ଅନୁସନ୍ଧାନ › ବିଷୟ › ଚକି, ଚୁଲି ଓ ରୁଟି ସେକିବା
ଆଶ୍ଚର୍ଯ୍ୟଜନକ ବିବରଣୀ
ବାଇବେଲରେ ଚକି, ଚୁଲି ଓ ରୁଟି ସେକିବା
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆର 32ଟି ଅଂଶ, ଧାଡ଼ି ପରେ ଧାଡ଼ି।
ଚକି ଓ ପେଷିବା
- ଋଣ ପାଇଁ ଚକି ବନ୍ଧକ ରୂପେ ନିଆଯାଇପାରେ ନାହିଁଦ୍ବି.ବି 24:6
ପଦଗୁଡ଼ିକ
ଦ୍ବି.ବି 24:6କେହି ଚକି ବା ଚକିର ଉପର-ପଟ ବନ୍ଧକ ରଖିବ ନାହିଁ; ତାହା କଲେ, ମନୁଷ୍ୟର ପ୍ରାଣ ବନ୍ଧକ ରଖିବାର ହୁଏ।
- ମିସରରେ ସବୁଠାରୁ ନୀଚ ଦାସୀ ହାତ ଚକିରେ କାମ କରୁଥିଲାଯାତ୍ରା 11:5
ପଦଗୁଡ଼ିକ
ଯାତ୍ରା 11:5ତହିଁରେ ସିଂହାସନୋପବିଷ୍ଟ ଫାରୋଙ୍କର ପ୍ରଥମଜାତଠାରୁ ଚକି ପେଷଣକାରିଣୀ ଦାସୀର ପ୍ରଥମଜାତ ପର୍ଯ୍ୟନ୍ତ ମିସର ଦେଶସ୍ଥିତ ସମସ୍ତ ପ୍ରଥମଜାତ ଓ ପଶୁମାନଙ୍କର ପ୍ରଥମଜାତ ମରିବେ।
- ମାନ୍ନାକୁ ଚକିରେ ପେଷାଯାଉଥିଲା କିମ୍ବା ଉଦୂଖଳରେ କୁଟାଯାଉଥିଲାଗଣ 11:8
ପଦଗୁଡ଼ିକ
ଗଣ 11:8ଲୋକମାନେ ଏଣେତେଣେ ଭ୍ରମଣ କରି ତାହା ସାଉଣ୍ଟିଲେ ଓ ଚକିରେ ତାହା ପେଷିଲେ, ଅବା କୁଟଣୀରେ ତାହା ଚୂର୍ଣ୍ଣ କରି କହ୍ରାଇରେ ସିଝେଇ କରି ପିଠା ପ୍ରସ୍ତୁତ କଲେ; ଆଉ ତୈଳପକ୍ୱ ପିଠା ପରି ତହିଁର ସ୍ୱାଦ ଥିଲା।
- ତେବେସରେ ଜଣେ ସ୍ତ୍ରୀ ଅବୀମେଲକ୍ ଉପରେ ଚକିର ଉପର-ପଟ ପକାଇଲାବିଚାର 9:53, ଦ୍ଵି.ଶା 11:21
ପଦଗୁଡ଼ିକ
ବିଚାର 9:53ତହିଁରେ ଜଣେ ସ୍ତ୍ରୀ ଚକିର ଉପର-ପଟ ଅବୀମେଲକ୍ର ମୁଣ୍ଡ ଉପରକୁ ପକାଇ ତାହାର ଖପୁରି ଭାଙ୍ଗି ପକାଇଲା।
ଦ୍ଵି.ଶା 11:21ଯିରୁବ୍ବେଶତର ପୁତ୍ର ଅବୀମେଲକ୍କୁ କିଏ ମାରିଲା? ଜଣେ ସ୍ତ୍ରୀ ପ୍ରାଚୀରରୁ ତାହା ଉପରକୁ ଚକି ଉପର-ପଟ ପକାନ୍ତେ, ସେ କʼଣ ତେବେସରେ ମଲା ନାହିଁ? କାହିଁକି ତୁମ୍ଭେମାନେ ପ୍ରାଚୀରର ଏତେ ନିକଟକୁ ଗଲ?’ ତେବେ ତୁମ୍ଭେ କହିବ, ‘ଆପଣଙ୍କ ଦାସ ହିତ୍ତୀୟ ଊରୀୟ ମଧ୍ୟ ମରିଅଛି।’”
- ଅନ୍ଧ ଓ ଶିକୁଳିବଦ୍ଧ ଶାମ୍ଶୋନ୍ ଘସାର କାରାଗାରରେ ଶସ୍ୟ ପେଷିଲେବିଚାର 16:21
ପଦଗୁଡ଼ିକ
ବିଚାର 16:21ଏଥିଉତ୍ତାରେ ପଲେଷ୍ଟୀୟମାନେ ତାହାକୁ ଧରି ତାହାର ଚକ୍ଷୁ ଉପାଡ଼ି ପକାଇଲେ; ପୁଣି ତାହାକୁ ଘସାକୁ ଆଣି ଦୁଇ ପିତ୍ତଳ ବେଡ଼ିରେ ତାହାକୁ ବାନ୍ଧିଲେ; ଆଉ ସେ କାରାଗାରରେ ଚକି ପେଷିଲା।
- ଯୀଶୁ ଏକାଠି ଶସ୍ୟ ପେଷୁଥିବା ଦୁଇ ସ୍ତ୍ରୀଙ୍କ ବିଷୟରେ କହନ୍ତିମାଥି 24:41, ଲୂକ 17:35
ପଦଗୁଡ଼ିକ
ମାଥି 24:41ଦୁଇ ଜଣ ସ୍ତ୍ରୀ ଚକି ପେଷୁଥିବେ, ଜଣକୁ ଗ୍ରହଣ କରାଯିବ ଓ ଅନ୍ୟ ଜଣକୁ ପରିତ୍ୟାଗ କରାଯିବ।
ଲୂକ 17:35ଦୁଇ ଜଣ ସ୍ତ୍ରୀ ଏକାଠି ଚକି ପେଷୁଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ।
- ଯୀଶୁ: ବେକରେ ବଡ଼ ଚକି ବାନ୍ଧି ବୁଡ଼ାଇଦେବା ଭଲମାଥି 18:6
ପଦଗୁଡ଼ିକ
ମାଥି 18:6କିନ୍ତୁ ଯେ କେହି ମୋʼଠାରେ ବିଶ୍ୱାସ କରୁଥିବା ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହୁଏ, ତାହା ବେକରେ ଗୋଟିଏ ବଡ଼ ଚକିପଥର ଟଙ୍ଗାଯାଇ ତାହାକୁ ମହାସାଗରରେ ଅଗାଧ ଜଳରେ ବୁଡ଼ାଇ ଦିଆଯାଇଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା।
- ଯିରିମୀୟ ବର ଓ କନ୍ୟାର ସ୍ୱର ସହିତ ଚକିର ଶବ୍ଦ ଉଲ୍ଲେଖ କରନ୍ତିଯିରି 25:10
ପଦଗୁଡ଼ିକ
ଯିରି 25:10ଆହୁରି, ଆମ୍ଭେ ସେମାନଙ୍କ ମଧ୍ୟରୁ ଆମୋଦର ଧ୍ୱନି, ଆନନ୍ଦର ଧ୍ୱନି ଓ ବରର ରବ ଓ କନ୍ୟାର ରବ, ଚକିର ଶବ୍ଦ ଓ ପ୍ରଦୀପର ଆଲୁଅ ଦୂର କରିବା।
- ବିଳାପ: ଯୁବକମାନେ ଚକିରେ ପରିଶ୍ରମ କରନ୍ତିବିଳା 5:13
ପଦଗୁଡ଼ିକ
ବିଳା 5:13ଯୁବା ଲୋକମାନେ ଚକି ବହିଲେ, ଆଉ ପିଲାମାନେ କାଷ୍ଠ ଭାରରେ ଝୁଣ୍ଟି ପଡ଼ିଲେ।
ଚୁଲି ଓ ରୁଟି ସେକିବା
- ବେଙ୍ଗମାନେ ମିସରର ଚୁଲି ଓ ମଇଦା ଦଳିବା ପାତ୍ରରେ ପଶିବେଯାତ୍ରା 8:3
ପଦଗୁଡ଼ିକ
ଯାତ୍ରା 8:3ନୀଳ ନଦୀ ବେଙ୍ଗରେ ପରିପୂର୍ଣ୍ଣ ହେବ, ତହିଁରେ ସେସମସ୍ତ ବେଙ୍ଗ ଉଠି ତୁମ୍ଭ ଗୃହରେ, ଶୟନାଗାରରେ, ଶଯ୍ୟାରେ, ତୁମ୍ଭ ଦାସମାନଙ୍କ ଗୃହରେ, ତୁମ୍ଭ ଲୋକମାନଙ୍କ ଉପରେ, ତୁମ୍ଭ ଚୁଲ୍ଲୀରେ ଓ ତୁମ୍ଭ ଅଟା ଦଳିବା ପାତ୍ରରେ ପ୍ରବେଶ କରିବେ;
- ଭକ୍ଷ୍ୟ ନୈବେଦ୍ୟ ଚୁଲିରେ ସେକାଯାଇପାରେ କିମ୍ବା ତାୱାରେ ରନ୍ଧାଯାଇପାରେଲେବୀ 2:4, ଲେବୀ 7:9
- ଅଶୁଚି ଶବ ଛୁଇଁଥିବା ଚୁଲି ଭାଙ୍ଗିଦେବାକୁ ପଡ଼ୁଥିଲାଲେବୀ 11:35
ପଦଗୁଡ଼ିକ
ଲେବୀ 11:35ପୁଣି, ଯେକୌଣସି ଦ୍ରବ୍ୟ ଉପରେ ସେମାନଙ୍କ ଶବର କିଛି ପଡ଼େ, ତାହା ଅଶୁଚି ହେବ; ତନ୍ଦୁର ହେଉ କି ଚୁଲି ହେଉ, ତାହା ଭଙ୍ଗାଯିବ; ତାହା ଅଶୁଚି ଅଟେ ଓ ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି ହେବ।
- ବ୍ୟବସ୍ଥାର ଏକ ଶାପ: ଦଶ ଜଣ ସ୍ତ୍ରୀ ଗୋଟିଏ ଚୁଲିରେ ରୁଟି ସେକିବେଲେବୀ 26:26
ପଦଗୁଡ଼ିକ
ଲେବୀ 26:26ଆମ୍ଭେ ତୁମ୍ଭମାନଙ୍କର ଅନ୍ନରୂପ ଯଷ୍ଟି ଭାଙ୍ଗିଲେ ଦଶ ଜଣ ସ୍ତ୍ରୀ ଗୋଟିଏ ଚୁଲ୍ଲୀରେ ତୁମ୍ଭମାନଙ୍କର ରୁଟି ରନ୍ଧନ କରିବେ ଓ ପୁନର୍ବାର ତୌଲି ତୁମ୍ଭମାନଙ୍କୁ ରୁଟି ଦେବେ, ଆଉ ତୁମ୍ଭେମାନେ ତାହା ଭୋଜନ କରିବ, ମାତ୍ର ତୃପ୍ତ ହେବ ନାହିଁ।
- ସାରା ତିନି ସେର ଉତ୍ତମ ମଇଦା ଦଳି ରୁଟି ପ୍ରସ୍ତୁତ କରିବେଆଦି 18:6
ପଦଗୁଡ଼ିକ
ଆଦି 18:6ତହିଁରେ ଅବ୍ରହାମ ଶୀଘ୍ର ତମ୍ବୁଗୃହକୁ ସାରା ନିକଟକୁ ଯାଇ କହିଲେ, “ତିନି ସେର ଉତ୍ତମ ମଇଦା ନେଇ ଛାଣି ଶୀଘ୍ର ରୁଟି ପ୍ରସ୍ତୁତ କର।”
- ଲୋଟ ଅତିଥିମାନଙ୍କ ପାଇଁ ତାଡ଼ୀଶୂନ୍ୟ ରୁଟି ସେକିଲେଆଦି 19:3
ପଦଗୁଡ଼ିକ
ଆଦି 19:3ମାତ୍ର ଲୋଟ ଅତିଶୟ ବଳାଇବାରୁ ସେମାନେ ତାହା ସହିତ ଯାଇ ତାହାର ଘରେ ପ୍ରବେଶ କଲେ; ତହୁଁ ସେ ସେମାନଙ୍କର ପାଇଁ ତାଡ଼ିଶୂନ୍ୟ ରୁଟି ଆଦି ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରନ୍ତେ, ସେମାନେ ଭୋଜନ କଲେ।
- ଫାରୋଙ୍କ ପ୍ରଧାନ ରୁଟିକାରୀ ମୁଣ୍ଡରେ ତିନି ଟୋକେଇ ରୁଟିର ସ୍ୱପ୍ନ ଦେଖିଲାଆଦି 40:16–17
ପଦଗୁଡ଼ିକ
ଆଦି 40:16–17ତହିଁରେ ସେ ଉତ୍ତମ ଅର୍ଥ କଲେ, ପ୍ରଧାନ ସୂପକାର ଏହା ଦେଖି ଯୋଷେଫଙ୍କୁ କହିଲା, “ମୁଁ ମଧ୍ୟ ସ୍ୱପ୍ନ ଦେଖିଅଛି; ଦେଖ, ମୋʼ ମସ୍ତକ ଉପରେ ଶୁକ୍ଳ ପିଷ୍ଟକର ତିନୋଟି ଡାଲା। ସର୍ବଉପର ଡାଲାରେ ଫାରୋଙ୍କର ଭୋଜନ ନିମନ୍ତେ ନାନା ପ୍ରକାର ପକ୍ୱାନ୍ନ ଥିଲା; ଆଉ ପକ୍ଷୀଗଣ ଆସି ମୋର ମସ୍ତକରେ ଥିବା ଡାଲାରୁ ତାହା ଘେନି ଖାଇଲେ।”
- ମିସର ଛାଡ଼ିବା ବେଳେ ଇସ୍ରାଏଲ ସଙ୍ଗରେ ନେଇଥିବା ଚକଟା ମଇଦାରେ ତାଡ଼ୀଶୂନ୍ୟ ରୁଟି ସେକିଲାଯାତ୍ରା 12:34, ଯାତ୍ରା 12:39
ପଦଗୁଡ଼ିକ
ଯାତ୍ରା 12:34ତହିଁରେ ଚକଟା ମଇଦା ତାଡ଼ି ମିଶ୍ରିତ ହେବା ପୂର୍ବେ, ଲୋକମାନେ ତାହା ନେଇ ମଇଦା ଦଳିବା ପାତ୍ରସବୁ ଆପଣା ଆପଣା ବସ୍ତ୍ରରେ ବାନ୍ଧି ସ୍କନ୍ଧରେ ଘେନିଲେ।
ଯାତ୍ରା 12:39ଏଥିଉତ୍ତାରେ ସେମାନେ ମିସରଠାରୁ ଆନୀତ ଚକଟା ମଇଦାରେ ତାଡ଼ିଶୂନ୍ୟ ରୁଟି ପ୍ରସ୍ତୁତ କଲେ; କାରଣ ତାହା ତାଡ଼ି ମିଶ୍ରିତ ହୋଇ ନ ଥିଲା; ଯେହେତୁ ସେମାନେ ମିସରରୁ ତାଡ଼ିତ ହୋଇଥିଲେ, ଏଥିପାଇଁ ବିଳମ୍ବ କରି ନ ପାରିବାରୁ ଆପଣା ଆପଣା ନିମନ୍ତେ କିଛି ଖାଦ୍ୟ ପ୍ରସ୍ତୁତ କରିପାରି ନ ଥିଲେ।
- ବିଶ୍ରାମ ଦିନ ପୂର୍ବରୁ: “ତୁମ୍ଭମାନଙ୍କର ଯାହା ଭାଜିବାର, ତାହା ଭାଜ”ଯାତ୍ରା 16:23
ପଦଗୁଡ଼ିକ
ଯାତ୍ରା 16:23ସେତେବେଳେ ମୋଶା ସେମାନଙ୍କୁ କହିଲେ, “ସଦାପ୍ରଭୁ ତାହା କହିଅଛନ୍ତି, ଯଥା, ‘କାଲି ମହା ବିଶ୍ରାମ ଦିନ, ଅର୍ଥାତ୍, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବିଶ୍ରାମ ହେବ; ଏହେତୁ ତୁମ୍ଭମାନଙ୍କର ଯାହା ଭାଜିବାର, ତାହା ଭାଜ; ଯାହା ପାକ କରିବାର, ତାହା ପାକ କର; ପୁଣି, ଯାହା କିଛି ଅବଶିଷ୍ଟ ରହେ, ତାହା ପ୍ରଭାତ ପର୍ଯ୍ୟନ୍ତ ସଞ୍ଚୟ କରି ରଖ।’”
- ସଦାପ୍ରଭୁଙ୍କ ସମ୍ମୁଖରେ ସୁନା ମେଜ ପାଇଁ ବାରଟି ରୁଟି ସେକାଗଲାଲେବୀ 24:5–6
ପଦଗୁଡ଼ିକ
ଲେବୀ 24:5–6ଆଉ, ତୁମ୍ଭେ ସରୁ ମଇଦା ନେଇ ତହିଁରେ ବାରଗୋଟି ପିଠା ପ୍ରସ୍ତୁତ କରିବ; ପ୍ରତ୍ୟେକ ପିଠା ଏକ ଐଫାର ଦୁଇ ଦଶମାଂଶ ହେବ। ପୁଣି, ତୁମ୍ଭେ ଏକ ଏକ ଧାଡ଼ିରେ ଛଅ ଛଅ, ଏପରି ଦୁଇ ଧାଡ଼ି କରି ସଦାପ୍ରଭୁଙ୍କ ସମ୍ମୁଖରେ ନିର୍ମଳ ମେଜ ଉପରେ ତାହାସବୁ ରଖିବ।
- ଶାମୁୟେଲ: ରାଜା ତୁମ୍ଭମାନଙ୍କ କନ୍ୟାମାନଙ୍କୁ ପାଚିକା ଓ ରୁଟି ତିଆରିକାରିଣୀ କରି ନେବେପ୍ର.ଶା 8:13
ପଦଗୁଡ଼ିକ
ପ୍ର.ଶା 8:13ଆଉ ସେ ତୁମ୍ଭମାନଙ୍କ କନ୍ୟାଗଣକୁ ନେଇ ଗନ୍ଧଦ୍ରବ୍ୟ ପ୍ରସ୍ତୁତକାରିଣୀ ଓ ପାଚିକା ଓ ସୂପକାରିଣୀ କରିବ।
- ଐନ୍-ଦୋରର ଭୂତୁଡ଼ିଆ ସ୍ତ୍ରୀ ମଇଦା ଦଳି ଶାଉଲଙ୍କ ପାଇଁ ତାଡ଼ୀଶୂନ୍ୟ ରୁଟି ସେକିଲାପ୍ର.ଶା 28:24
ପଦଗୁଡ଼ିକ
ପ୍ର.ଶା 28:24ସେତେବେଳେ ସେ ସ୍ତ୍ରୀର ଗୃହରେ ଗୋଟିଏ ହୃଷ୍ଟପୁଷ୍ଟ ବାଛୁରି ଥିଲା; ଏଣୁ ସେ ଶୀଘ୍ର ତାକୁ ମାରିଲା ଓ ମଇଦା ନେଇ ତାହା ଦଳି ତାଡ଼ିଶୂନ୍ୟ ରୁଟି ପ୍ରସ୍ତୁତ କଲା।
- ତାମର ମଇଦା ଦଳି ଅମ୍ନୋନ ପାଇଁ ପିଠା ସେକିଲାଦ୍ଵି.ଶା 13:8
ପଦଗୁଡ଼ିକ
ଦ୍ଵି.ଶା 13:8ତହିଁରେ ତାମର ଆପଣା ଭାଇ ଅମ୍ନୋନର ଗୃହକୁ ଗଲା; ସେତେବେଳେ ସେ ଶଯ୍ୟାରେ ଥିଲା। ତହୁଁ ତାମର ଚକଟା ମଇଦା ନେଇ ଦଳି ତାହା ଆଗରେ ରୁଟି ପ୍ରସ୍ତୁତ କରି ତାହା ସେକିଲା।
- ଏଲୀୟ ଉଠି ତତ୍ତ ଅଙ୍ଗାର ଉପରେ ସେକା ଏକ ରୁଟି ଦେଖିଲେପ୍ର.ରା 19:6
ପଦଗୁଡ଼ିକ
ପ୍ର.ରା 19:6ତହିଁରେ ସେ ଅନାନ୍ତେ, ଦେଖ, ତାଙ୍କ ମସ୍ତକ ପାଖରେ ଅଙ୍ଗାରରେ ପକ୍ୱ ଏକ ପିଠା ଓ ଏକ ପାତ୍ର ଜଳ ଅଛି। ଏଣୁ ସେ ଭୋଜନପାନ କରି ପୁନର୍ବାର ଶୟନ କଲେ।
- ଯିଶାଇୟ: କାଠର ଏକ ଅଂଶରେ ରୁଟି ସେକାଯାଏ, ଆଉ ବାକିଟି ପ୍ରତିମା ହୁଏଯିଶା 44:15, ଯିଶା 44:19
ପଦଗୁଡ଼ିକ
ଯିଶା 44:15ଏଉତ୍ତାରେ ତାହା ମନୁଷ୍ୟର ଜାଳେଣି କାଷ୍ଠ ହୁଏ; ସେ ତହିଁରୁ କିଛି ନେଇ ଅଗ୍ନି ତାପ ନିଏ; ଆଉ, ସେ ତାହା ଜାଳି ରୁଟି ପାକ କରେ; ଆହୁରି, ଗୋଟିଏ ଦେବତା କରି ତାହା ପୂଜା କରେ; ସେ ଗୋଟିଏ ଖୋଦିତ ପ୍ରତିମା କରି ତାହା ଆଗରେ ଦଣ୍ଡବତ କରେ।
ଯିଶା 44:19କେହି ମନେ କରେ ନାହିଁ, କିଅବା ଏହା କହିବା ପାଇଁ କାହାରି ଜ୍ଞାନ କି ବୁଦ୍ଧି ନାହିଁ ଯେ, “ଯହିଁର ଏକ ଅଂଶ ନେଇ ଆମ୍ଭେ ଅଗ୍ନିରେ ଦଗ୍ଧ କରିଅଛୁ ଓ ଯହିଁର ଜ୍ୱଳ; ଅଙ୍ଗାର ନେଇ ରୁଟି ପାକ କରିଅଛୁ ଓ ମାଂସ ପାକ କରି ଭୋଜନ କରିଅଛୁ, ତହିଁର ଅବଶିଷ୍ଟାଂଶ ନେଇ କି ଘୃଣାଯୋଗ୍ୟ ବସ୍ତୁ ନିର୍ମାଣ କରିବା? ଆମ୍ଭେ କି ଖଣ୍ଡେ କାଷ୍ଠ ଆଗରେ ଦଣ୍ଡବତ କରିବା?”
- ଯିରିମୀୟ ରୁଟିକାରୀମାନଙ୍କ ଗଳିରୁ ଦିନକୁ ଗୋଟିଏ ରୁଟି ପାଉଥିଲେଯିରି 37:21
ପଦଗୁଡ଼ିକ
ଯିରି 37:21ତହିଁରେ ସିଦିକୀୟ ରାଜା ଆଜ୍ଞା କରନ୍ତେ, ଲୋକମାନେ ଯିରିମୀୟଙ୍କୁ ପ୍ରହରୀ ପ୍ରାଙ୍ଗଣରେ ରଖିଲେ, ପୁଣି ନଗରରେ ସବୁ ରୁଟି ଶେଷ ନ ହେବା ପର୍ଯ୍ୟନ୍ତ ରୁଟିବାଲାମାନଙ୍କର ପଲ୍ଲୀରୁ ଗୋଟିଏ ଲେଖାଏଁ ରୁଟି ପ୍ରତିଦିନ ତାଙ୍କୁ ଦେଲେ। ଏହି ପ୍ରକାରେ ଯିରିମୀୟ ପ୍ରହରୀ ପ୍ରାଙ୍ଗଣରେ ରହିଲେ।
- ଯିରୂଶାଲମର ପ୍ରାଚୀରରେ ଏକ ତୁନ୍ଦୁରୁ-ଦୁର୍ଗ ଥିଲାନିହି 3:11, ନିହି 12:38
ପଦଗୁଡ଼ିକ
ନିହି 3:11ହାରୀମ୍ର ପୁତ୍ର ମଲ୍କୀୟ ଓ ପହତ୍-ମୋୟାବର ପୁତ୍ର ହଶୂବ ଅନ୍ୟ ଏକ ଅଂଶ ଓ ତୁନ୍ଦୁରୁ-ଦୁର୍ଗର ମରାମତି କଲେ।
ନିହି 12:38ପୁଣି, ସେମାନଙ୍କର ଅନ୍ୟ ଯେଉଁ ଦଳ ଧନ୍ୟବାଦ ଉତ୍ସର୍ଗ କଲେ, ସେମାନେ ସେମାନଙ୍କୁ ସାକ୍ଷାତ କରିବାକୁ ଗଲେ, ଆଉ ଆମ୍ଭେ ଓ ଲୋକମାନଙ୍କର ଅର୍ଦ୍ଧେକ ସେମାନଙ୍କ ପଛେ ପଛେ ପ୍ରାଚୀର ଉପରେ ତୁନ୍ଦୁରୁ-ଦୁର୍ଗ ଦେଇ ପ୍ରଶସ୍ତ ପ୍ରାଚୀର ପର୍ଯ୍ୟନ୍ତ ଗଲୁ;
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର