Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ବିଷୟ › ଯାଆଁଳା

ଆଶ୍ଚର୍ଯ୍ୟଜନକ ବିବରଣୀ

ବାଇବେଲରେ ଯାଆଁଳା

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆର 8ଟି ଅଂଶ, ଧାଡ଼ି ପରେ ଧାଡ଼ି।

ଏଷୌ ଓ ଯାକୁବ

  • ରିବିକାଙ୍କ ଗର୍ଭରେ ଯାଆଁଳା ଶିଶୁ ପରସ୍ପର ଠେଲାଠେଲି କଲେଆଦି 25:22
    ପଦଗୁଡ଼ିକ
    ଆଦି 25:22ଏଥିଉତ୍ତାରେ ତାହାର ଗର୍ଭ ମଧ୍ୟରେ ଶିଶୁମାନେ ଛନ୍ଦାଛନ୍ଦି ହେବାରୁ, “ମୋହର ଏପରି କାହିଁକି ହେଲା? ଏପରି କି ହୋଇଥାଏ?” ଏହା ଭାବି ସେ ସଦାପ୍ରଭୁଙ୍କ ନିକଟକୁ ପଚାରିବା ପାଇଁ ଗଲା।
  • ଏଷୌ ପ୍ରଥମେ ଲାଲ ଓ ଲୋମଶ ହୋଇ ବାହାରିଲେଆଦି 25:24–25
    ପଦଗୁଡ଼ିକ
    ଆଦି 25:24–25ଏଥିଉତ୍ତାରେ ପ୍ରସବକାଳ ସମ୍ପୂର୍ଣ୍ଣ ହୁଅନ୍ତେ, ତାହାର ଗର୍ଭରୁ ଯାଆଁଳା ପୁତ୍ର ଜନ୍ମିଲେ। ତାହାର ଜ୍ୟେଷ୍ଠ ରକ୍ତବର୍ଣ୍ଣ ଓ ସର୍ବାଙ୍ଗ ଲୋମଶ ବସ୍ତ୍ର ପରି ଥିଲା; ଏହେତୁ ତାହାର ନାମ ଏଷୌ ଦିଆଗଲା।
  • ଯାକୁବ ଏଷୌଙ୍କ ଗୋଇଠି ଧରି ବାହାରିଲେଆଦି 25:26
    ପଦଗୁଡ଼ିକ
    ଆଦି 25:26ତହିଁ ଉତ୍ତାରେ ଏଷୌର ପାଦମୂଳ ଧରି ତାହାର ଭ୍ରାତା ଭୂମିଷ୍ଠ ହେଲା; ଏଥିପାଇଁ ତାହାର ନାମ ଯାକୁବ ଦିଆଗଲା। ଇସ୍‌ହାକଙ୍କର ଷାଠିଏ ବର୍ଷ ବୟସରେ ଏହି ଯାଆଁଳା ପୁତ୍ର ଜାତ ହେଲେ।
  • ଯାଆଁଳା ଜନ୍ମ ବେଳେ ଇସ୍‌ହାକ ଷାଠିଏ ବର୍ଷର ଥିଲେଆଦି 25:26
    ପଦଗୁଡ଼ିକ
    ଆଦି 25:26ତହିଁ ଉତ୍ତାରେ ଏଷୌର ପାଦମୂଳ ଧରି ତାହାର ଭ୍ରାତା ଭୂମିଷ୍ଠ ହେଲା; ଏଥିପାଇଁ ତାହାର ନାମ ଯାକୁବ ଦିଆଗଲା। ଇସ୍‌ହାକଙ୍କର ଷାଠିଏ ବର୍ଷ ବୟସରେ ଏହି ଯାଆଁଳା ପୁତ୍ର ଜାତ ହେଲେ।

ପେରସ ଓ ସେରହ

  • ତାମର ଯାଆଁଳା ପ୍ରସବ କଲା; ଗୋଟିଏ ହାତରେ ଲାଲ ସୂତା ବନ୍ଧାଗଲାଆଦି 38:27–28
    ପଦଗୁଡ଼ିକ
    ଆଦି 38:27–28ପୁଣି, ତାମରର ପ୍ରସବକାଳ ଉପସ୍ଥିତ ହୁଅନ୍ତେ, ତାହାର ଉଦରରେ ଯାଆଁଳା ସନ୍ତାନ ଥିବାର ଦେଖାଗଲା। ଆଉ ତାହାର ପ୍ରସବକାଳରେ ଏକ ବାଳକର ହସ୍ତ ବାହାର ହେଲା; ତହିଁରେ ଧାତ୍ରୀ ତାହାର ସେହି ହସ୍ତରେ ସିନ୍ଦୂର ବର୍ଣ୍ଣ ସୂତ୍ର ବାନ୍ଧି କହିଲା, “ଏ ଜ୍ୟେଷ୍ଠ।”
  • କିନ୍ତୁ ତାହାର ଭାଇ ପ୍ରଥମେ ବାହାରିଲା ଓ ତାହାର ନାମ ପେରସ ରଖାଗଲାଆଦି 38:29
    ପଦଗୁଡ଼ିକ
    ଆଦି 38:29ମାତ୍ର ସେ ଆପଣା ହସ୍ତ ଟାଣି ନିଅନ୍ତେ, ଦେଖ, ତାହାର ଭ୍ରାତା ଭୂମିଷ୍ଠ ହେଲା; ତହିଁରେ ଧାତ୍ରୀ କହିଲା, “ତୁମ୍ଭେ କିପ୍ରକାରେ ଆପଣା ନିମନ୍ତେ ଭେଦ କରି ଆସିଲ!” ତୁମ୍ଭଠାରେ ଏହି ଭେଦ ହେଉ। ତେଣୁ ତାହାର ନାମ ପେରସ ହେଲା।
  • ତା’ପରେ ହାତରେ ଲାଲ ସୂତା ଥିବା ସେରହ ବାହାରିଲାଆଦି 38:30
    ପଦଗୁଡ଼ିକ
    ଆଦି 38:30ଏଥିଉତ୍ତାରେ ହସ୍ତରେ ସିନ୍ଦୂରବର୍ଣ୍ଣ-ସୂତ୍ରବଦ୍ଧ ତାହାର ଭ୍ରାତା ଭୂମିଷ୍ଠ ହୁଅନ୍ତେ, ତାହାର ନାମ ସେରହ ହେଲା।

ଆହୁରି

  • ପାଉଲ ମିଥୁନ ଚିହ୍ନ ଥିବା ଏକ ଆଲେକ୍‍ଜାଣ୍ଡ୍ରୀୟ ଜାହାଜରେ ଯାତ୍ରା କଲେପ୍ରେରି 28:11
    ପଦଗୁଡ଼ିକ
    ପ୍ରେରି 28:11ତିନି ମାସ ପରେ ଆମ୍ଭେମାନେ ଗୋଟିଏ ଆଲେକ୍‍ଜାଣ୍ଡ୍ରୀୟ ଜାହାଜରେ ଚଢ଼ି ଯାତ୍ରା କଲୁ, ସେହି ଜାହାଜ ଏହି ଦ୍ୱୀପରେ ଶୀତକାଳ କଟାଇଥିଲା, ତାହାର ଚିହ୍ନ ମିଥୁନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର