ଅନୁସନ୍ଧାନ › ବିଷୟ › ଚାଳିଶ ସଂଖ୍ୟା
ଆଶ୍ଚର୍ଯ୍ୟଜନକ ବିବରଣୀ
ବାଇବେଲରେ ଚାଳିଶ ସଂଖ୍ୟା
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆର 31ଟି ଅଂଶ, ଧାଡ଼ି ପରେ ଧାଡ଼ି।
ଚାଳିଶ ଦିନ
- ପୃଥିବୀରେ ଚାଳିଶ ଦିନ ଓ ଚାଳିଶ ରାତ୍ରି ବୃଷ୍ଟି ହେଲାଆଦି 7:4, ଆଦି 7:12, ଆଦି 7:17
- ଚାଳିଶ ଦିନ ପରେ ନୋହ ଜାହାଜର ଝରକା ଖୋଲିଲେଆଦି 8:6
ପଦଗୁଡ଼ିକ
ଆଦି 8:6ଏଥିଉତ୍ତାରେ ଆଉ ଚାଳିଶ ଦିନ ଉତ୍ତାରେ ନୋହ ସ୍ୱନିର୍ମିତ ଜାହାଜର ଝରକା ଫିଟାଇ ଗୋଟିଏ ଡାମରା କାଉକୁ ଉଡ଼ାଇ ଦେଲେ;
- ଯାକୁବଙ୍କ ଶରୀରରେ ପୂତିଘ୍ନ ଦ୍ରବ୍ୟ ଲେପନ କରିବାକୁ ଚାଳିଶ ଦିନ ଲାଗିଲାଆଦି 50:3
ପଦଗୁଡ଼ିକ
ଆଦି 50:3ତାହା ପାଇଁ ଚାଳିଶ ଦିନ ଲାଗିଲା; ଯେହେତୁ ପୂତିଘ୍ନ ଦ୍ରବ୍ୟାକ୍ତ କରିବାକୁ ଚାଳିଶ ଦିନ ଲାଗେ; ପୁଣି, ମିସରୀୟ ଲୋକମାନେ ତାଙ୍କ ନିମନ୍ତେ ସତୁରି ଦିନ ଯାଏ ଶୋକ କଲେ।
- ମୋଶା ଚାଳିଶ ଦିନ ଓ ଚାଳିଶ ରାତ୍ରି ପର୍ବତରେ ରହିଲେଯାତ୍ରା 24:18, ଯାତ୍ରା 34:28, ଦ୍ବି.ବି 9:9
ପଦଗୁଡ଼ିକ
ଯାତ୍ରା 24:18ପୁଣି, ମୋଶା ମେଘ ମଧ୍ୟରେ ପ୍ରବେଶ କରି ପର୍ବତ ଉପରେ ଉଠି ଚାଳିଶ ଦିବାରାତ୍ର ସେହି ପର୍ବତ ଉପରେ ରହିଲେ।
ଯାତ୍ରା 34:28ସେହି ସମୟରେ ମୋଶା ସଦାପ୍ରଭୁଙ୍କ ସହିତ ସେହି ସ୍ଥାନରେ ଚାଳିଶ ଦିବାରାତ୍ର ଅବସ୍ଥାନ କଲେ; ସେ ଅନ୍ନ ଭୋଜନ କି ଜଳ ପାନ କଲେ ନାହିଁ। ସେ ସେହି ଦୁଇ ପ୍ରସ୍ତରରେ ନିୟମ-ବାକ୍ୟ, ଅର୍ଥାତ୍, ଦଶ ଆଜ୍ଞା ଲେଖିଲେ।
ଦ୍ବି.ବି 9:9ଯେତେବେଳେ ମୁଁ ପ୍ରସ୍ତରଦ୍ୱୟ, ଅର୍ଥାତ୍, ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କ କୃତ ନିୟମର ଦୁଇ ପ୍ରସ୍ତର ଫଳକ ଗ୍ରହଣ କରିବା ପାଇଁ ପର୍ବତ ଉପରକୁ ଗଲି, ସେତେବେଳେ ମୁଁ ପର୍ବତରେ ଚାଳିଶ ଦିନ ଓ ଚାଳିଶ ରାତ୍ରି ରହିଲି; ମୁଁ ଅନ୍ନ ଭୋଜନ କିଅବା ଜଳ ପାନ କଲି ନାହିଁ,
- ଚାଳିଶ ଦିନ ପରେ ଗୁପ୍ତଚରମାନେ ଫେରିଲେଗଣ 13:25
ପଦଗୁଡ଼ିକ
ଗଣ 13:25ଆଉ ଚାଳିଶ ଦିନ ଉତ୍ତାରେ ସେମାନେ ଦେଶ ଅନୁସନ୍ଧାନ କରି ଫେରି ଆସିଲେ।
- ଗଲୀୟାତ ଚାଳିଶ ଦିନ, ସକାଳ ଓ ସନ୍ଧ୍ୟାରେ ବାହାରି ଆସିଲାପ୍ର.ଶା 17:16
ପଦଗୁଡ଼ିକ
ପ୍ର.ଶା 17:16ପୁଣି, ସେହି ପଲେଷ୍ଟୀୟ ଲୋକ ଚାଳିଶ ଦିନ ପର୍ଯ୍ୟନ୍ତ ପ୍ରାତଃକାଳରେ ଓ ସନ୍ଧ୍ୟାକାଳରେ ନିକଟକୁ ଆସି ଆପଣାକୁ ଦେଖାଉଥାଏ।
- ଏଲୀୟ ଚାଳିଶ ଦିନ ଓ ରାତ୍ରି ଚାଲି ହୋରେବକୁ ଗଲେପ୍ର.ରା 19:8
ପଦଗୁଡ଼ିକ
ପ୍ର.ରା 19:8ତହୁଁ ସେ ଉଠି ଭୋଜନପାନ କଲେ ଓ ସେହି ଖାଦ୍ୟର ବଳରେ ପରମେଶ୍ୱରଙ୍କ ପର୍ବତ ହୋରେବ ପର୍ଯ୍ୟନ୍ତ ଚାଳିଶ ଦିନ ଓ ଚାଳିଶ ରାତ୍ରି ଗମନ କଲେ।
- ଯୂନସ: ଆଉ ଚାଳିଶ ଦିନ, ତା’ପରେ ନୀନିବୀ ଉତ୍ପାଟିତ ହେବଯୂନ 3:4
ପଦଗୁଡ଼ିକ
ଯୂନ 3:4ପୁଣି, ଯୂନସ ନଗରରେ ପ୍ରବେଶ କରିବାର ଆରମ୍ଭ କରି, ଏକ ଦିନର ପଥ ଯାଇ ଉଚ୍ଚସ୍ୱରରେ ଘୋଷଣା କରି କହିଲେ, “ଯଥା, ଆଉ ଚାଳିଶ ଦିନ ଗତ ହେଲେ ନୀନିବୀ ବିନଷ୍ଟ ହେବ।”
- ଯୀଶୁ ଚାଳିଶ ଦିନ ଓ ଚାଳିଶ ରାତ୍ରି ଉପବାସ କଲେମାଥି 4:2
ପଦଗୁଡ଼ିକ
ମାଥି 4:2ପୁଣି, ଚାଳିଶ ଦିନ ଓ ଚାଳିଶ ରାତ୍ରି ଉପବାସ କରି ଶେଷରେ କ୍ଷୁଧିତ ହେଲେ।
- ପୁନରୁତ୍ଥାନ ପରେ ଯୀଶୁ ଚାଳିଶ ଦିନ ଧରି ଦର୍ଶନ ଦେଲେପ୍ରେରି 1:3
ପଦଗୁଡ଼ିକ
ପ୍ରେରି 1:3ଯୀଶୁ ଆପଣା ଦୁଃଖଭୋଗ ଉତ୍ତାରେ ମଧ୍ୟ ଅନେକ ପ୍ରମାଣ ଦ୍ୱାରା ପ୍ରେରିତମାନଙ୍କ ନିକଟରେ ନିଜକୁ ଜୀବିତ ଦେଖାଇଲେ, ପୁଣି, ଚାଳିଶ ଦିନ ପର୍ଯ୍ୟନ୍ତ ବାରମ୍ବାର ସେମାନଙ୍କୁ ଦର୍ଶନ ଦେଇ ଈଶ୍ବରଙ୍କ ରାଜ୍ୟ ସମ୍ବନ୍ଧୀୟ ବିଷୟଗୁଡ଼ିକ କହିଲେ।
ଚାଳିଶ ବର୍ଷ
- ଇସ୍ରାଏଲ ପ୍ରାନ୍ତରରେ ଚାଳିଶ ବର୍ଷ ମାନ୍ନା ଖାଇଲାଯାତ୍ରା 16:35
ପଦଗୁଡ଼ିକ
ଯାତ୍ରା 16:35ଇସ୍ରାଏଲ ସନ୍ତାନମାନେ ବସତି ଦେଶରେ ଉପସ୍ଥିତ ନ ହେବା ଯାଏ ଚାଳିଶ ବର୍ଷ ପର୍ଯ୍ୟନ୍ତ ସେହି ମାନ୍ନା ଭୋଜନ କଲେ ଓ କିଣାନ ଦେଶର ସୀମାରେ ଉପସ୍ଥିତ ନ ହେବା ଯାଏ ସେମାନେ ତାହା ଖାଇଲେ।
- ଚାଳିଶ ବର୍ଷ ଭ୍ରମଣ, ଗୁପ୍ତଚର୍ଯ୍ୟାର ପ୍ରତି ଦିନ ପାଇଁ ଏକ ବର୍ଷଗଣ 14:34
ପଦଗୁଡ଼ିକ
ଗଣ 14:34ତୁମ୍ଭେମାନେ ଯେଉଁ ଚାଳିଶ ଦିନ ଦେଶ ଅନୁସନ୍ଧାନ କରିଅଛ, ସେହି ଦିନର ସଂଖ୍ୟାନୁସାରେ ଏକ ଏକ ଦିନ ପାଇଁ ଏକ ଏକ ବର୍ଷ, ଏରୂପେ ଚାଳିଶ ବର୍ଷ ପର୍ଯ୍ୟନ୍ତ ତୁମ୍ଭେମାନେ ଆପଣା ଆପଣା ଅପରାଧର ଦଣ୍ଡ ଭୋଗିବ ଓ ଆମ୍ଭର ବିପକ୍ଷତା କିପରି, ତାହା ଜ୍ଞାତ ହେବ।
- ଇସ୍ହାକ ଚାଳିଶ ବର୍ଷରେ ରିବିକାଙ୍କୁ ବିବାହ କଲେଆଦି 25:20
ପଦଗୁଡ଼ିକ
ଆଦି 25:20ସେହି ଇସ୍ହାକ ଚାଳିଶ ବର୍ଷ ବୟସରେ ପଦ୍ଦନ୍ ଅରାମୀୟ ବଥୂୟେଲର କନ୍ୟା, ଅର୍ଥାତ୍, ଅରାମୀୟ ଲାବନର ଭଗିନୀ ରିବିକାକୁ ବିବାହ କଲେ।
- ମୋଶା ଚାଳିଶ ବର୍ଷରେ ଆପଣା ଲୋକମାନଙ୍କୁ ଦେଖିବାକୁ ଗଲେ; ଚାଳିଶ ବର୍ଷ ପରେ, ଜଳନ୍ତା ବୁଦାପ୍ରେରି 7:23, ପ୍ରେରି 7:30
ପଦଗୁଡ଼ିକ
ପ୍ରେରି 7:23ତାହାଙ୍କୁ ଚାଳିଶ ବର୍ଷ ପୂର୍ଣ୍ଣ ହେଉଥିବା ସମୟରେ ଆପଣା ଭାଇମାନଙ୍କୁ, ଅର୍ଥାତ୍ ଇସ୍ରାଏଲ ସନ୍ତାନମାନଙ୍କୁ, ସାକ୍ଷାତ କରିବା ନିମନ୍ତେ ତାହାଙ୍କ ମନରେ ଇଚ୍ଛା ଜାତ ହେଲା।
ପ୍ରେରି 7:30ପରେ ଚାଳିଶ ବର୍ଷ ପୂର୍ଣ୍ଣ ହୁଅନ୍ତେ ସୀନୟ ପର୍ବତର ପ୍ରାନ୍ତରରେ ଜଣେ ଦୂତ ଗୋଟିଏ ବୁଦାର ଅଗ୍ନିଶିଖାରେ ତାହାଙ୍କୁ ଦର୍ଶନ ଦେଲେ।
- ଅନେକ ବିଚାରକର୍ତ୍ତାଙ୍କ ସମୟରେ ଦେଶ ଚାଳିଶ ବର୍ଷ ବିଶ୍ରାମ ପାଇଲାବିଚାର 3:11, ବିଚାର 5:31, ବିଚାର 8:28
ପଦଗୁଡ଼ିକ
ବିଚାର 3:11ତହିଁରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ଦେଶ ବିଶ୍ରାମ ପାଇଲା। ଏଉତ୍ତାରେ କନସର ପୁତ୍ର ଅତ୍ନୀୟେଲ ମଲା।
ବିଚାର 5:31ହେ ସଦାପ୍ରଭୋ, ତୁମ୍ଭର ସମସ୍ତ ଶତ୍ରୁ ଏହିରୂପେ ବିନଷ୍ଟ ହେଉନ୍ତୁ, ମାତ୍ର ତାହାଙ୍କ ପ୍ରେମକାରୀମାନେ ସ୍ୱପରାକ୍ରମରେ ଗତିକାରୀ ସୂର୍ଯ୍ୟ ତୁଲ୍ୟ ହେଉନ୍ତୁ।” ଏଥିଉତ୍ତାରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ଦେଶ ବିଶ୍ରାମ ପାଇଲା।
ବିଚାର 8:28ଏହିରୂପେ ମିଦୀୟନ ଇସ୍ରାଏଲ ସନ୍ତାନମାନଙ୍କ ସମ୍ମୁଖରେ ବଶୀଭୂତ ହେଲା ଓ ସେମାନେ ଆଉ ଆପଣାମାନଙ୍କ ମସ୍ତକ ଉଠାଇଲେ ନାହିଁ। ତହୁଁ ଗିଦିୟୋନ୍ଙ୍କର ସମୟରେ ଦେଶ ଚାଳିଶ ବର୍ଷ ବିଶ୍ରାମ ପାଇଲା।
- ପଲେଷ୍ଟୀୟମାନେ ଚାଳିଶ ବର୍ଷ ଇସ୍ରାଏଲ ଉପରେ ଶାସନ କଲେବିଚାର 13:1
ପଦଗୁଡ଼ିକ
ବିଚାର 13:1ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ପୁନର୍ବାର କଲେ; ତହିଁରେ ସଦାପ୍ରଭୁ ଚାଳିଶ ବର୍ଷ ଯାଏ ସେମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରେ ସମର୍ପଣ କଲେ।
- ଏଲି ଚାଳିଶ ବର୍ଷ ଇସ୍ରାଏଲର ବିଚାର କଲେପ୍ର.ଶା 4:18
ପଦଗୁଡ଼ିକ
ପ୍ର.ଶା 4:18ଆଉ ସେ ପରମେଶ୍ୱରଙ୍କ ସିନ୍ଦୁକ ବିଷୟ କହିବା କ୍ଷଣେ ଏପରି ଘଟିଲା ଯେ, ଏଲି ଦ୍ୱାର ପାଖରେ ଆପଣା ଆସନରୁ ପଛଆଡ଼େ ପଡ଼ିଗଲେ, ତହୁଁ ତାଙ୍କର ବେକ ଭାଙ୍ଗିଯାଇ ସେ ମଲେ; କାରଣ ସେ ବୃଦ୍ଧ ଲୋକ ଓ ଭାରୀ ଥିଲେ। ସେ ଚାଳିଶ ବର୍ଷ ଇସ୍ରାଏଲର ବିଚାର କଲେ।
- ପାଉଲ କହନ୍ତି, ଶାଉଲଙ୍କ ଅଧୀନରେ ଚାଳିଶ ବର୍ଷପ୍ରେରି 13:21
ପଦଗୁଡ଼ିକ
ପ୍ରେରି 13:21ତତ୍ପରେ ସେମାନେ ଜଣେ ରାଜା ପାଇବା ନିମନ୍ତେ ପ୍ରାର୍ଥନା କଲେ, ଆଉ ଈଶ୍ବର ଚାଳିଶ ବର୍ଷ ପର୍ଯ୍ୟନ୍ତ ବିନ୍ୟାମୀନ୍ ଗୋଷ୍ଠୀର କୀଶଙ୍କ ପୁତ୍ର ଶାଉଲଙ୍କୁ ସେମାନଙ୍କୁ ଦେଲେ।
- ଦାଉଦ ଚାଳିଶ ବର୍ଷ ରାଜତ୍ୱ କଲେ: ସାତ ବର୍ଷ ହିବ୍ରୋଣରେ, ତେତିଶ ବର୍ଷ ଯିରୂଶାଲମରେଦ୍ଵି.ଶା 5:4, ପ୍ର.ରା 2:11
ପଦଗୁଡ଼ିକ
ଦ୍ଵି.ଶା 5:4ଦାଉଦ ତିରିଶ ବର୍ଷ ବୟସରେ ରାଜତ୍ୱ କରିବାକୁ ଆରମ୍ଭ କଲେ ଓ ସେ ଚାଳିଶ ବର୍ଷ ରାଜତ୍ୱ କଲେ।
ପ୍ର.ରା 2:11ଦାଉଦ ଇସ୍ରାଏଲ ଉପରେ ଚାଳିଶ ବର୍ଷ ରାଜ୍ୟ କଲେ; ସେ ସାତ ବର୍ଷ ହିବ୍ରୋଣରେ ରାଜ୍ୟ କଲେ ଓ ତେତିଶ ବର୍ଷ ଯିରୂଶାଲମରେ ରାଜ୍ୟ କଲେ।
- ଶଲୋମନ ଚାଳିଶ ବର୍ଷ ରାଜତ୍ୱ କଲେପ୍ର.ରା 11:42
ପଦଗୁଡ଼ିକ
ପ୍ର.ରା 11:42ଶଲୋମନ ଚାଳିଶ ବର୍ଷ ପର୍ଯ୍ୟନ୍ତ ଯିରୂଶାଲମରେ ସମୁଦାୟ ଇସ୍ରାଏଲ ଉପରେ ରାଜ୍ୟ କଲେ।
- ଯୋୟାଶ୍ ଯିରୂଶାଲମରେ ଚାଳିଶ ବର୍ଷ ରାଜତ୍ୱ କଲେଦ୍ଵି.ରା 12:1
ପଦଗୁଡ଼ିକ
ଦ୍ଵି.ରା 12:1ଯେହୂଙ୍କ ରାଜତ୍ଵର ସପ୍ତମ ବର୍ଷରେ ଯୋୟାଶ୍ ରାଜତ୍ୱ କରିବାକୁ ଆରମ୍ଭ କରି ଯିରୂଶାଲମରେ ଚାଳିଶ ବର୍ଷ ରାଜ୍ୟ କଲେ; ତାଙ୍କର ମାତାର ନାମ ସିବୀୟା, ସେ ବେର୍ଶେବା ନିବାସିନୀ ଥିଲେ।
ଚାଳିଶ କୋରଡ଼ା
- ବ୍ୟବସ୍ଥା ଚାଳିଶ କୋରଡ଼ାରୁ ଅଧିକ ଅନୁମତି ଦେଉ ନ ଥିଲାଦ୍ବି.ବି 25:3
ପଦଗୁଡ଼ିକ
ଦ୍ବି.ବି 25:3ସେ ତାହାକୁ ଚାଳିଶ ପ୍ରହାର ଦେଇ ପାରିବ, ତହିଁରୁ ବଢ଼ିବ ନାହିଁ; ନୋହିଲେ, ଯେବେ ତାହା ବଢ଼େ ଓ ତହିଁରୁ ବହୁତ ପ୍ରହାର କରେ, ତେବେ ତୁମ୍ଭ ଭାଇ ତୁମ୍ଭ ଦୃଷ୍ଟିରେ ତୁଚ୍ଛଯୋଗ୍ୟ ହେବ।
- ପାଉଲ ପାଞ୍ଚ ଥର ଚାଳିଶରୁ ଏକ ଊଣା କୋରଡ଼ା ଖାଇଲେଦ୍ଵି.କରି 11:24
ପଦଗୁଡ଼ିକ
ଦ୍ଵି.କରି 11:24ମୁଁ ଯିହୁଦୀମାନଙ୍କଠାରୁ ପାଞ୍ଚ ଥର ଅଣଚାଳିଶ ପ୍ରହାର ପାଇଅଛି,
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର