Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ବିଷୟ › ବାମହସ୍ତୀ ଲୋକ

ଆଶ୍ଚର୍ଯ୍ୟଜନକ ବିବରଣୀ

ବାଇବେଲରେ ବାମହସ୍ତୀ ଲୋକ

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆର 5ଟି ଅଂଶ, ଧାଡ଼ି ପରେ ଧାଡ଼ି।

  • ଗେରାର ପୁତ୍ର ଏହୂଦ ଜଣେ ବାମହସ୍ତୀ ବିନ୍ୟାମୀନ୍ ବଂଶୀୟ ଥିଲେବିଚାର 3:15
    ପଦଗୁଡ଼ିକ
    ବିଚାର 3:15ତହୁଁ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରନ୍ତେ, ସଦାପ୍ରଭୁ ସେମାନଙ୍କ ପାଇଁ ଉଦ୍ଧାରକର୍ତ୍ତା ରୂପେ ବିନ୍ୟାମୀନ୍ ବଂଶୀୟ ଗେରାର ପୁତ୍ର ଏହୂଦକୁ ଉତ୍ପନ୍ନ କଲେ, ସେ ବାଁହାତିଆ ଥିଲେ। ପୁଣି ଇସ୍ରାଏଲ-ସନ୍ତାନଗଣ ତାହା ଦ୍ୱାରା ମୋୟାବୀୟ ରାଜା ଇଗ୍ଲୋନ ନିକଟକୁ ଭେଟି ପଠାଇଲେ।
  • ସେ ଏକ ହାତ ଲମ୍ବା ଖଣ୍ଡା ଆପଣା ଡାହାଣ ଜଙ୍ଘରେ ବାନ୍ଧିଲେବିଚାର 3:16
    ପଦଗୁଡ଼ିକ
    ବିଚାର 3:16ତହିଁରେ ଏହୂଦ ଆପଣା ନିମନ୍ତେ ଏକ ହସ୍ତ ଦୀର୍ଘ ଦ୍ୱିଧାର ଖଡ୍ଗ ନିର୍ମାଣ କରାଇ ଆପଣା ଦକ୍ଷିଣ ଜଙ୍ଘରେ ବସ୍ତ୍ର ଭିତରେ ବାନ୍ଧିଲେ।
  • ବାମ ହାତରେ ତାହା କାଢ଼ି ସେ ରାଜା ଇଗ୍ଲୋନକୁ ବଧ କଲେବିଚାର 3:21–22
    ପଦଗୁଡ଼ିକ
    ବିଚାର 3:21–22ତେବେ ଏହୂଦ ଆପଣା ବାମ ହସ୍ତ ବଢ଼ାଇ ଦକ୍ଷିଣ ଜଙ୍ଘରୁ ଖଡ୍ଗ ନେଇ ତାହାର ପେଟ ଭୁସିଲେ; ତହିଁରେ ଖଡ୍ଗ ସହିତ ମୁଠା ମଧ୍ୟ ପଶିଗଲା, ଆଉ ଖଡ୍ଗ ଚର୍ବିରେ ଲାଖି ରହିବାରୁ ସେ ତାହା ପେଟରୁ ବାହାର କଲେ ନାହିଁ ଓ ଖଡ୍ଗ ପଛଭାଗରେ ବାହାରିଲା।
  • ବିନ୍ୟାମୀନ୍‍ର 700 ବାମହସ୍ତୀ ଲୋକ ଫିଙ୍ଗାରେ କେଶ ପ୍ରତି ପଥର ମାରିପାରୁଥିଲେବିଚାର 20:16
    ପଦଗୁଡ଼ିକ
    ବିଚାର 20:16ଏହି ଲୋକସମୂହ ମଧ୍ୟରେ ସାତ ଶହ ବଛା ଲୋକ ବାଁହାତିଆ ଥିଲେ; ସେମାନେ ପ୍ରତ୍ୟେକେ ବଣା ନ ହୋଇ ଏକ କେଶକୁ ହିଁ ଲକ୍ଷ୍ୟ କରି ଛାଟିଣୀ ମାରି ପାରନ୍ତି।
  • ଦାଉଦଙ୍କ ବିନ୍ୟାମୀନ୍ ବଂଶୀୟ ଧନୁର୍ଦ୍ଧାରୀମାନେ ଉଭୟ ହାତରେ ପଥର ଓ ତୀର ମାରୁଥିଲେପ୍ର.ବଂ 12:2
    ପଦଗୁଡ଼ିକ
    ପ୍ର.ବଂ 12:2ସେମାନେ ଧନୁର୍ଦ୍ଧାରୀ, ଆଉ ଦକ୍ଷିଣ ଓ ବାମ ଉଭୟ ହସ୍ତରେ ଛାଟିଣୀ-ପ୍ରସ୍ତର ଓ ଧନୁରୁ ତୀର କ୍ଷେପଣ କରିବାରେ ନିପୁଣ ଥିଲେ; ସେମାନେ ଶାଉଲଙ୍କର ଜ୍ଞାତି ବିନ୍ୟାମୀନୀୟ ଲୋକ ଥିଲେ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର