Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ବିଷୟ › ଚାବି, ମୋହର, ମୁଦ୍ରାଙ୍କିତ ମୁଦି

ଆଶ୍ଚର୍ଯ୍ୟଜନକ ବିବରଣୀ

ବାଇବେଲରେ ଚାବି, ମୋହର, ମୁଦ୍ରାଙ୍କିତ ମୁଦି

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆର 27ଟି ଅଂଶ, ଧାଡ଼ି ପରେ ଧାଡ଼ି।

ଚାବି ଓ ଖିଲି

  • ଏହୂଦ ରାଜା ଇଗ୍ଲୋନର ଉପର କୋଠରୀର କବାଟ ପଛରେ ବନ୍ଦ କରିଦେଲେବିଚାର 3:23
    ପଦଗୁଡ଼ିକ
    ବିଚାର 3:23ଏଉତ୍ତାରେ ଏହୂଦ ତାହାକୁ ରୁଦ୍ଧକରଣାର୍ଥେ ସେହି ଉପର ମହଲାର କବାଟ ବନ୍ଦ କରି ଅର୍ଗଳ ଲଗାଇ ପାବଚ୍ଛ ପଥ ଆଡ଼କୁ ବାହାରିଗଲେ।
  • ଦାସମାନେ ଅପେକ୍ଷା କଲେ, ତା’ପରେ ଚାବି ନେଇ କବାଟ ଖୋଲିଲେବିଚାର 3:24–25
    ପଦଗୁଡ଼ିକ
    ବିଚାର 3:24–25ସେ ବାହାରିଗଲା ଉତ୍ତାରେ ରାଜାର ଦାସମାନେ ଆସିଲେ ଓ ସେମାନେ ଦେଖିଲେ ଯେ, ଦେଖ, ସେହି ଉପର ମହଲାର କବାଟ ଅର୍ଗଳ-ବଦ୍ଧ ହୋଇଅଛି; ଏଥିରେ ସେମାନେ କହିଲେ, “ସେ ଅବଶ୍ୟ ଆପଣା ଗ୍ରୀଷ୍ମକାଳୀନ ଭିତର କୋଠରିରେ ଆପଣା ପାଦ ଢାଙ୍କୁ ଅଛନ୍ତି।” ତହୁଁ ସେମାନେ ଲଜ୍ଜିତ ହେବା ପର୍ଯ୍ୟନ୍ତ ଅପେକ୍ଷା କଲେ; ମାତ୍ର ଦେଖ, ସେ ଉପର ମହଲାର କବାଟ ଫିଟାଇଲା ନାହିଁ; ଏହେତୁ ସେମାନେ କଞ୍ଚିକାଠି ନେଇ କବାଟ ଫିଟାଇଲେ; ତହିଁରେ ଦେଖ, ସେମାନଙ୍କର ପ୍ରଭୁ ମରି ଭୂମିରେ ପଡ଼ିଅଛି।
  • ଲେବୀୟମାନେ ରାତିରେ ପରମେଶ୍ୱରଙ୍କ ଗୃହ ଜଗିଲେ ଓ ପ୍ରତି ପ୍ରଭାତରେ ତାହା ଖୋଲିଲେପ୍ର.ବଂ 9:27
    ପଦଗୁଡ଼ିକ
    ପ୍ର.ବଂ 9:27ଆଉ ସେମାନେ ପରମେଶ୍ୱରଙ୍କ ଗୃହର ଚତୁର୍ଦ୍ଦିଗରେ ରାତ୍ରି କ୍ଷେପଣ କଲେ, କାରଣ ସେମାନଙ୍କ ଉପରେ ତହିଁର ରକ୍ଷାର ଭାର ଓ ପ୍ରତି ପ୍ରଭାତରେ ଦ୍ୱାର ଫିଟାଇବାର କାର୍ଯ୍ୟ ଥିଲା।
  • ଯିରୂଶାଲମର ଦ୍ୱାରସବୁ କବାଟ, ଖିଲି ଓ ଅର୍ଗଳ ସହିତ ପୁନର୍ନିର୍ମିତ ହେଲାନିହି 3:3
    ପଦଗୁଡ଼ିକ
    ନିହି 3:3ଆଉ, ହସନାୟାର ସନ୍ତାନଗଣ ମତ୍ସ୍ୟଦ୍ୱାର ଗଢ଼ିଲେ; ସେମାନେ ତହିଁର କଡ଼ି ଚଢ଼ାଇଲେ ଓ ତହିଁର କବାଟ ଓ କିଳିଣୀ ଓ ଅର୍ଗଳସବୁ ଲଗାଇଲେ।

ମୋହର ଓ ମୁଦ୍ରାଙ୍କିତ ମୁଦି

  • ଯିହୁଦା ବନ୍ଧକ ରୂପେ ଆପଣା ମୋହର, ସୂତ୍ର ଓ ଯଷ୍ଟି ତାମର ପାଖରେ ଛାଡ଼ିଲେଆଦି 38:18
    ପଦଗୁଡ଼ିକ
    ଆଦି 38:18ଯିହୁଦା କହିଲା, “କଅଣ ବନ୍ଧକ ଦେବା?” ତାମର କହିଲା, “ତୁମ୍ଭର ଏହି ମୋହର ଓ ସୂତ୍ର, ଆଉ ହସ୍ତଯଷ୍ଟି।” ତହୁଁ ଯିହୁଦା ତାକୁ ସେହି ସବୁ ଦେଇ ତାହା କତିକି ଗମନ କଲା, ତହିଁରେ ସେ ତାହା ଦ୍ୱାରା ଗର୍ଭବତୀ ହେଲା।
  • ତାମର: “ଏହି ମୋହର ଓ ସୂତ୍ର ଆଉ ଯଷ୍ଟି କାହାର?”ଆଦି 38:25
    ପଦଗୁଡ଼ିକ
    ଆଦି 38:25ଏଥିଉତ୍ତାରେ ସେ ବାହାରକୁ ଅଣାଯାʼନ୍ତେ, ଆପଣା ଶ୍ୱଶୁର ନିକଟକୁ କହି ପଠାଇଲା, “ଏହି ସମସ୍ତ ବସ୍ତୁ ଯାହାର, ସେହି ପୁରୁଷ ଦ୍ୱାରା ଆମ୍ଭର ଗର୍ଭ ହୋଇଅଛି।” ଆହୁରି କହିଲା, “ଏହି ମୋହର ଓ ସୂତ୍ର ଆଉ ଯଷ୍ଟି କାହାର? ତାହା ଚିହ୍ନି ଦେଖ।”
  • ଫାରୋ ଆପଣା ମୁଦ୍ରାଙ୍କିତ ମୁଦି ଯୋଷେଫଙ୍କ ଆଙ୍ଗୁଠିରେ ପିନ୍ଧାଇଲେଆଦି 41:42
    ପଦଗୁଡ଼ିକ
    ଆଦି 41:42ଏଥିଉତ୍ତାରେ ଫାରୋ ଆପଣା ହସ୍ତରୁ ନିଜ ସନ୍ତକ-ଅଙ୍ଗୁରୀୟ କାଢ଼ି ଯୋଷେଫଙ୍କ ହସ୍ତରେ ଦେଇ ତାଙ୍କୁ ସୂକ୍ଷ୍ମବସ୍ତ୍ର ପିନ୍ଧାଇ ତାଙ୍କ ଗଳାରେ ସୁବର୍ଣ୍ଣ ହାର ଦେଲେ।
  • ଈଷେବଲ୍‍ ଆହାବଙ୍କ ନାମରେ ପତ୍ର ଲେଖି ତାଙ୍କ ମୋହରରେ ମୁଦ୍ରାଙ୍କିତ କଲାପ୍ର.ରା 21:8
    ପଦଗୁଡ଼ିକ
    ପ୍ର.ରା 21:8ତହୁଁ ସେ ଆହାବଙ୍କ ନାମରେ ପତ୍ର ଲେଖି ଓ ତାଙ୍କର ମୁଦ୍ରାରେ ମୁଦ୍ରାଙ୍କିତ କରି ନାବୋତର ନଗରସ୍ଥ ଓ ତାହାର ପ୍ରତିବାସୀ ପ୍ରାଚୀନ ଓ ପ୍ରଧାନ ଲୋକମାନଙ୍କ ନିକଟକୁ ସେହି ପତ୍ର ପଠାଇଲା।
  • ଅକ୍ଷଶ୍ୱେରଶ ଆପଣା ମୁଦ୍ରାଙ୍କିତ ମୁଦି ହାମନ୍‍କୁ ଦେଲେଏଷ୍ଟ 3:10
    ପଦଗୁଡ଼ିକ
    ଏଷ୍ଟ 3:10ଏଥିରେ ରାଜା ଆପଣା ହସ୍ତରୁ ସନ୍ତକ-ଅଙ୍ଗୁରୀୟ କାଢ଼ି ଯିହୁଦୀୟମାନଙ୍କର ଶତ୍ରୁ ଅଗାଗୀୟ ହମ୍ମଦାଥାର ପୁତ୍ର ହାମନ୍‍କୁ ଦେଲେ।
  • ହାମନ୍‍ର ଆଜ୍ଞା ରାଜାଙ୍କ ନାମରେ ଲେଖାଯାଇ ମୁଦିରେ ମୁଦ୍ରାଙ୍କିତ ହେଲାଏଷ୍ଟ 3:12
    ପଦଗୁଡ଼ିକ
    ଏଷ୍ଟ 3:12ଏଣୁ ପ୍ରଥମ ମାସର ତ୍ରୟୋଦଶ ଦିନରେ ରାଜାଙ୍କ ଲେଖକମାନେ ଆହୂତ ହୁଅନ୍ତେ, ହାମନ୍‍ର ସମସ୍ତ ଆଜ୍ଞାନୁସାରେ ପ୍ରତ୍ୟେକ ପ୍ରଦେଶସ୍ଥ ରାଜପ୍ରତିନିଧିଗଣ ଓ ଅଧିପତିଗଣ ଓ ପ୍ରତ୍ୟେକ ଦେଶୀୟ ଲୋକଙ୍କ ଶାସନକର୍ତ୍ତାଗଣ ପ୍ରତି ପ୍ରତ୍ୟେକ ପ୍ରଦେଶର ଅକ୍ଷରାନୁସାରେ ଓ ପ୍ରତ୍ୟେକ ଦେଶୀୟ ଲୋକଙ୍କ ଭାଷାନୁସାରେ ପତ୍ର ଲିଖିତ ହେଲେ, ତାହା ଅକ୍ଷଶ୍ୱେରଶ ରାଜାଙ୍କ ନାମରେ ଲିଖିତ ଓ ରାଜାଙ୍କ ଅଙ୍ଗୁରୀୟରେ ମୁଦ୍ରାଙ୍କିତ ହେଲା।
  • ହାମନ୍‍ଠାରୁ ଫେରାଇ ନିଆଯାଇଥିବା ମୁଦି ମର୍ଦ୍ଦଖୟଙ୍କୁ ଦିଆଗଲାଏଷ୍ଟ 8:2
    ପଦଗୁଡ଼ିକ
    ଏଷ୍ଟ 8:2ଏଥିରେ ରାଜା ହାମନ୍‍ଠାରୁ ଯେଉଁ ଅଙ୍ଗୁରୀୟ ନେଇଥିଲେ, ତାହା କାଢ଼ି ମର୍ଦ୍ଦଖୟଙ୍କୁ ଦେଲେ, ପୁଣି ଏଷ୍ଟର ହାମନ୍‍ର ଗୃହ ଉପରେ ମର୍ଦ୍ଦଖୟଙ୍କୁ ନିଯୁକ୍ତ କଲେ।
  • ରାଜକୀୟ ମୁଦିରେ ମୁଦ୍ରାଙ୍କିତ ଆଜ୍ଞା ରଦ୍ଦ କରାଯାଇପାରେ ନାହିଁଏଷ୍ଟ 8:8
    ପଦଗୁଡ଼ିକ
    ଏଷ୍ଟ 8:8ମଧ୍ୟ ତୁମ୍ଭେମାନେ ରାଜା ନାମରେ ଯିହୁଦୀୟମାନଙ୍କ ନିକଟକୁ ଆପଣା ଆପଣା ଇଚ୍ଛାନୁସାରେ ପତ୍ର ଲେଖ ଓ ତାହା ରାଜାଙ୍କ ଅଙ୍ଗୁରୀୟରେ ମୋହରାଙ୍କିତ କର; କାରଣ ରାଜାଙ୍କ ନାମରେ ଲିଖିତ ଓ ରାଜାଙ୍କ ଅଙ୍ଗୁରୀୟରେ ମୋହରାଙ୍କିତ ପତ୍ର କେହି ଅନ୍ୟଥା କରି ନ ପାରେ।”
  • ମର୍ଦ୍ଦଖୟ ପତ୍ର ମୁଦ୍ରାଙ୍କିତ କରି ଅଶ୍ୱାରୋହୀ ଦୂତମାନଙ୍କ ଦ୍ୱାରା ପଠାଇଲେଏଷ୍ଟ 8:10
    ପଦଗୁଡ଼ିକ
    ଏଷ୍ଟ 8:10ପୁଣି, ସେ ରାଜା ଅକ୍ଷଶ୍ୱେରଶ ନାମରେ ଲେଖି ଓ ରାଜାଙ୍କ ଅଙ୍ଗୁରୀୟରେ ମୋହରାଙ୍କିତ କରି ଅଶ୍ୱଶାଳା-ଜାତ ରାଜକୀୟ ଅଶ୍ୱବାହନାରୂଢ଼ ଦ୍ରୁତଗାମୀ ଦୂତଗଣ ହସ୍ତରେ ପତ୍ର ପଠାଇଲା।
  • ସିଂହ ଗର୍ତ୍ତ ରାଜାଙ୍କ ମୁଦି ଓ ତାଙ୍କ ମହାପାତ୍ରମାନଙ୍କ ମୁଦିରେ ମୁଦ୍ରାଙ୍କିତ ହେଲାଦାନି 6:17
    ପଦଗୁଡ଼ିକ
    ଦାନି 6:17ପୁଣି, ଏକ ପଥର ଅଣାଯାଇ ଗର୍ତ୍ତ ମୁଖରେ ଥୁଆଗଲା; ଆଉ, ଦାନିୟେଲଙ୍କ ବିଷୟରେ ଯେପରି କୌଣସି ପରିବର୍ତ୍ତନ ନ ହେବ, ଏଥିପାଇଁ ରାଜା ଆପଣାର ମୁଦ୍ରାରେ ଓ ଆପଣା ଅମାତ୍ୟଗଣର ମୁଦ୍ରାରେ ତାହା ଅଙ୍କିତ କଲା।
  • ଅଧିପତି, ଲେବୀୟ ଓ ଯାଜକମାନଙ୍କ ନାମରେ ମୁଦ୍ରାଙ୍କିତ ଏକ ଲିଖିତ ନିୟମନିହି 9:38, ନିହି 10:1
    ପଦଗୁଡ଼ିକ
    ନିହି 9:38ଏସବୁ ଘଟିଲେ ହେଁ ଆମ୍ଭେମାନେ ଏକ ନିଶ୍ଚିତ ନିୟମ କରି ତାହା ଲେଖୁଅଛୁ; ଆଉ, ଆମ୍ଭମାନଙ୍କ ଅଧିପତିମାନେ, ଆମ୍ଭମାନଙ୍କ ଲେବୀୟମାନେ ଓ ଆମ୍ଭମାନଙ୍କ ଯାଜକମାନେ ତାହା ମୋହରାଙ୍କିତ କରୁଅଛନ୍ତି।
    ନିହି 10:1ମୋହରାଙ୍କନକାରୀମାନଙ୍କ ନାମ ଏହି, ଯଥା, ହଖଲୀୟର ପୁତ୍ର ନିହିମୀୟା ଶାସନକର୍ତ୍ତା ଓ ସିଦିକୀୟ;
  • ଯିରିମୀୟ ଏକ ଦଲିଲରେ ଦସ୍ତଖତ କରି ମୁଦ୍ରାଙ୍କିତ କଲେ: ଗୋଟିଏ ମୁଦ୍ରାଙ୍କିତ, ଗୋଟିଏ ଖୋଲା ପ୍ରତିଯିରି 32:10–11
    ପଦଗୁଡ଼ିକ
    ଯିରି 32:10–11ଆଉ, ମୁଁ କ୍ରୟପତ୍ରରେ ସ୍ୱାକ୍ଷର କରି ମୁଦ୍ରାଙ୍କ କଲି ଓ ସାକ୍ଷୀ ରଖି ନିକ୍ତିରେ ରୂପା ତୌଲି ତାହାକୁ ଦେଲି। ତହୁଁ ମୁଁ କ୍ରୟପତ୍ରର ଦୁଇ କିତା, ଅର୍ଥାତ୍‍, ବ୍ୟବସ୍ଥା ଓ ଧାରାନୁସାରେ ମୁଦ୍ରାଙ୍କିତ ଏକ କିତା ଓ ଖୋଲା ଏକ କିତା ନେଲି;
  • ବହୁ କାଳ ରହିବା ପାଇଁ ଦଲିଲସବୁ ମାଟି ପାତ୍ରରେ ରଖାଗଲାଯିରି 32:14
    ପଦଗୁଡ଼ିକ
    ଯିରି 32:14‘ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେ ଏହି ମୁଦ୍ରାଙ୍କିତ ଓ ଖୋଲା ଦୁଇ ଖଣ୍ଡ କ୍ରୟପତ୍ର ନେଇ ତାହା ଯେପରି ଅନେକ ଦିନ ରହିବ, ଏଥିପାଇଁ ଏକ ମୃତ୍ତିକା ପାତ୍ରରେ ରଖ।
  • ପଥର ମୁଦ୍ରାଙ୍କିତ କରି ଓ ପ୍ରହରୀ ରଖି ଯୀଶୁଙ୍କ କବର ସୁରକ୍ଷିତ କରାଗଲାମାଥି 27:66
    ପଦଗୁଡ଼ିକ
    ମାଥି 27:66ତେଣୁ ସେମାନେ ଯାଇ ପ୍ରହରୀ-ଦଳ ସହିତ ସେହି ପ୍ରସ୍ତରରେ ମୁଦ୍ରାଙ୍କ ଦେଇ ସମାଧି ସୁରକ୍ଷିତ କଲେ।

ମୋହର ପରି ଖୋଦିତ

  • ଇସ୍ରାଏଲର ପୁତ୍ରମାନଙ୍କ ନାମ ମୋହର ପରି ଖୋଦିତ ଦୁଇଟି ଗୋମେଦକ ମଣିଯାତ୍ରା 28:9, ଯାତ୍ରା 28:11, ଯାତ୍ରା 39:6
    ପଦଗୁଡ଼ିକ
    ଯାତ୍ରା 28:9ଏଥିଉତ୍ତାରେ ତୁମ୍ଭେ ଦୁଇ ଗୋମେଦକ ମଣି ଘେନି ତହିଁ ଉପରେ ଇସ୍ରାଏଲର ପୁତ୍ରମାନଙ୍କ ନାମ ଖୋଦିତ କରିବ।
    ଯାତ୍ରା 28:11ଶିଳ୍ପକର୍ମରେ ମୁଦ୍ରା ଖୋଦିତ କରିବା ନ୍ୟାୟ ସେହି ଦୁଇ ମଣି ଉପରେ ଇସ୍ରାଏଲର ପୁତ୍ରଗଣର ନାମ ଖୋଦିତ କରିବ, ପୁଣି, ତାହା ଦୁଇ ସ୍ୱର୍ଣ୍ଣାଧାରରେ ବନ୍ଦ କରିବ।
    ଯାତ୍ରା 39:6ଆହୁରି ସେମାନେ ଇସ୍ରାଏଲ-ପୁତ୍ରଗଣର ନାମାନୁସାରେ ଖୋଦିତ ମୁଦ୍ରାନ୍ୟାୟ ଖୋଦିତ ଓ ସ୍ୱର୍ଣ୍ଣାଧାରରେ ଖଚିତ ଦୁଇ ଗୋମେଦକ ମଣି ପ୍ରସ୍ତୁତ କଲେ।
  • ବକ୍ଷପଟର ବାରଟି ମଣି, ପ୍ରତ୍ୟେକରେ ମୋହର ପରି ଏକ ବଂଶର ନାମ ଖୋଦିତଯାତ୍ରା 28:21, ଯାତ୍ରା 39:14
    ପଦଗୁଡ଼ିକ
    ଯାତ୍ରା 28:21ଏହି ମଣି ଇସ୍ରାଏଲର ପୁତ୍ରମାନଙ୍କ ନାମ ନିମନ୍ତେ ସେମାନଙ୍କ ନାମ ଅନୁସାରେ ଦ୍ୱାଦଶ ହେବେ; ମୁଦ୍ରାନ୍ୟାୟ ଖୋଦିତ ପ୍ରତ୍ୟେକ ମଣିରେ ସେହି ଦ୍ୱାଦଶ ବଂଶ ନିମନ୍ତେ ପ୍ରତ୍ୟେକ ପୁତ୍ରର ନାମ ରହିବ।
    ଯାତ୍ରା 39:14ପୁଣି, ଇସ୍ରାଏଲ-ପୁତ୍ରମାନଙ୍କ ନାମାଙ୍କିତ ଏହିସବୁ ମଣି ସେମାନଙ୍କ ନାମାନୁସାରେ ଦ୍ୱାଦଶ ହେଲା ଓ ମୁଦ୍ରାନ୍ୟାୟ ଏକ ଏକ ମଣିରେ ଦ୍ୱାଦଶ ବଂଶର ଏକ ଏକ ନାମ ରହିଲା।
  • ମୋହର ପରି ଖୋଦିତ ଏକ ସୁନା ପତ୍ର: ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ରଯାତ୍ରା 28:36, ଯାତ୍ରା 39:30
    ପଦଗୁଡ଼ିକ
    ଯାତ୍ରା 28:36ଆଉ ତୁମ୍ଭେ ନିର୍ମଳ ସୁବର୍ଣ୍ଣରେ ଏକ ପତ୍ର ପ୍ରସ୍ତୁତ କରି ମୋହର ନ୍ୟାୟ ତହିଁ ଉପରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଖୋଦନ କରିବ।
    ଯାତ୍ରା 39:30ଏଥିଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ନିର୍ମଳ ସୁବର୍ଣ୍ଣରେ ପବିତ୍ର ମୁକୁଟର ପତ୍ର ପ୍ରସ୍ତୁତ କରି ଖୋଦିତ ମୁଦ୍ରାନ୍ୟାୟ ତହିଁ ଉପରେ “ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର” ଏହା ଲେଖିଲେ।
  • ପରମ ଗୀତର ଏକ ବାଣୀ: “ତୁମ୍ଭେ ମୋତେ ମୋହର ତୁଲ୍ୟ ଆପଣା ହୃଦୟରେ” … “ଧାରଣ କର”ପ.ଗୀ 8:6
    ପଦଗୁଡ଼ିକ
    ପ.ଗୀ 8:6ତୁମ୍ଭେ ମୋତେ ମୋହର ତୁଲ୍ୟ ଆପଣା ହୃଦୟରେ, ମୋହର ତୁଲ୍ୟ ଆପଣା ବାହୁରେ ଧାରଣ କର; କାରଣ ପ୍ରେମ ମୃତ୍ୟୁ ପରି ବଳବାନ; ଅନ୍ତର୍ଜ୍ୱାଳା ପାତାଳ ପରି ଦୃଢ଼; ତହିଁର ଶିଖା ଅଗ୍ନିଶିଖା, ଅତି ଭୟଙ୍କର ଅଗ୍ନିଶିଖା।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର