରେ ପରମେଶ୍ୱର ଅବ୍ରହାମଙ୍କୁ କହିଲେ, “ତୁମ୍ଭେ ଆପଣା ଭାର୍ଯ୍ୟା ସାରୀକୁ ଆଉ ସାରୀ ବୋଲି ଡାକ ନାହିଁ; ତାହାର ନାମ ସାରା ହେଲା।
- ଯାକୁବ ଇସ୍ରାଏଲ ହେଲେଆଦି 32:28
ପଦଗୁଡ଼ିକ
ଆଦି 32:28ସେ କହିଲେ, “ତୁମ୍ଭେ ଯାକୁବ ନାମରେ ଆଉ ବିଖ୍ୟାତ ହେବ ନାହିଁ, ମାତ୍ର ଇସ୍ରାଏଲ ନାମରେ ବିଖ୍ୟାତ ହେବ; କାରଣ, ତୁମ୍ଭେ ପରମେଶ୍ୱର ଓ ମନୁଷ୍ୟ ସହିତ ଯୁଦ୍ଧ କରି ଜୟୀ ହୋଇଅଛ।”
- ରାହେଲ ପୁତ୍ରର ନାମ ବିନୋନୀ ରଖିଲେ; ତାହାର ପିତା ତାହାକୁ ବିନ୍ୟାମୀନ୍ କହିଲେଆଦି 35:18
ପଦଗୁଡ଼ିକ
ଆଦି 35:18ତଥାପି ସେ ମଲା, ପୁଣି, ପ୍ରାଣତ୍ୟାଗ ସମୟରେ ପୁତ୍ରର ନାମ ବିନୋନୀ ରଖିଲା; ମାତ୍ର ତାହାର ପିତା ତାହାର ନାମ ବିନ୍ୟାମୀନ୍ ରଖିଲେ।
- ଫାରୋ ଯୋଷେଫଙ୍କ ନାମ ସାଫନତ୍-ପାନେହ ରଖିଲେଆଦି 41:45
ପଦଗୁଡ଼ିକ
ଆଦି 41:45ପୁଣି, ଫାରୋ ଯୋଷେଫଙ୍କର ନାମ “ସାଫନତ୍-ପାନେହ ରଖିଲେ;” ପୁଣି, ଓନ୍ ନଗର ନିବାସୀ ପୋଟୀଫେର ନାମକ ଯାଜକର ଆସନତ୍ ନାମ୍ନୀ କନ୍ୟା ସହିତ ତାଙ୍କର ବିବାହ ଦେଲେ। ଏଥିଉତ୍ତାରେ ଯୋଷେଫ ସମୁଦାୟ ମିସର ଦେଶରେ ଗମନାଗମନ କରିବାକୁ ଲାଗିଲେ।
- ମୋଶା ନୂନଙ୍କ ପୁତ୍ର ହୋଶେୟଙ୍କୁ ଯିହୋଶୂୟ ନାମ ଦେଲେଗଣ 13:16
ପଦଗୁଡ଼ିକ
ଗଣ 13:16ମୋଶା ଯେଉଁ ଲୋକମାନଙ୍କୁ ଦେଶ ଅନୁସନ୍ଧାନ କରିବାକୁ ପଠାଇଥିଲେ, ସେମାନଙ୍କର ନାମ ଏହି, ଆଉ ମୋଶା, ନୂନର ପୁତ୍ର ହୋଶେୟଙ୍କୁ ଯିହୋଶୂୟ ନାମ ଦେଲେ।
- ନୟମୀ: ମୋତେ ନୟମୀ ବୋଲି ନ ଡାକ, ମାରା ବୋଲି ଡାକରୂତ 1:20
ପଦଗୁଡ଼ିକ
ରୂତ 1:20ତେଣୁ ସେ ସେମାନଙ୍କୁ କହିଲା, “ମୋତେ ନୟମୀ (ମଧୁର) ବୋଲି ନ ଡାକ, ପୁଣି ମାରା (ତିକ୍ତ) ବୋଲି ଡାକ; ଯେହେତୁ ସର୍ବଶକ୍ତିମାନ ମୋʼ ପ୍ରତି ଅତି ତିକ୍ତ ବ୍ୟବହାର କରିଅଛନ୍ତି।
- ଶଲୋମନଙ୍କୁ ଯିଦିଦୀୟ ନାମ ମଧ୍ୟ ଦିଆଗଲାଦ୍ଵି.ଶା 12:24–25
ପଦଗୁଡ଼ିକ
ଦ୍ଵି.ଶା 12:24–25ଏଥିଉତ୍ତାରେ ଦାଉଦ ଆପଣା ଭାର୍ଯ୍ୟା ବତ୍ଶେବାକୁ ସାନ୍ତ୍ୱନା କଲେ ଓ ତାହା ନିକଟକୁ ଯାଇ ତାହାର ସହବାସ କଲେ; ଏଥିଉତ୍ତାରେ ବତ୍ଶେବା ପୁତ୍ର ପ୍ରସବ କରନ୍ତେ, ଦାଉଦ ତାହାର ନାମ ଶଲୋମନ ଦେଲେ, ଆଉ ସଦାପ୍ରଭୁ ତାହାକୁ ପ୍ରେମ କଲେ। ପୁଣି ସେ ନାଥନ ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା କହି ପଠାନ୍ତେ, ସଦାପ୍ରଭୁଙ୍କ ସକାଶୁ ସେ ତାହାର ନାମ ଯିଦିଦୀୟ ଦେଲେ।
- ଫାରୋ-ନଖୋ ଇଲୀୟାକୀମ୍ଙ୍କ ନାମ ବଦଳାଇ ଯିହୋୟାକୀମ୍ ରଖିଲେଦ୍ଵି.ରା 23:34
ପଦଗୁଡ଼ିକ
ଦ୍ଵି.ରା 23:34ତହୁଁ ଫାରୋ-ନଖୋ ଯୋଶୀୟଙ୍କର ପୁତ୍ର ଇଲିୟାକୀମ୍ଙ୍କୁ ତାଙ୍କର ପିତା ଯୋଶୀୟଙ୍କର ପଦରେ ରାଜା କଲା ଓ ତାଙ୍କର ନାମ ବଦଳାଇ ଯିହୋୟାକୀମ୍ ରଖିଲା; ମାତ୍ର ସେ ଯିହୋୟାହସ୍ଙ୍କୁ ନେଇଗଲା; ଆଉ ସେ ମିସରରେ ଉପସ୍ଥିତ ହୋଇ ସେଠାରେ ମଲେ।
- ବାବିଲର ରାଜା ମତ୍ତନୀୟଙ୍କ ନାମ ବଦଳାଇ ସିଦିକୀୟ ରଖିଲେଦ୍ଵି.ରା 24:17
ପଦଗୁଡ଼ିକ
ଦ୍ଵି.ରା 24:17ପୁଣି ବାବିଲର ରାଜା ଯିହୋୟାଖୀନ୍ର ପିତୃବ୍ୟ ମତ୍ତନୀୟଙ୍କୁ ତାଙ୍କର ପଦରେ ରାଜା କଲା ଓ ତାଙ୍କ ନାମ ବଦଳାଇ ସିଦିକୀୟ ରଖିଲା।
- ଦାନିୟେଲ, ହନାନୀୟ, ମୀଶାୟେଲ, ଅସରୀୟ: ବେଲ୍ଟଶତ୍ସର, ଶଦ୍ରକ୍, ମୈଶକ୍, ଅବେଦ୍ନଗୋଦାନି 1:7
ପଦଗୁଡ଼ିକ
ଦାନି 1:7ପୁଣି, ନପୁଂସକାଧିପତି ସେମାନଙ୍କୁ ନାମ ଦେଲା; ସେ ଦାନିୟେଲଙ୍କୁ ବେଲ୍ଟଶତ୍ସର, ହନାନୀୟଙ୍କୁ ଶଦ୍ରକ୍, ମୀଶାୟେଲଙ୍କୁ ମୈଶକ୍ ଓ ଅସରୀୟକୁ ଅବେଦ୍ନଗୋ ନାମ ଦେଲା।
- ଶିମୋନଙ୍କୁ କୈଫା, ଅର୍ଥାତ୍ ପିତର କୁହାଗଲାଯୋହ 1:42
ପଦଗୁଡ଼ିକ
ଯୋହ 1:42ସେ ତାହାଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ। ଯୀଶୁ ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, “ତୁମ୍ଭେ ଯୋହନଙ୍କ ପୁତ୍ର ଶିମୋନ। ତୁମ୍ଭେ କୈଫା (ଅର୍ଥାତ୍ ପିତର) ନାମରେ ଖ୍ୟାତ ହେବ।”
- ଯାକୁବ ଓ ଯୋହନଙ୍କୁ ବିନେରିଗୋଷ୍, ମେଘନାଦର ପୁତ୍ର ନାମ ଦିଆଗଲାମାର୍କ 3:17
ପଦଗୁଡ଼ିକ
ମାର୍କ 3:17ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ, ଯେଉଁମାନଙ୍କୁ ସେ ବିନେରିଗୋଷ୍, ଅର୍ଥାତ୍ ମେଘନାଦର ପୁତ୍ର ବୋଲି ଉପନାମ ଦେଲେ;
- ସାଇପ୍ରସ୍ର ଯୋଷେଫଙ୍କୁ ବର୍ଣ୍ଣବ୍ବା, ସାନ୍ତ୍ୱନାର ପୁତ୍ର କୁହାଗଲାପ୍ରେରି 4:36
ପଦଗୁଡ଼ିକ
ପ୍ରେରି 4:36ପୁଣି, ଯୋଷେଫ, ସାଇପ୍ରସ୍ ଦ୍ବୀପରୁ ଲେବୀ ବଂଶଜାତ ଜଣେ ଲୋକ, ଯାହାଙ୍କୁ ପ୍ରେରିତମାନେ ବର୍ଣ୍ଣବ୍ବା ବୋଲି ଉପନାମ ଦେଇଥିଲେ (ଅର୍ଥାତ୍ ସାନ୍ତ୍ୱନାର ପୁତ୍ର),
- ଶାଉଲ, ଯାହାଙ୍କୁ ପାଉଲ ମଧ୍ୟ କୁହାଯାଏପ୍ରେରି 13:9
ପଦଗୁଡ଼ିକ
ପ୍ରେରି 13:9ମାତ୍ର ଶାଉଲ, ଯାହାକୁ ପାଉଲ ମଧ୍ୟ କହନ୍ତି, ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ତାହାକୁ ନିରୀକ୍ଷଣ କରି କହିଲେ,
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର