ଆଶ୍ଚର୍ଯ୍ୟଜନକ ବିବରଣୀ
ବାଇବେଲରେ ଜନ୍ମଦିନ
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆର 8ଟି ଅଂଶ, ଧାଡ଼ି ପରେ ଧାଡ଼ି।
- ଫାରୋ ଆପଣା ଜନ୍ମଦିନରେ ଆପଣା କର୍ମଚାରୀମାନଙ୍କ ପାଇଁ ଭୋଜି ଦେଲେଆଦି 40:20
ପଦଗୁଡ଼ିକ
ଆଦି 40:20ଏଥିଉତ୍ତାରେ ତୃତୀୟ ଦିନରେ ଫାରୋଙ୍କର ଜନ୍ମ ଦିନ ଉପସ୍ଥିତ ହେବାରୁ ସେ ଆପଣା ସମସ୍ତ ଦାସଙ୍କ ନିମନ୍ତେ ଭୋଜ ପ୍ରସ୍ତୁତ କଲେ। ତହିଁରେ ସେ ଆପଣା ସମସ୍ତ ଦାସଙ୍କ ସାକ୍ଷାତରେ ପ୍ରଧାନ ପାନପାତ୍ର ବାହକର ଓ ପ୍ରଧାନ ସୂପକାରର ମସ୍ତକ ଉଠାଇଲେ।
- ସେହି ଦିନ ସେ ପାନପାତ୍ରବାହକକୁ ପୁନଃସ୍ଥାପିତ କଲେ ଓ ରୁଟିକାରୀକୁ ଫାଶୀ ଦେଲେଆଦି 40:21–22
ପଦଗୁଡ଼ିକ
ଆଦି 40:21–22ପୁଣି, ଯୋଷେଫଙ୍କର କଥିତ ଅର୍ଥାନୁସାରେ ଫାରୋ ପ୍ରଧାନ ପାନପାତ୍ର ବାହାକକୁ ତାହାର ନିଜ ପଦରେ ପୁନର୍ବାର ନିଯୁକ୍ତ କଲେ; ତହିଁରେ ସେ ଫାରୋଙ୍କର ହସ୍ତରେ ପାନପାତ୍ର ଦେବାକୁ ଲାଗିଲା। ମାତ୍ର ସେ ପ୍ରଧାନ ସୂପକାରକୁ ବୃକ୍ଷରେ ଟଙ୍ଗାଇଲେ;
- ହେରୋଦ ଆପଣା ଜନ୍ମଦିନରେ ଗାଲିଲୀର ପ୍ରଧାନ ଲୋକମାନଙ୍କ ପାଇଁ ଭୋଜି ଦେଲେମାର୍କ 6:21
ପଦଗୁଡ଼ିକ
ମାର୍କ 6:21ପରେ ସୁଯୋଗର ଦିନ ଉପସ୍ଥିତ ହେଲା। ହେରୋଦ ଆପଣା ଜନ୍ମ ଦିନରେ ପାତ୍ର-ମନ୍ତ୍ରୀ, ପ୍ରଧାନ ପ୍ରଧାନ ସେନାପତି ଓ ଗାଲିଲୀର ବିଶିଷ୍ଟ ବ୍ୟକ୍ତିମାନଙ୍କ ନିମନ୍ତେ ରାତ୍ରି ସମୟରେ ଗୋଟିଏ ଭୋଜ ପ୍ରସ୍ତୁତ କଲେ;
- ହେରୋଦିଆର କନ୍ୟା ନାଚି ଯୋହନଙ୍କ ମସ୍ତକ ମାଗିଲାମାଥି 14:6–8
ପଦଗୁଡ଼ିକ
ମାଥି 14:6–8କିନ୍ତୁ ହେରୋଦଙ୍କ ଜନ୍ମ ଦିନ ପଡ଼ନ୍ତେ, ହେରୋଦିଆଙ୍କ କନ୍ୟା ସଭା ମଧ୍ୟରେ ନୃତ୍ୟ କରି ହେରୋଦଙ୍କୁ ମୁଗ୍ଧ କରିଦେଲା। ସେଥିରେ ସେ ଶପଥ କରି ପ୍ରତିଜ୍ଞା କଲେ ଯେ, ସେ ଯାହା କିଛି ମାଗିବ, ସେ ତାହାକୁ ତାହା ଦେବେ। ଆଉ, ସେ ଆପଣା ମାଆର ଶିକ୍ଷାରେ ପଡ଼ି କହିଲା ବାପ୍ତିଜକ ଯୋହନର ମସ୍ତକ ଏଠାରେ ଗୋଟିଏ ଥାଳିରେ ମୋତେ ଦିଅନ୍ତୁ।
- ଆୟୁବ ଆପଣା ଜନ୍ମ ଦିନକୁ ଅଭିଶାପ ଦେଲେଆୟୁବ 3:1–3
ପଦଗୁଡ଼ିକ
ଆୟୁବ 3:1–3ଏଥିଉତ୍ତାରେ ଆୟୁବ ମୁଖ ଫିଟାଇ ଆପଣା ଜନ୍ମଦିନକୁ ଅଭିଶାପ ଦେଲା। ପୁଣି, ଆୟୁବ ଉତ୍ତର କରି କହିଲା; “ଯେଉଁ ଦିନ ମୁଁ ଜାତ ହେଲି ଓ ‘ପୁତ୍ରସନ୍ତାନ ଗର୍ଭସ୍ଥ ହେଲା’ ବୋଲି ଯେଉଁ ରାତ୍ରି କହିଲା, ତାହା ଲୁପ୍ତ ହେଉ;
- ଯିରିମୀୟ: ମୁଁ ଯେଉଁ ଦିନ ଜନ୍ମ ହୋଇଥିଲି, ସେଦିନ ଶାପଗ୍ରସ୍ତ ହେଉଯିରି 20:14, ଯିରି 20:18
ପଦଗୁଡ଼ିକ
ଯିରି 20:14ମୁଁ ଯେଉଁ ଦିନ ଜନ୍ମ ହୋଇଥିଲି, ସେଦିନ ଶାପଗ୍ରସ୍ତ ହେଉ; ମୋʼ ମାତା ଯେଉଁ ଦିନ ମୋତେ ପ୍ରସବ କଲେ, ସେ ଦିନ ଆଶୀର୍ବାଦ ପ୍ରାପ୍ତ ନ ହେଉ।
ଯିରି 20:18ଲଜ୍ଜାରେ ମୋର ସମୟ କଟାଇବା ନିମନ୍ତେ ମୁଁ ଆୟାସ ଓ ଦୁଃଖଭୋଗ କରିବା ପାଇଁ କାହିଁକି ଗର୍ଭରୁ ନିର୍ଗତ ହେଲି?
- ସୁଗନ୍ଧି ତୈଳଠାରୁ ସୁନାମ ଭଲ, ଜନ୍ମ ଦିନଠାରୁ ମୃତ୍ୟୁ ଦିନ ଭଲଉପ 7:1
ପଦଗୁଡ଼ିକ
ଉପ 7:1ବହୁମୂଲ୍ୟ ତୈଳ ଅପେକ୍ଷା ଉତ୍ତମ ନାମ ଭଲ ଓ ଜନ୍ମ ଦିନ ଅପେକ୍ଷା ମରଣ ଦିନ ଭଲ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର