ଅନୁସନ୍ଧାନ › ବିଷୟ › ଶବରେ ପୂତିଘ୍ନ ଦ୍ରବ୍ୟ ଓ କବରର ସୁଗନ୍ଧି
ଆଶ୍ଚର୍ଯ୍ୟଜନକ ବିବରଣୀ
ବାଇବେଲରେ ଶବରେ ପୂତିଘ୍ନ ଦ୍ରବ୍ୟ ଓ କବରର ସୁଗନ୍ଧି
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆର 18ଟି ଅଂଶ, ଧାଡ଼ି ପରେ ଧାଡ଼ି।
- ଯୋଷେଫ ଆପଣା ବୈଦ୍ୟମାନଙ୍କ ଦ୍ୱାରା ପିତା ଯାକୁବଙ୍କ ଶରୀରରେ ପୂତିଘ୍ନ ଦ୍ରବ୍ୟ ଲେପନ କରାଇଲେଆଦି 50:2
ପଦଗୁଡ଼ିକ
ଆଦି 50:2ପୁଣି, ଯୋଷେଫ ଆପଣା ପିତାଙ୍କର ଶବ ପୂତିଘ୍ନ ଦ୍ରବ୍ୟାକ୍ତ କରିବା ପାଇଁ ଆପଣା ଦାସ ବୈଦ୍ୟମାନଙ୍କୁ ଆଜ୍ଞା ଦେଲେ; ତହିଁରେ ବୈଦ୍ୟମାନେ ଇସ୍ରାଏଲଙ୍କର ଶବକୁ ପୂତିଘ୍ନ ଦ୍ରବ୍ୟ ଯୁକ୍ତ କଲେ।
- ପୂତିଘ୍ନ ଦ୍ରବ୍ୟ ଲେପନରେ ଚାଳିଶ ଦିନ ଲାଗିଲା; ମିସରୀୟମାନେ ସତୁରି ଦିନ ଶୋକ କଲେଆଦି 50:3
ପଦଗୁଡ଼ିକ
ଆଦି 50:3ତାହା ପାଇଁ ଚାଳିଶ ଦିନ ଲାଗିଲା; ଯେହେତୁ ପୂତିଘ୍ନ ଦ୍ରବ୍ୟାକ୍ତ କରିବାକୁ ଚାଳିଶ ଦିନ ଲାଗେ; ପୁଣି, ମିସରୀୟ ଲୋକମାନେ ତାଙ୍କ ନିମନ୍ତେ ସତୁରି ଦିନ ଯାଏ ଶୋକ କଲେ।
- ଯୋଷେଫ 110 ବର୍ଷରେ ମଲେ, ତାଙ୍କ ଶରୀରରେ ପୂତିଘ୍ନ ଦ୍ରବ୍ୟ ଲେପନ କରି ମିସରରେ ଏକ ସିନ୍ଦୁକରେ ରଖାଗଲାଆଦି 50:26
ପଦଗୁଡ଼ିକ
ଆଦି 50:26ଏହି ପ୍ରକାରେ ଯୋଷେଫ ଶହେ ଦଶ ବର୍ଷ ବୟସରେ ମଲେ; ତହିଁରେ ସେମାନେ ତାଙ୍କର ଶବକୁ ପୂତିଘ୍ନ ଦ୍ରବ୍ୟ ଯୁକ୍ତ କରି ମିସର ଦେଶରେ ଏକ ସିନ୍ଦୁକ ମଧ୍ୟରେ ରଖିଲେ।
- ଯୋଷେଫଙ୍କ ଅନୁରୋଧ ଅନୁସାରେ ମୋଶା ତାଙ୍କ ଅସ୍ଥି ମିସରରୁ ନେଇଗଲେଯାତ୍ରା 13:19
ପଦଗୁଡ଼ିକ
ଯାତ୍ରା 13:19ପୁଣି, ମୋଶା ଯୋଷେଫଙ୍କର ଅସ୍ଥି ଆପଣା ସଙ୍ଗେ ନେଲେ; କାରଣ ସେ ଇସ୍ରାଏଲ-ସନ୍ତାନଗଣକୁ ଦୃଢ଼ ଶପଥ କରାଇ କହିଥିଲେ, “ପରମେଶ୍ୱର ଅବଶ୍ୟ ତୁମ୍ଭମାନଙ୍କର ତତ୍ତ୍ୱାବଧାନ କରିବେ; ସେସମୟରେ ତୁମ୍ଭେମାନେ ଆପଣାମାନଙ୍କ ସହିତ ଆମ୍ଭର ଅସ୍ଥି ଏହି ସ୍ଥାନରୁ ନେଇଯିବ।”
- ଯାକୁବ କିଣିଥିବା ଭୂମିଖଣ୍ଡରେ ଶିଖିମରେ ତାଙ୍କ ଅସ୍ଥି କବର ଦିଆଗଲାଯିହୋ 24:32
ପଦଗୁଡ଼ିକ
ଯିହୋ 24:32ପୁଣି ଯାକୁବ ଏକ ଶହ ରୌପ୍ୟ ମୁଦ୍ରାରେ ଶିଖିମର ପିତା ହମୋର ସନ୍ତାନମାନଙ୍କଠାରୁ ଯେଉଁ ଭୂମି କ୍ରୟ କରିଥିଲେ, ଶିଖିମସ୍ଥିତ ସେହି ଭୂମିଖଣ୍ଡରେ ଇସ୍ରାଏଲ-ସନ୍ତାନଗଣ ଯୋଷେଫଙ୍କର ଯେଉଁ ଅସ୍ଥି ମିସରରୁ ଆଣିଥିଲେ, ତାହା ପୋତିଲେ, ଆଉ ତାହା ଯୋଷେଫ-ସନ୍ତାନମାନଙ୍କ ଅଧିକାର ହେଲା।
ସୁଗନ୍ଧି ଓ କ୍ଷୌମବସ୍ତ୍ର
- ରାଜା ଆସାଙ୍କୁ ସୁଗନ୍ଧି ଦ୍ରବ୍ୟ ଓ ମିଶ୍ରିତ ସୁଗନ୍ଧରେ ପୂର୍ଣ୍ଣ ଖଟିଆରେ ଶୁଆଇଦିଆଗଲାଦ୍ଵି.ବଂ 16:14
ପଦଗୁଡ଼ିକ
ଦ୍ଵି.ବଂ 16:14ଆଉ ସେ ଦାଉଦ-ନଗରରେ ଆପଣା ପାଇଁ ଯେଉଁ କବର ଖୋଳିଥିଲେ, ତାଙ୍କର ସେହି କବରରେ ଲୋକମାନେ ତାଙ୍କୁ କବର ଦେଲେ ଓ ଗନ୍ଧବଣିକର ପ୍ରକ୍ରିୟାରେ ପ୍ରସ୍ତୁତ ନାନା ପ୍ରକାର ସୁଗନ୍ଧି ଦ୍ରବ୍ୟରେ ପୂର୍ଣ୍ଣ ଶଯ୍ୟାରେ ତାଙ୍କୁ ଶୁଆଇଲେ ଓ ତାଙ୍କ ନିମନ୍ତେ ସେମାନେ ଅତି ବଡ଼ ଦାହ କଲେ।
- ଆସାଙ୍କ ସମ୍ମାନରେ ବଡ଼ ଅଗ୍ନି ଜଳାଗଲା; ଯିହୋରାମ୍ଙ୍କ ପାଇଁ ଜଳାଗଲା ନାହିଁଦ୍ଵି.ବଂ 16:14, ଦ୍ଵି.ବଂ 21:19
ପଦଗୁଡ଼ିକ
ଦ୍ଵି.ବଂ 16:14ଆଉ ସେ ଦାଉଦ-ନଗରରେ ଆପଣା ପାଇଁ ଯେଉଁ କବର ଖୋଳିଥିଲେ, ତାଙ୍କର ସେହି କବରରେ ଲୋକମାନେ ତାଙ୍କୁ କବର ଦେଲେ ଓ ଗନ୍ଧବଣିକର ପ୍ରକ୍ରିୟାରେ ପ୍ରସ୍ତୁତ ନାନା ପ୍ରକାର ସୁଗନ୍ଧି ଦ୍ରବ୍ୟରେ ପୂର୍ଣ୍ଣ ଶଯ୍ୟାରେ ତାଙ୍କୁ ଶୁଆଇଲେ ଓ ତାଙ୍କ ନିମନ୍ତେ ସେମାନେ ଅତି ବଡ଼ ଦାହ କଲେ।
ଦ୍ଵି.ବଂ 21:19ତହିଁରେ ସମୟାନୁକ୍ରମେ ଦୁଇ ବର୍ଷ ଶେଷରେ ସେହି ପୀଡ଼ା ସକାଶୁ ତାଙ୍କର ଅନ୍ତ୍ର ବାହାରି ପଡ଼ିଲା ଓ ସେ ଉତ୍କଟ ପୀଡ଼ାରେ ମଲେ। ତହୁଁ ତାଙ୍କର ଲୋକମାନେ ତାଙ୍କର ପିତୃଗଣର ଦାହ ଅନୁଯାୟୀ ତାଙ୍କ ପାଇଁ ଦାହ କଲେ ନାହିଁ।
- ମାର୍ଥା: “ସେ ବାସିଗଲାଣି, କାରଣ ସେ ଚାରି ଦିନ ହେଲା ମଲାଣି”ଯୋହ 11:39
ପଦଗୁଡ଼ିକ
ଯୋହ 11:39ଯୀଶୁ କହିଲେ, “ଏହି ପଥର ଘୁଞ୍ଚାଇଦିଅ।” ମୃତ ବ୍ୟକ୍ତିଙ୍କ ଭଉଣୀ ମାର୍ଥା ତାହାଙ୍କୁ କହିଲେ, ପ୍ରଭୁ, ସେ ବାସିଗଲାଣି, କାରଣ ସେ ଚାରି ଦିନ ହେଲା ମଲାଣି।
- ଲାଜାର କ୍ଷୌମବସ୍ତ୍ରର ପଟିରେ ବନ୍ଧା ହୋଇ, ମୁହଁ ଗାମୁଛାରେ ଗୁଡ଼ା ହୋଇ ବାହାରି ଆସିଲେଯୋହ 11:44
ପଦଗୁଡ଼ିକ
ଯୋହ 11:44ମୃତ ଲୋକଟି ବାହାରି ଆସିଲେ; ତାହାଙ୍କ ହାତ ଓ ପାଦ ସମାଧିବସ୍ତ୍ରରେ ବନ୍ଧା ହୋଇଥିଲା, ପୁଣି, ତାହାଙ୍କ ମୁଖରେ ଖଣ୍ଡେ ଗାମୁଛା ଗୁଡ଼ା ହୋଇଥିଲା। ଯୀଶୁ ସେମାନଙ୍କୁ କହିଲେ, “ଏହାଙ୍କ ବନ୍ଧନ ଫିଟାଇ ଚାଲିଯିବାକୁ ଦିଅ।”
- ଯୀଶୁ: ସେ ମୋʼ ସମାଧି ପାଇଁ ଆଗରୁ ମୋʼ ଶରୀରରେ ଅଭିଷେକ କରିଅଛିମାର୍କ 14:8, ଯୋହ 12:7
ପଦଗୁଡ଼ିକ
ମାର୍କ 14:8ତାହାର ଯାହା ସାଧ୍ୟ, ତାହା ସେ କରିଅଛି; ସେ ସମାଧି ନିମନ୍ତେ ମୋହର ଶରୀରକୁ ପୂର୍ବରୁ ତୈଳରେ ଅଭିଷେକ କରିଅଛି।
ଯୋହ 12:7ସେଥିରେ ଯୀଶୁ କହିଲେ, “ଏହାକୁ ଛାଡ଼ିଦିଅ, ଯେପରି ମୋହର ସମାଧି ଦିନ ନିମନ୍ତେ ସେ ଏହା ରଖି ପାରେ।
- ନୀକଦୀମ ବହୁତ ଗନ୍ଧରସ ଓ ଅଗୁରୁ ଆଣିଲେଯୋହ 19:39
ପଦଗୁଡ଼ିକ
ଯୋହ 19:39ଯେଉଁ ନୀକଦୀମ ପ୍ରଥମେ ରାତ୍ରିକାଳରେ ତାହାଙ୍କ ନିକଟକୁ ଆସିଥିଲେ, ସେ ମଧ୍ୟ ପ୍ରାୟ ପଚାଶ ସେର ଗନ୍ଧରସ ମିଶ୍ରିତ ଅଗୁରୁ ଘେନି ଆସିଲେ।
- ଯିହୁଦୀମାନଙ୍କ ସମାଧି ରୀତି ଅନୁସାରେ ଯୀଶୁଙ୍କ ଶରୀର ସୁଗନ୍ଧି ଦ୍ରବ୍ୟ ସହିତ ସୂକ୍ଷ୍ମ ବସ୍ତ୍ରରେ ଗୁଡ଼ାଗଲାଯୋହ 19:40
ପଦଗୁଡ଼ିକ
ଯୋହ 19:40ସେମାନେ ଯୀଶୁଙ୍କର ଶରୀର ଘେନି ଯିହୁଦୀମାନଙ୍କର ସମାଧି ଦେବା ରୀତି ଅନୁସାରେ ତାହା ସୁଗନ୍ଧିଦ୍ରବ୍ୟ ସହିତ ସୂକ୍ଷ୍ମ ବସ୍ତ୍ରରେ ଗୁଡ଼ାଇଦେଲେ।
- ସ୍ତ୍ରୀମାନେ ସୁଗନ୍ଧି ଦ୍ରବ୍ୟ ଓ ସୁଗନ୍ଧି ତୈଳ ପ୍ରସ୍ତୁତ କରି ବିଶ୍ରାମ ଦିନରେ ବିଶ୍ରାମ କଲେଲୂକ 23:55–56
ପଦଗୁଡ଼ିକ
ଲୂକ 23:55–56ଆଉ ଗାଲିଲୀରୁ ତାହାଙ୍କ ସହିତ ଆସିଥିବା ସ୍ତ୍ରୀଲୋକମାନେ ପଛେ ପଛେ ଯାଇ ସମାଧି ସ୍ଥଳ ଓ ତାହାଙ୍କ ଶରୀର କିପରି ରଖାଗଲା, ତାହା ଦେଖିଲେ, ପୁଣି, ସେମାନେ ବାହୁଡ଼ିଯାଇ ସୁଗନ୍ଧିଦ୍ରବ୍ୟ ଓ ତୈଳ ପ୍ରସ୍ତୁତ କଲେ।
- ବିଶ୍ରାମ ଦିନ ପରେ ଶରୀରରେ ଲେପନ କରିବା ପାଇଁ ସେମାନେ ସୁଗନ୍ଧି ଦ୍ରବ୍ୟ କିଣିଲେମାର୍କ 16:1
ପଦଗୁଡ଼ିକ
ମାର୍କ 16:1ବିଶ୍ରାମବାର ବିତିଗଲା ଉତ୍ତାରେ ମଗ୍ଦଲୀନୀ ମରୀୟମ, ଯାକୁବଙ୍କ ମାତା ମରୀୟମ ଓ ଶଲୋମୀ ସୁଗନ୍ଧିଦ୍ରବ୍ୟ କିଣିଲେ, ଯେପରି ସେମାନେ ଯାଇ ତାହାଙ୍କୁ ମଖାଇଦେଇ ପାରନ୍ତି।
- ସପ୍ତାହର ପ୍ରଥମ ଦିନ ଅତି ପ୍ରଭାତରେ ସେମାନେ ସୁଗନ୍ଧି ଦ୍ରବ୍ୟ କବରକୁ ଆଣିଲେଲୂକ 24:1
ପଦଗୁଡ଼ିକ
ଲୂକ 24:1ଆଉ ବିଶ୍ରାମବାର ଦିନରେ ସେମାନେ ବିଧି ଅନୁସାରେ ବିଶ୍ରାମ କଲେ, କିନ୍ତୁ ସପ୍ତାହର ପ୍ରଥମ ଦିନର ଅତି ପ୍ରତ୍ୟୁଷରେ ସେମାନେ ସେମାନଙ୍କ ପ୍ରସ୍ତୁତ ସୁଗନ୍ଧିଦ୍ରବ୍ୟ ଘେନି ସମାଧି-ସ୍ଥାନ ନିକଟକୁ ଗଲେ।
- ପିତର କ୍ଷୌମବସ୍ତ୍ରସବୁ ଓ ଅଲଗା ଗୁଡ଼ାଇ ରଖାଯାଇଥିବା ମୁଣ୍ଡର ଗାମୁଛା ଦେଖିଲେଯୋହ 20:6–7
ପଦଗୁଡ଼ିକ
ଯୋହ 20:6–7ପରେ ଶିମୋନ ପିତର ମଧ୍ୟ ତାହାଙ୍କ ପଛେ ପଛେ ଆସି ପହଞ୍ଚିଲେ ଓ ସମାଧି ଭିତରେ ପ୍ରବେଶ କରି ଦେଖିଲେ ଯେ, ସରୁ ସୂକ୍ଷ୍ମ ବସ୍ତ୍ରଗୁଡ଼ିକ ପଡ଼ିଅଛି, ପୁଣି, ତାହାଙ୍କ ମୁଣ୍ଡରେ ଯେଉଁ ଗାମୁଛା ବନ୍ଧା ହୋଇଥିଲା, ତାହା ସରୁ ଲୁଗା ସହିତ ନ ଥାଇ ଅଲଗା ଗୋଟିଏ ସ୍ଥାନରେ ଗୁଡ଼ା ହୋଇ ରହିଅଛି।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର