Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ବିଷୟ › ହିମ

ଆଶ୍ଚର୍ଯ୍ୟଜନକ ବିବରଣୀ

ବାଇବେଲରେ ହିମ

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆର 17ଟି ଅଂଶ, ଧାଡ଼ି ପରେ ଧାଡ଼ି।

  • ହିମପାତ ଦିନରେ ବନାୟ ଗର୍ତ୍ତ ମଧ୍ୟରେ ଏକ ସିଂହକୁ ବଧ କଲେଦ୍ଵି.ଶା 23:20
    ପଦଗୁଡ଼ିକ
    ଦ୍ଵି.ଶା 23:20ଆଉ ପରାକ୍ରାନ୍ତ କର୍ମକାରୀ କବ୍‍ସେଲୀୟ ଏକ ବିକ୍ରମୀ ପୁରୁଷର ପୌତ୍ର, ଯିହୋୟାଦାର ପୁତ୍ର ଯେ ବନାୟ, ସେ ମୋୟାବୀୟ ଅରୀୟଲର ଦୁଇ ପୁତ୍ରଙ୍କୁ ବଧ କଲା; ମଧ୍ୟ ସେ ହିମପାତ ସମୟରେ ଯାଇ ଗର୍ତ୍ତ ମଧ୍ୟରେ ଏକ ସିଂହକୁ ବଧ କଲା।
  • ଲିବାନୋନର ହିମ କʼଣ କେବେ ତାହାର ଢାଲୁ ଛାଡ଼େ?ଯିରି 18:14
    ପଦଗୁଡ଼ିକ
    ଯିରି 18:14ଲିବାନୋନର ହିମ କି କ୍ଷେତ୍ରସ୍ଥ ଶୈଳରେ ଅଭାବ ହେବ? କିଅବା ଦୂରରୁ ପ୍ରବାହିତ ସୁଶୀତଳ ଜଳସ୍ରୋତ କି ଶୁଷ୍କ ହେବ?
  • ବରଫ ଓ ତରଳୁଥିବା ହିମରେ ଅନ୍ଧାରିଆ ନଦୀସ୍ରୋତଆୟୁବ 6:16
    ପଦଗୁଡ଼ିକ
    ଆୟୁବ 6:16ତାହାସବୁ ହିମ ସକାଶୁ କୃଷ୍ଣବର୍ଣ୍ଣ ଓ ତହିଁ ମଧ୍ୟରେ ତୁଷାର ଲୀନ ହୁଏ;
  • ପରମେଶ୍ୱର ହିମକୁ କହନ୍ତି, “ତୁମ୍ଭେ ପୃଥିବୀରେ ପଡ଼”ଆୟୁବ 37:6
    ପଦଗୁଡ଼ିକ
    ଆୟୁବ 37:6କାରଣ ସେ ହିମକୁ କହନ୍ତି, ତୁମ୍ଭେ ପୃଥିବୀରେ ପଡ଼; ସେ ସାମାନ୍ୟ ବୃଷ୍ଟିକୁ ଓ ଆପଣାର ପ୍ରବଳ ବୃଷ୍ଟିକୁ ସେହିପରି କହନ୍ତି।
  • ତୁମ୍ଭେ କʼଣ ହିମର ଭଣ୍ଡାରରେ ପ୍ରବେଶ କରିଅଛ?ଆୟୁବ 38:22
    ପଦଗୁଡ଼ିକ
    ଆୟୁବ 38:22ତୁମ୍ଭେ ହିମ ଭଣ୍ଡାରରେ ପ୍ରବେଶ କରିଅଛ? ଅବା ଆମ୍ଭେ ସଙ୍କଟ କାଳ ଓ ସଂଗ୍ରାମ ଓ ଯୁଦ୍ଧ ଦିନ ନିମନ୍ତେ ଯେଉଁ ଶିଳାବୃଷ୍ଟି ସଞ୍ଚୟ କରିଅଛୁ,
  • ସେ ମେଷଲୋମ ପରି ହିମ ବିଛାନ୍ତିଗୀତ 147:16
    ପଦଗୁଡ଼ିକ
    ଗୀତ 147:16ସେ ମେଷଲୋମ ପରି ତୁଷାର ଦିଅନ୍ତି; ସେ ଭସ୍ମ ତୁଲ୍ୟ ନୀହାର ବିଞ୍ଚି ଦିଅନ୍ତି।
  • ବୃଷ୍ଟି ଓ ହିମ ପୃଥିବୀକୁ ସେଚନ କରି ଅଙ୍କୁରିତ କରେଯିଶା 55:10
    ପଦଗୁଡ଼ିକ
    ଯିଶା 55:10ଯେହେତୁ ଯେପରି ବୃଷ୍ଟି ଓ ହିମ ଆକାଶରୁ ତଳକୁ ଆସେ ଓ ସେଠାକୁ ଫେରିଯାଏ ନାହିଁ, ମାତ୍ର ଭୂମିକୁ ସନ୍ତରା କରେ, ପୁଣି ଫଳବତୀ ଓ ତୃଣାଦି ଉତ୍ପନ୍ନ କରି ବପନକାରୀକୁ ବୀଜ ଓ ଭୋଜନକାରୀକୁ ଭକ୍ଷ୍ୟ ଦିଏ;
  • ସଲମୋନ୍‍ରେ ହିମପାତ ପରିଗୀତ 68:14
    ପଦଗୁଡ଼ିକ
    ଗୀତ 68:14ସଲମୋନ୍‍ରେ ହିମପାତ ବେଳେ ଯେପରି, ସର୍ବଶକ୍ତିମାନ ଦେଶରେ ରାଜାମାନଙ୍କୁ ଛିନ୍ନଭିନ୍ନ କଲା ବେଳେ ସେପରି ହେଲା।

ହିତୋପଦେଶର ବାଣୀ

  • ବିଶ୍ୱସ୍ତ ଦୂତ ଅମଳ ସମୟରେ ଶୀତଳ ହିମ ପରିହିତୋ 25:13
    ପଦଗୁଡ଼ିକ
    ହିତୋ 25:13ଫସଲ ସମୟରେ ହିମର ଶୀତଳତା ଯେପରି, ପ୍ରେରକଗଣ ପ୍ରତି ବିଶ୍ୱସ୍ତ ଦୂତ ସେପରି; କାରଣ ସେ ଆପଣା କର୍ତ୍ତାମାନଙ୍କ ପ୍ରାଣରେ ଆଶ୍ୱାସ ଦିଏ।
  • ଗ୍ରୀଷ୍ମରେ ହିମ ପରି, ମୂର୍ଖକୁ ସମ୍ମାନ ଶୋଭା ପାଏ ନାହିଁହିତୋ 26:1
    ପଦଗୁଡ଼ିକ
    ହିତୋ 26:1ଯେପରି ଗ୍ରୀଷ୍ମକାଳରେ ହିମ ଓ ଫସଲ ସମୟରେ ବୃଷ୍ଟି, ସେପରି ମୂର୍ଖକୁ ସମ୍ମାନ ଅନୁପଯୁକ୍ତ।
  • ହିମ ପଡ଼ିଲେ ସେ ଭୟ କରେ ନାହିଁ; ତାହାର ପରିବାର ସିନ୍ଦୂରବର୍ଣ୍ଣ ବସ୍ତ୍ର ପିନ୍ଧେହିତୋ 31:21
    ପଦଗୁଡ଼ିକ
    ହିତୋ 31:21ସେ ହିମ ଲାଗି ଆପଣା ପରିବାର ବିଷୟରେ ଭୟ କରେ ନାହିଁ; ଯେହେତୁ ତାହାର ସମସ୍ତ ପରିବାର ସିନ୍ଦୂର ବର୍ଣ୍ଣ ବସ୍ତ୍ର ପିନ୍ଧନ୍ତି।

ହିମ ପରି ଧଳା

  • ମୋଶାଙ୍କ ହାତ, ମରୀୟମ ଓ ଗିହେଜୀ: କୁଷ୍ଠରେ ହିମ ପରି ଧଳାଯାତ୍ରା 4:6, ଗଣ 12:10, ଦ୍ଵି.ରା 5:27
    ପଦଗୁଡ଼ିକ
    ଯାତ୍ରା 4:6ଏଥିଉତ୍ତାରେ ସଦାପ୍ରଭୁ ତାଙ୍କୁ ଆହୁରି କହିଲେ, “ତୁମ୍ଭେ ଆପଣା ହସ୍ତ ବକ୍ଷସ୍ଥଳରେ ଦିଅ।” ତହିଁରେ ସେ ଆପଣା ହସ୍ତ ବକ୍ଷସ୍ଥଳରେ ଦେଇ ପୁନର୍ବାର ହସ୍ତ ବାହାର କଲେ, ଦେଖ, ତାଙ୍କର ହସ୍ତ ହିମବର୍ଣ୍ଣ ତୁଲ୍ୟ କୁଷ୍ଠଯୁକ୍ତ ହେଲା।
    ଗଣ 12:10ପୁଣି, ତମ୍ବୁ ଉପରୁ ମେଘ ସ୍ଥାନାନ୍ତରିତ ହେଲା ଆଉ ଦେଖ, ମରୀୟମ କୁଷ୍ଠଗ୍ରସ୍ତା, ହିମ ତୁଲ୍ୟ ଶ୍ୱେତ; ପୁଣି, ହାରୋଣ ମରୀୟମଙ୍କୁ ଅନାନ୍ତେ, ଦେଖ, ସେ କୁଷ୍ଠଗ୍ରସ୍ତ।
    ଦ୍ଵି.ରା 5:27ଏହେତୁ ନାମାନ୍‍ର କୁଷ୍ଠରୋଗ ତୁମ୍ଭଠାରେ ଓ ତୁମ୍ଭ ବଂଶରେ ସଦାକାଳ ଲାଗି ରହିବ।” ଏଥିରେ ଗିହେଜୀ ହିମ ତୁଲ୍ୟ ଶ୍ୱେତ କୁଷ୍ଠଗ୍ରସ୍ତ ହୋଇ ତାଙ୍କ ସାକ୍ଷାତରୁ ବାହାରିଗଲା।
  • ଆୟୁବ: ଯଦି ମୁଁ ହିମ ଜଳରେ ଆପଣାକୁ ଧୁଏଆୟୁବ 9:30
    ପଦଗୁଡ଼ିକ
    ଆୟୁବ 9:30ଯଦି ମୁଁ ହିମଜଳରେ ଆପଣାକୁ ଧୌତ କରେ ଓ ଆପଣା ହସ୍ତ ଅତିଶୟ ପରିଷ୍କାର କରେ,
  • ଦାଉଦଙ୍କ ପ୍ରାର୍ଥନା: ମୋତେ ଧୁଅ, ତହିଁରେ ମୁଁ ହିମଠାରୁ ଅଧିକ ଶୁକ୍ଳ ହେବିଗୀତ 51:7
    ପଦଗୁଡ଼ିକ
    ଗୀତ 51:7ଏସୋବ ଦେଇ ମୋତେ ନିର୍ମଳ କର, ତହିଁରେ ମୁଁ ଶୁଚି ହେବି; ମୋତେ ପ୍ରକ୍ଷାଳନ କର, ତହିଁରେ ମୁଁ ହିମଠାରୁ ଶୁକ୍ଳ ହେବି।
  • କବର ନିକଟରେ ଦୂତ: ବସ୍ତ୍ର ହିମ ପରି ଧଳାମାଥି 28:3
    ପଦଗୁଡ଼ିକ
    ମାଥି 28:3ତାହାଙ୍କ ରୂପ ବିଜୁଳି ପରି ଓ ତାହାଙ୍କର ବସ୍ତ୍ର ହିମ ପରି ଧଳା ରଙ୍ଗ ଥିଲା,

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର