ଆଶ୍ଚର୍ଯ୍ୟଜନକ ବିବରଣୀ
ବାଇବେଲରେ ଦୀର୍ଘ ଆୟୁ
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆର 37ଟି ଅଂଶ, ଧାଡ଼ି ପରେ ଧାଡ଼ି।
- ଜଳପ୍ଳାବନ ପୂର୍ବରୁ ସଦାପ୍ରଭୁ ମନୁଷ୍ୟର ଆୟୁର ସୀମା ସ୍ଥିର କରନ୍ତିଆଦି 6:3
ପଦଗୁଡ଼ିକ
ଆଦି 6:3ତହିଁରେ ସଦାପ୍ରଭୁ କହିଲେ, “ଆମ୍ଭର ଆତ୍ମା ମନୁଷ୍ୟ ଉପରେ ସର୍ବଦା ଅଧିଷ୍ଠାନ କରିବ ନାହିଁ, ଯେହେତୁ ସେମାନଙ୍କ ବିପଥଗମନରେ ସେମାନେ ମାଂସ ମାତ୍ର; ଏଥିନିମନ୍ତେ ସେମାନଙ୍କ ସମୟ ଶହେ କୋଡ଼ିଏ ବର୍ଷ ହେବ।”
- ଏକ ଗୀତ: ଆମ୍ଭମାନଙ୍କ ଆୟୁ ସତୁରି ବର୍ଷ, କିମ୍ବା ବଳ ଥିଲେ ଅଶୀଗୀତ 90:10
ପଦଗୁଡ଼ିକ
ଗୀତ 90:10ଆମ୍ଭମାନଙ୍କ ଆୟୁର ପରିମାଣ ସତୁରି ବର୍ଷ, ଅବା ବଳ ସକାଶୁ ଅଶୀ ବର୍ଷ ହୁଏ; ତଥାପି ତହିଁର ବଳ ଓ ପରିଶ୍ରମ ଦୁଃଖ ମାତ୍ର; କାରଣ ତାହା ଶୀଘ୍ର ବହିଯାଏ ଓ ଆମ୍ଭେମାନେ ଉଡ଼ିଯାଉ।
ଜଳପ୍ଳାବନ ପୂର୍ବରୁ
- ଆଦମ 930 ବର୍ଷ ବଞ୍ଚିଲେଆଦି 5:5
ପଦଗୁଡ଼ିକ
ଆଦି 5:5ଆଦମଙ୍କର ବୟସ ସର୍ବସୁଦ୍ଧା ନଅ ଶହ ତିରିଶ ବର୍ଷ ଥିଲା; ତହୁଁ ସେ ମଲେ।
- ଶେଥ 912 ବର୍ଷ ବଞ୍ଚିଲେଆଦି 5:8
ପଦଗୁଡ଼ିକ
ଆଦି 5:8ଶେଥର ବୟସ ସର୍ବସୁଦ୍ଧା ନଅ ଶହ ବାର ବର୍ଷ ଥିଲା; ତହୁଁ ସେ ମଲା।
- ଈନୋଶ 905 ବର୍ଷ ବଞ୍ଚିଲେଆଦି 5:11
ପଦଗୁଡ଼ିକ
ଆଦି 5:11ଈନୋଶର ବୟସ ସର୍ବସୁଦ୍ଧା ନଅ ଶହ ପାଞ୍ଚ ବର୍ଷ ଥିଲା; ତହୁଁ ସେ ମଲା।
- କୟିନାନ 910 ବର୍ଷ ବଞ୍ଚିଲେଆଦି 5:14
ପଦଗୁଡ଼ିକ
ଆଦି 5:14ଆଉ କୟିନାନର ବୟସ ସର୍ବସୁଦ୍ଧା ନଅ ଶହ ଦଶ ବର୍ଷ ଥିଲା; ତହୁଁ ସେ ମଲା।
- ମହଲଲେଲ 895 ବର୍ଷ ବଞ୍ଚିଲେଆଦି 5:17
ପଦଗୁଡ଼ିକ
ଆଦି 5:17ମହଲଲେଲର ବୟସ ସର୍ବସୁଦ୍ଧା ଆଠ ଶହ ପଞ୍ଚାନବେ ବର୍ଷ ଥିଲା; ତହୁଁ ସେ ମଲା।
- ଯେରଦ 962 ବର୍ଷ ବଞ୍ଚିଲେଆଦି 5:20
ପଦଗୁଡ଼ିକ
ଆଦି 5:20ଯେରଦର ବୟସ ସର୍ବସୁଦ୍ଧା ନଅ ଶହ ବାଷଠି ବର୍ଷ ଥିଲା; ତହୁଁ ସେ ମଲା।
- ହନୋକ: 365 ବର୍ଷ, ତା’ପରେ ସେ ଆଉ ନ ଥିଲେଆଦି 5:23–24
ପଦଗୁଡ଼ିକ
ଆଦି 5:23–24ହନୋକଙ୍କର ବୟସ ସର୍ବସୁଦ୍ଧା ତିନି ଶହ ପଞ୍ଚଷଠି ବର୍ଷ ଥିଲା; ହନୋକ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ; ଆଉ ସେ ଅନ୍ତର୍ହିତ ହେଲେ; ଯେହେତୁ ପରମେଶ୍ୱର ତାଙ୍କୁ ଗ୍ରହଣ କଲେ।
- ମଥୂଶେଲହ 969 ବର୍ଷ ବଞ୍ଚିଲେଆଦି 5:27
ପଦଗୁଡ଼ିକ
ଆଦି 5:27ମଥୂଶେଲହର ବୟସ ସର୍ବସୁଦ୍ଧା ନଅ ଶହ ଊଣସ୍ତରି ବର୍ଷ ଥିଲା; ତହୁଁ ସେ ମଲା।
- ଲେମକ 777 ବର୍ଷ ବଞ୍ଚିଲେଆଦି 5:31
ପଦଗୁଡ଼ିକ
ଆଦି 5:31ତାଙ୍କର ବୟସ ସର୍ବସୁଦ୍ଧା ସାତ ଶହ ସତସ୍ତରି ବର୍ଷ ଥିଲା; ତହୁଁ ସେ ମଲେ।
- ଜଳପ୍ଳାବନ ପରେ ନୋହ 350 ବର୍ଷ ବଞ୍ଚିଲେ, ସର୍ବମୋଟ 950ଆଦି 9:28–29
ପଦଗୁଡ଼ିକ
ଆଦି 9:28–29ଜଳପ୍ଳାବନ ଉତ୍ତାରେ ନୋହ ଆଉ ତିନି ଶହ ପଚାଶ ବର୍ଷ ବଞ୍ଚିଲେ। ପୁଣି, ନୋହଙ୍କର ବୟସ ସର୍ବସୁଦ୍ଧା ନଅ ଶହ ପଚାଶ ବର୍ଷ ଥିଲା; ତହୁଁ ସେ ମଲେ।
ଜଳପ୍ଳାବନ ପରେ
- ଶେମ: 100 ବର୍ଷରେ ଏକ ପୁତ୍ର, ତା’ପରେ ଆଉ 500 ବର୍ଷଆଦି 11:10–11
ପଦଗୁଡ଼ିକ
ଆଦି 11:10–11ଶେମର ବଂଶାବଳୀ ଏହି। ଜଳପ୍ଳାବନର ଦୁଇ ବର୍ଷ ଉତ୍ତାରେ ଶେମ ଶହେ ବର୍ଷ ବୟସରେ ଅର୍ଫକ୍ଷଦକୁ ଜାତ କଲା। ଅର୍ଫକ୍ଷଦ ଜନ୍ମିଲା ଉତ୍ତାରେ ଶେମ ପାଞ୍ଚ ଶହ ବର୍ଷ ବଞ୍ଚି ଆଉ ସନ୍ତାନସନ୍ତତି ଜାତ କଲା।
- ଅର୍ଫକ୍ଷଦ: 35 ବର୍ଷରେ ଏକ ପୁତ୍ର, ତା’ପରେ ଆଉ 403 ବର୍ଷଆଦି 11:12–13
ପଦଗୁଡ଼ିକ
ଆଦି 11:12–13ପୁଣି, ଅର୍ଫକ୍ଷଦ ପଞ୍ଚତିରିଶ ବର୍ଷ ବୟସରେ ଶେଲହକୁ ଜାତ କଲା। ଶେଲହର ଜନ୍ମ ଉତ୍ତାରେ ଅର୍ଫକ୍ଷଦ ଚାରି ଶହ ତିନି ବର୍ଷ ଜୀବିତ ରହି ଆଉ ପୁତ୍ରକନ୍ୟା ଜାତ କଲା।
- ଶେଲହ: 30 ବର୍ଷରେ ଏକ ପୁତ୍ର, ତା’ପରେ ଆଉ 403 ବର୍ଷଆଦି 11:14–15
ପଦଗୁଡ଼ିକ
ଆଦି 11:14–15ପୁଣି, ଶେଲହ ତିରିଶ ବର୍ଷ ବୟସରେ ଏବରକୁ ଜାତ କଲା। ଏବରର ଜନ୍ମ ଉତ୍ତାରେ ଶେଲହ ଚାରି ଶହ ତିନି ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟା ଜାତ କଲା।
- ଏବର: 34 ବର୍ଷରେ ଏକ ପୁତ୍ର, ତା’ପରେ ଆଉ 430 ବର୍ଷଆଦି 11:16–17
ପଦଗୁଡ଼ିକ
ଆଦି 11:16–17ପୁଣି, ଏବର ଚୌତ୍ରିଶ ବର୍ଷ ବୟସରେ ପେଲଗ୍କୁ ଜାତ କଲା। ପେଲଗ୍ର ଜନ୍ମ ଉତ୍ତାରେ ଏବର ଚାରି ଶହ ତିରିଶ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟା ଜାତ କଲା।
- ପେଲଗ୍: 30 ବର୍ଷରେ ଏକ ପୁତ୍ର, ତା’ପରେ ଆଉ 209 ବର୍ଷଆଦି 11:18–19
ପଦଗୁଡ଼ିକ
ଆଦି 11:18–19ପେଲଗ୍ ତିରିଶ ବର୍ଷ ବୟସରେ ରୀୟୂକୁ ଜାତ କଲା। ରୀୟୂର ଜନ୍ମ ଉତ୍ତାରେ ପେଲଗ୍ ଦୁଇ ଶହ ନଅ ବର୍ଷ ବଞ୍ଚି ଆଉ ପୁତ୍ରକନ୍ୟା ଜାତ କଲା।
- ନାହୋର: 29 ବର୍ଷରେ ଏକ ପୁତ୍ର, ତା’ପରେ ଆଉ 119 ବର୍ଷଆଦି 11:24–25
ପଦଗୁଡ଼ିକ
ଆଦି 11:24–25ପୁଣି, ନାହୋର ଅଣତିରିଶ ବର୍ଷ ବୟସରେ ତେରହକୁ ଜାତ କଲା। ତେରହର ଜନ୍ମ ଉତ୍ତାରେ ନାହୋର ଶହେ ଊଣେଇଶ ବର୍ଷ ବଞ୍ଚି ଆଉ ପୁତ୍ରକନ୍ୟା ଜାତ କଲା।
- ତେରହ 205 ବର୍ଷ ବଞ୍ଚି ହାରଣରେ ମଲେଆଦି 11:32
ପଦଗୁଡ଼ିକ
ଆଦି 11:32ପୁଣି, ତେରହ ହାରଣ ନଗରରେ ଥାଇ ଦୁଇ ଶହ ପାଞ୍ଚ ବର୍ଷ ବୟସରେ ମଲା।
ପରବର୍ତ୍ତୀ ଜୀବନ
- ସାରା 127 ବର୍ଷ ବଞ୍ଚିଲେଆଦି 23:1
ପଦଗୁଡ଼ିକ
ଆଦି 23:1ସାରାର ଆୟୁର ପରିମାଣ ଶହେ ସତାଇଶ ବର୍ଷ ଥିଲା; ସାରାର ଆୟୁ ଏତେ ବର୍ଷ ପରିମିତ।
- ଅବ୍ରହାମ 175 ବର୍ଷ ବଞ୍ଚିଲେଆଦି 25:7
ପଦଗୁଡ଼ିକ
ଆଦି 25:7ଅବ୍ରହାମଙ୍କର ଆୟୁର ପରିମାଣ ଶହେ ପଞ୍ଚସ୍ତରି ବର୍ଷ; ସେ ଏତେ ବର୍ଷ ପର୍ଯ୍ୟନ୍ତ ଜୀବିତ ଥିଲେ।
- ଇଶ୍ମାୟେଲ ମଧ୍ୟ ଦୀର୍ଘ ଜୀବନ ବଞ୍ଚିଲେଆଦି 25:17
ପଦଗୁଡ଼ିକ
ଆଦି 25:17ଇଶ୍ମାୟେଲର ଆୟୁର ପରିମାଣ ଶହେ ସଇଁତିରିଶ ବର୍ଷ ଥିଲା; ତହୁଁ ସେ ପ୍ରାଣତ୍ୟାଗ କଲା; ଆଉ ସେ ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହେଲା।
- ଇସ୍ହାକ 180 ବର୍ଷ ବଞ୍ଚିଲେଆଦି 35:28
ପଦଗୁଡ଼ିକ
ଆଦି 35:28ଇସ୍ହାକଙ୍କର ଆୟୁର ପରିମାଣ ଏକ ଶହ ଅଶୀ ବର୍ଷ ଥିଲା।
- ଯାକୁବ 147 ବର୍ଷ ବଞ୍ଚିଲେ, ଶେଷ ସତର ବର୍ଷ ମିସରରେଆଦି 47:28
ପଦଗୁଡ଼ିକ
ଆଦି 47:28ଯାକୁବ ମିସର ଦେଶରେ ସତର ବର୍ଷ କାଳ କ୍ଷେପଣ କଲେ, ତାଙ୍କର ପରମାୟୁର ଦିବସ ଶହେ ସତଚାଳିଶ ବର୍ଷ ଥିଲା।
- ଯୋଷେଫ 110 ବର୍ଷରେ ମଲେ ଓ ମିସରରେ ତାଙ୍କ ଶରୀରରେ ପୂତିଘ୍ନ ଦ୍ରବ୍ୟ ଲେପନ କରାଗଲାଆଦି 50:26
ପଦଗୁଡ଼ିକ
ଆଦି 50:26ଏହି ପ୍ରକାରେ ଯୋଷେଫ ଶହେ ଦଶ ବର୍ଷ ବୟସରେ ମଲେ; ତହିଁରେ ସେମାନେ ତାଙ୍କର ଶବକୁ ପୂତିଘ୍ନ ଦ୍ରବ୍ୟ ଯୁକ୍ତ କରି ମିସର ଦେଶରେ ଏକ ସିନ୍ଦୁକ ମଧ୍ୟରେ ରଖିଲେ।
- ଲେବୀ 137 ବର୍ଷ ବଞ୍ଚିଲେ, କହାତ 133, ଅମ୍ରାମ୍ 137ଯାତ୍ରା 6:16, ଯାତ୍ରା 6:18, ଯାତ୍ରା 6:20
ପଦଗୁଡ଼ିକ
ଯାତ୍ରା 6:16ବଂଶାବଳୀ ଅନୁସାରେ ଲେବୀର ପୁତ୍ରମାନଙ୍କ ନାମ ଗେର୍ଶୋନ, କହାତ ଓ ମରାରି; ଲେବୀର ବୟସ ଶହେ ସଇଁତିରିଶ ବର୍ଷ ଥିଲା।
ଯାତ୍ରା 6:18ପୁଣି, କହାତର ସନ୍ତାନ ଅମ୍ରାମ୍, ଯିଷ୍ହର, ହିବ୍ରୋଣ ଓ ଉଷୀୟେଲ; ସେହି କହାତର ଶହେ ତେତିଶ ବର୍ଷ ବୟସ ହୋଇଥିଲା।
ଯାତ୍ରା 6:20ପୁଣି, ଅମ୍ରାମ୍ ଆପଣା ପିଉସୀ ଯୋକେବଦକୁ ବିବାହ କରନ୍ତେ, ସେ ତାହାର ଔରସରେ ହାରୋଣଙ୍କୁ ଓ ମୋଶାଙ୍କୁ ପ୍ରସବ କଲା; ସେହି ଅମ୍ରାମ୍ର ଆୟୁ ଶହେ ସଇଁତିରିଶ ବର୍ଷ ଥିଲା।
- ହାରୋଣ 123 ବର୍ଷରେ ହୋର ପର୍ବତରେ ମଲେଗଣ 33:39
ପଦଗୁଡ଼ିକ
ଗଣ 33:39ଆଉ ହୋର ପର୍ବତରେ ମରିବା ସମୟରେ ହାରୋଣଙ୍କର ବୟସ ଏକ ଶହ ତେଇଶ ବର୍ଷ ଥିଲା।
- ମୋଶା 120 ବର୍ଷରେ ମଲେ, ତାଙ୍କ ଚକ୍ଷୁ କ୍ଷୀଣ ନ ଥିଲାଦ୍ବି.ବି 34:7
ପଦଗୁଡ଼ିକ
ଦ୍ବି.ବି 34:7ମରଣକାଳରେ ମୋଶାଙ୍କୁ ଏକ ଶହ କୋଡ଼ିଏ ବର୍ଷ ବୟସ ହୋଇଥିଲା; ତାଙ୍କର ଚକ୍ଷୁ ଧନ୍ଦଳା ହୋଇ ନ ଥିଲା କିଅବା ତାଙ୍କର ସ୍ୱାଭାବିକ ବଳ ହ୍ରାସ ପାଇ ନ ଥିଲା।
- 85 ବର୍ଷରେ କାଲେବ: ମୋଶା ତାଙ୍କୁ ପଠାଇଥିବା ଦିନ ପରି ଏବେ ମଧ୍ୟ ବଳବାନଯିହୋ 14:10–11
ପଦଗୁଡ଼ିକ
ଯିହୋ 14:10–11ଏବେ ଦେଖ, ପ୍ରାନ୍ତରରେ ଇସ୍ରାଏଲ ଭ୍ରମଣ କରିବା ବେଳେ ସଦାପ୍ରଭୁ ମୋଶାଙ୍କୁ ସେହି ଯେଉଁ କଥା କହିଥିଲେ, ତଦବଧି ସଦାପ୍ରଭୁ ଆପଣା ବାକ୍ୟାନୁସାରେ ମୋତେ ପଞ୍ଚଚାଳିଶ ବର୍ଷ ହେଲା ଜୀବିତ ରଖିଅଛନ୍ତି; ଏଣୁ ଏବେ ଦେଖ, ମୁଁ ଆଜି ପଞ୍ଚାଅଶୀ ବର୍ଷ ବୟସ୍କ ହୋଇଅଛି। ତଥାପି ମୋଶା ଯେଉଁ ଦିନ ମୋତେ ପଠାଇଥିଲେ, ସେଦିନ ମୁଁ ଯେପରି ବଳବାନ ଥିଲି, ସେପରି ଆଜି ଅଛି; ଯୁଦ୍ଧ କରିବା ପାଇଁ ଓ ବାହାରେ ଭିତରେ ଯିବା ଆସିବା ପାଇଁ ସେସମୟରେ ମୋହର ଯେପରି ବଳ ଥିଲା, ସେପରି ଏବେ ମଧ୍ୟ ମୋହର ବଳ ଅଛି।
- ଯିହୋଶୂୟ 110 ବର୍ଷରେ ମଲେଯିହୋ 24:29
ପଦଗୁଡ଼ିକ
ଯିହୋ 24:29ଏହିସବୁ ଘଟଣା ଉତ୍ତାରେ ସଦାପ୍ରଭୁଙ୍କ ସେବକ ନୂନର ପୁତ୍ର ଯିହୋଶୂୟ ଏକ ଶହ ଦଶ ବର୍ଷ ବୟସ୍କ ହୋଇ ମଲେ।
- ଏଲି 98 ବର୍ଷର ଥିଲେ ଓ ଦେଖିପାରୁ ନ ଥିଲେପ୍ର.ଶା 4:15
ପଦଗୁଡ଼ିକ
ପ୍ର.ଶା 4:15ସେସମୟରେ ଏଲି ଅଠାନବେ ବର୍ଷ ବୟସ୍କ ଥିଲେ ଓ ତାଙ୍କର ଚକ୍ଷୁ ସ୍ତବ୍ଧ ହେବାରୁ ସେ ଦେଖି ପାରିଲେ ନାହିଁ।
- ଅଶୀ ବର୍ଷର ବର୍ସିଲ୍ଲୟ ରାଜା ଦାଉଦଙ୍କୁ ଖାଦ୍ୟ ଯୋଗାଇଥିଲେଦ୍ଵି.ଶା 19:32
ପଦଗୁଡ଼ିକ
ଦ୍ଵି.ଶା 19:32ସେହି ବର୍ସିଲ୍ଲୟ ଅଶୀ ବର୍ଷ ବୟସ୍କ ଅତି ବୃଦ୍ଧ ଲୋକ ଥିଲା; ଆଉ ସେ ଅତି ଧନୀ ଲୋକ ଥିବାରୁ ରାଜା ମହନୟିମରେ ଥିବା ବେଳେ ତାଙ୍କୁ ଖାଦ୍ୟସାମଗ୍ରୀ ଯୋଗାଇଥିଲା।
- ଯାଜକ ଯିହୋୟାଦା 130 ବର୍ଷରେ ମଲେଦ୍ଵି.ବଂ 24:15
ପଦଗୁଡ଼ିକ
ଦ୍ଵି.ବଂ 24:15ମାତ୍ର ଯିହୋୟାଦା ବୃଦ୍ଧ ଓ ପୂର୍ଣ୍ଣାୟୁ ହୋଇ ମଲା; ମରଣ ସମୟରେ ତାହାର ବୟସ ଏକ ଶହ ତିରିଶ ବର୍ଷ ହୋଇଥିଲା
- ଆୟୁବ ଆଉ 140 ବର୍ଷ ବଞ୍ଚି ଚାରି ପୁରୁଷ ଦେଖିଲେଆୟୁବ 42:16–17
ପଦଗୁଡ଼ିକ
ଆୟୁବ 42:16–17ପୁଣି, ଏଥିଉତ୍ତାରେ ଆୟୁବ ଏକ ଶହ ଚାଳିଶ ବର୍ଷ ବଞ୍ଚି ଚାରି ପିଢ଼ି ପର୍ଯ୍ୟନ୍ତ ଆପଣାର ପୁତ୍ରପୌତ୍ରମାନଙ୍କୁ ଦେଖିଲା। ଏହିରୂପେ ଆୟୁବ ବୃଦ୍ଧ ଓ ପୂର୍ଣ୍ଣାୟୁ ହୋଇ ପ୍ରାଣତ୍ୟାଗ କଲା।
- ଚଉରାଅଶୀ ବର୍ଷ ବୟସ ପର୍ଯ୍ୟନ୍ତ ବିଧବା ହାନ୍ନା ମନ୍ଦିର ଛାଡ଼ି କେବେ ଯାଉ ନ ଥିଲେଲୂକ 2:36–37
ପଦଗୁଡ଼ିକ
ଲୂକ 2:36–37ଆଉ ହାନ୍ନା ନାମ୍ନୀ ଜଣେ ଭାବବାଦିନୀ ଥିଲେ; ସେ ଆଶେର ବଂଶଜ ଫିନୂୟେଲଙ୍କ କନ୍ୟା। ତାହାଙ୍କର ଅନେକ ବୟସ ହୋଇଥିଲା; ସେ କୁମାରୀ ଅବସ୍ଥା ପରେ ସାତ ବର୍ଷ ସ୍ୱାମୀଙ୍କ ସହିତ ବାସ କରିଥିଲେ ଓ ଚଊରାଅଶୀ ବର୍ଷ ପର୍ଯ୍ୟନ୍ତ ବିଧବା ହୋଇ ରହିଥିଲେ। ସେ ମନ୍ଦିର ନ ଛାଡ଼ି ଉପବାସ ଓ ନିବେଦନ ସହ ଦିନରାତି ଉପାସନା କରୁଥିଲେ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର