Bible Explorer ଆପ୍ ପାଆନ୍ତୁ

ବିଶ୍ୱକୋଷ › ଏହି ସମୟରେ ଜଗତରେ

ବାଇବେଲରେ · ପ୍ରାୟ ଖ୍ରୀଷ୍ଟପୂର୍ବ 860 · କର୍ମିଲ ପର୍ବତ

କର୍ମିଲ ପର୍ବତରେ ଏଲୀୟ

ରାଜା ଆହାବଙ୍କ ସମୟରେ, ଭୂମଧ୍ୟ ସାଗର କୂଳ ଉପରେ ଥିବା କର୍ମିଲ ପର୍ବତରେ ଏଲୀୟ ବାଲ୍‌ର ଭବିଷ୍ୟଦ୍‍ବକ୍ତାମାନଙ୍କୁ ଆହ୍ୱାନ କରନ୍ତି।

ପ୍ର.ରା 18:20–40ତହିଁରେ ଆହାବ ସମସ୍ତ ଇସ୍ରାଏଲ-ସନ୍ତାନଗଣଙ୍କ ନିକଟକୁ ଲୋକ ପଠାଇଲେ ଓ ଭବିଷ୍ୟଦ୍‍ବକ୍ତାମାନଙ୍କୁ କର୍ମିଲ ପର୍ବତରେ ଏକତ୍ର କଲେ। ଏଉତ୍ତାରେ ଏଲୀୟ ସମଗ୍ର ଲୋକଙ୍କ ନିକଟକୁ ଆସି କହିଲେ, “ତୁମ୍ଭେମାନେ କେତେ କାଳ ଦୁଇ ମତ ମଧ୍ୟରେ ସନ୍ଦିଗ୍ଧ ହୋଇ ରହିବ? ସଦାପ୍ରଭୁ ଯେବେ ପରମେଶ୍ୱର ହୁଅନ୍ତି, ତେବେ ତାହାଙ୍କର ଅନୁଗାମୀ ହୁଅ; ମାତ୍ର ଯେବେ ବାଲ୍‍, ତେବେ ତାହାର ଅନୁଗାମୀ ହୁଅ।” ଏଥିରେ ଲୋକମାନେ ତାଙ୍କୁ ଗୋଟିଏ କଥା ଉତ୍ତର ଦେଲେ ନାହିଁ। ତହୁଁ ଏଲୀୟ ଲୋକମାନଙ୍କୁ କହିଲେ, “ମୁଁ, କେବଳ ମୁଁ ସଦାପ୍ରଭୁଙ୍କର ଏକ ଭବିଷ୍ୟଦ୍‍ବକ୍ତା ଅବଶିଷ୍ଟ ଅଛି; ମାତ୍ର ବାଲ୍‍ର ଭବିଷ୍ୟଦ୍‍ବକ୍ତା ଚାରି ଶହ ପଚାଶ ଜଣ ଅଛନ୍ତି। ଏହେତୁ ସେମାନେ ଆମ୍ଭମାନଙ୍କୁ ଦୁଇ ବୃଷ ଦେଉନ୍ତୁ, ଆଉ ସେମାନେ ଆପଣାମାନଙ୍କ ପାଇଁ ଗୋଟିଏ ବୃଷ ପସନ୍ଦ କରନ୍ତୁ ଓ ତାହା ଖଣ୍ଡ ଖଣ୍ଡ କରି କାଷ୍ଠ ଉପରେ ରଖନ୍ତୁ, ମାତ୍ର ତଳେ ଅଗ୍ନି ନ ଦେଉନ୍ତୁ; ଆଉ ମୁଁ ଅନ୍ୟ ବୃଷଟିକୁ ପ୍ରସ୍ତୁତ କରି କାଷ୍ଠ ଉପରେ ରଖିବି, ମାତ୍ର ତଳେ ଅଗ୍ନି ଦେବି ନାହିଁ। ତହୁଁ ତୁମ୍ଭେମାନେ ଆପଣାମାନଙ୍କ ଦେବତା ନାମରେ ଡାକି ପ୍ରାର୍ଥନା କର, ପୁଣି, ମୁଁ ସଦାପ୍ରଭୁଙ୍କ ନାମରେ ଡାକି ପ୍ରାର୍ଥନା କରିବି; ତହିଁରେ ଯେ ଅଗ୍ନି ଦ୍ୱାରା ଉତ୍ତର ଦେବେ, ସେ ପରମେଶ୍ୱର ହେଉନ୍ତୁ।” ଏଥିରେ ସମସ୍ତ ଲୋକ ଉତ୍ତର କଲେ, “ଏ କଥା ଉତ୍ତମ।” ଏଥିଉତ୍ତାରେ ଏଲୀୟ ବାଲ୍‍ର ଭବିଷ୍ୟଦ୍‍ବକ୍ତାମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣାମାନଙ୍କ ପାଇଁ ଏକ ବୃଷ ପସନ୍ଦ କରି ପ୍ରଥମେ ତାହା ପ୍ରସ୍ତୁତ କର; କାରଣ ତୁମ୍ଭେମାନେ ଅନେକ; ଆଉ ତୁମ୍ଭେମାନେ ଆପଣାମାନଙ୍କ ଦେବତା ନାମରେ ଡାକି ପ୍ରାର୍ଥନା କର; ମାତ୍ର ତଳେ ଅଗ୍ନି ନ ଦିଅ।” ତହୁଁ ସେମାନେ ଆପଣାମାନଙ୍କୁ ଦତ୍ତ ବୃଷ ନେଇ ତାହା ପ୍ରସ୍ତୁତ କଲେ, ପୁଣି, ପ୍ରାତଃକାଳରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ବାଲ୍‍ ନାମରେ ଡାକି ପ୍ରାର୍ଥନା କରି କହିଲେ, “ହେ ବାଲ୍‍, ଆମ୍ଭମାନଙ୍କ କଥା ଶୁଣ।” ମାତ୍ର କୌଣସି ରବ ନୋହିଲା, ଅବା କେହି ଉତ୍ତର ଦେଲା ନାହିଁ। ତହିଁରେ ସେମାନେ ସେହି ନିର୍ମିତ ଯଜ୍ଞବେଦିର ଚାରିଆଡ଼େ ନାଚିଲେ। ଏଣୁ ମଧ୍ୟାହ୍ନ ସମୟରେ ଏଲୀୟ ସେମାନଙ୍କୁ ପରିହାସ କରି କହିଲେ, “ଉଚ୍ଚସ୍ୱର କରି ଡାକ; କାରଣ ସେ ତ ଦେବତା; ସେ ଧ୍ୟାନ କରୁଥିବ, ଅବା ବାହାରେ ଯାଇଥିବ, କିଅବା ଯାତ୍ରା କରୁଥିବ, ଅବା ହୋଇପାରେ ନିଦ୍ରିତ ଥିବ, ଏଣୁ ତାହାକୁ ଜଗାଇବାକୁ ହେବ।” ପୁଣି, ସେମାନେ ଉଚ୍ଚସ୍ୱର କରି ଡାକିଲେ ଓ ଆପଣାମାନଙ୍କ ବ୍ୟବହାରାନୁସାରେ ଦେହରୁ ରକ୍ତ ବହିଯିବା ପର୍ଯ୍ୟନ୍ତ ସେମାନେ ଛୁରୀ ଓ ବର୍ଚ୍ଛାରେ ଆପଣାମାନଙ୍କୁ କ୍ଷତବିକ୍ଷତ କଲେ। ପୁଣି, ମଧ୍ୟାହ୍ନ କାଳ ଗତ ହେଲା ଉତ୍ତାରେ ସେମାନେ ସନ୍ଧ୍ୟାକାଳୀନ ବଳିଦାନ ଉତ୍ସର୍ଗ କରିବା ପର୍ଯ୍ୟନ୍ତ ପ୍ରଳାପୋକ୍ତି କଲେ; ମାତ୍ର କୌଣସି ରବ ନୋହିଲା, କି ଉତ୍ତର ଦେବାକୁ କେହି ନ ଥିଲା, ଅବା କେହି ମନୋଯୋଗ କଲା ନାହିଁ। ଏଥିରେ ଏଲୀୟ ସମଗ୍ର ଲୋକଙ୍କୁ କହିଲେ, “ମୋʼ ନିକଟକୁ ଆସ,” ତହୁଁ ସମଗ୍ର ଲୋକ ତାଙ୍କ ନିକଟକୁ ଆସିଲେ। ତହିଁରେ ସେ ସଦାପ୍ରଭୁଙ୍କ ଉତ୍ପାଟିତ ଯଜ୍ଞବେଦି ପୁନଃନିର୍ମାଣ କଲେ। ପୁଣି, ଯେଉଁ ଯାକୁବ ନିକଟରେ “ତୁମ୍ଭର ନାମ ଇସ୍ରାଏଲ ହେବ” ବୋଲି ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହୋଇଥିଲା, ତାହାର ପୁତ୍ରମାନଙ୍କ ଗୋଷ୍ଠୀର ସଂଖ୍ୟାନୁସାରେ ଏଲୀୟ ବାର ପଥର ନେଲେ। ଆଉ ସେହି ପଥର ସବୁରେ ସେ ସଦାପ୍ରଭୁଙ୍କ ନାମରେ ଏକ ଯଜ୍ଞବେଦି ନିର୍ମାଣ କରି ଯଜ୍ଞବେଦିର ଚାରିଆଡ଼େ ଦୁଇ ମହଣ ବିହନ ଧରୁଥିବା ଭଳି ଖାଇ ନିର୍ମାଣ କଲେ। ତହୁଁ ସେ କାଷ୍ଠ ସଜାଇ ବୃଷକୁ ଖଣ୍ଡ ଖଣ୍ଡ କରି କାଟି କାଷ୍ଠ ଉପରେ ଥୋଇଲେ। ଆଉ ସେ କହିଲେ, “ଚାରି କଳସ ଜଳରେ ପୂର୍ଣ୍ଣ କରି ହୋମାର୍ଥକ ବଳି ଓ କାଷ୍ଠ ଉପରେ ତାହା ଢାଳ।” ପୁଣି, ସେ କହିଲେ, “ଦ୍ୱିତୀୟ ଥର ତାହା କର,” ତହୁଁ ସେମାନେ ଦ୍ୱିତୀୟ ଥର ତାହା କଲେ। ଆହୁରି ସେ କହିଲେ, “ତୃତୀୟ ଥର ତାହା କର,” ତହୁଁ ସେମାନେ ତୃତୀୟ ଥର ତାହା କଲେ। ତହିଁରେ ଯଜ୍ଞବେଦିର ଚାରିଆଡ଼େ ଜଳ ବହିଗଲା; ଏଲୀୟ ଖାଇକୁ ମଧ୍ୟ ଜଳରେ ପୂର୍ଣ୍ଣ କଲେ। ଏଉତ୍ତାରେ ସନ୍ଧ୍ୟାକାଳୀନ ବଳିଦାନ ଉତ୍ସର୍ଗ କରିବା ସମୟରେ ଏଲୀୟ ଭବିଷ୍ୟଦ୍‍ବକ୍ତା ନିକଟବର୍ତ୍ତୀ ହୋଇ କହିଲେ, “ହେ ସଦାପ୍ରଭୋ, ଅବ୍ରହାମର ଓ ଇସ୍‌ହାକର ଓ ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଯେ ଇସ୍ରାଏଲ ମଧ୍ୟରେ ପରମେଶ୍ୱର ଅଟ ଓ ମୁଁ ଯେ ତୁମ୍ଭର ସେବକ ଓ ମୁଁ ଯେ ତୁମ୍ଭ ବାକ୍ୟ ପ୍ରମାଣେ ଏହିସବୁ କାର୍ଯ୍ୟ କରିଅଛି, ଏହା ଆଜି ଜଣାଯାଉ।” ତୁମ୍ଭେ ସଦାପ୍ରଭୁ ଯେ ପରମେଶ୍ୱର ଅଟ ଓ ତୁମ୍ଭେ ଯେ ସେମାନଙ୍କର ଅନ୍ତଃକରଣ ଫେରାଇଅଛ, ଏହା ଏହି ଲୋକମାନେ ଯେପରି ଜାଣି ପାରିବେ, ଏଥିପାଇଁ ମୋʼ କଥା ଶୁଣ, ହେ ସଦାପ୍ରଭୋ, ମୋʼ କଥା ଶୁଣ। ସେତେବେଳେ ସଦାପ୍ରଭୁଙ୍କ ଅଗ୍ନି ପତିତ ହୋଇ ହୋମାର୍ଥକ ବଳି, କାଷ୍ଠ, ପ୍ରସ୍ତରସବୁ, ଧୂଳି ଗ୍ରାସ କରି ଖାଇରେ ଥିବା ଜଳ ଚାଟି ପକାଇଲା। ଏଥିରେ ସମଗ୍ର ଲୋକ ଏହା ଦେଖି ମୁହଁ ମାଡ଼ି ପଡ଼ି କହିଲେ, “ସଦାପ୍ରଭୁ ହିଁ ପରମେଶ୍ୱର, ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି।” ତହୁଁ ଏଲୀୟ ସେମାନଙ୍କୁ କହିଲେ, “ବାଲ୍‍ର ଭବିଷ୍ୟଦ୍‍ବକ୍ତାମାନଙ୍କୁ ଧର; ସେମାନଙ୍କର କାହାରିକୁ ପଳାଇବାକୁ ଦିଅ ନାହିଁ।” ତହିଁରେ ଲୋକମାନେ ସେମାନଙ୍କୁ ଧରିଲେ, ପୁଣି, ଏଲୀୟ ସେମାନଙ୍କୁ କୀଶୋନ୍‍ ନଦୀ ନିକଟକୁ ନେଇ ସେଠାରେ ସେମାନଙ୍କୁ ବଧ କଲେ।

ସେହି ସମୟରେ ଜଗତରେ

କର୍ମିଲ ପର୍ବତରେ ଏଲୀୟଙ୍କ ପ୍ରତିଯୋଗିତା ଇସ୍ରାଏଲର ରାଜା ଆହାବଙ୍କ ରାଜତ୍ୱ (ପ୍ରାୟ ଖ୍ରୀଷ୍ଟପୂର୍ବ 874–853) ସମୟରେ ଘଟେ। ବାଇବେଲ ବାହାରର କୌଣସି ଲେଖାରେ ନାମ ଥିବା ଇସ୍ରାଏଲର ପ୍ରଥମ ରାଜା ହେଉଛନ୍ତି ଆହାବ: ଏକ ଅଶୂରୀୟ ଶିଳାଲେଖ କର୍କର ଯୁଦ୍ଧରେ ତାଙ୍କ ରଥଗୁଡ଼ିକର ତାଲିକା ଦିଏ। ଏହା ହେଉଛି ଖ୍ରୀଷ୍ଟପୂର୍ବ 9ମ ଶତାବ୍ଦୀର ମଧ୍ୟଭାଗର ଜଗତ।

ମେସୋପୋଟାମିଆ ଓ ନିକଟ ପ୍ରାଚ୍ୟକର୍କରରେ ଆହାବଖ୍ରୀଷ୍ଟପୂର୍ବ 853

ଅଶୂରର ତୃତୀୟ ଶଲ୍‌ମନେସର ସିରିଆରେ ଓରୋଣ୍ଟେସ ନଦୀ କୂଳସ୍ଥ କର୍କରରେ ରାଜାମାନଙ୍କ ଏକ ମେଣ୍ଟ ସହିତ ଯୁଦ୍ଧ କଲେ। ଏବେ ବ୍ରିଟିଶ ସଂଗ୍ରହାଳୟରେ ଥିବା କୁର୍ଖ ଏକଶିଳା ସ୍ତମ୍ଭରେ ତାଙ୍କ ଶିଳାଲେଖ “ଇସ୍ରାଏଲୀୟ ଆହାବ”କୁ 2,000 ରଥ ଓ 10,000 ସୈନିକ ସହିତ ଗଣନା କରେ। ଶଲ୍‌ମନେସର ବିଜୟ ଦାବି କଲେ, କିନ୍ତୁ ବର୍ଷ ବର୍ଷ ଧରି ଆଉ ଆଗକୁ ବଢ଼ିଲେ ନାହିଁ।

ମେସୋପୋଟାମିଆ ଓ ନିକଟ ପ୍ରାଚ୍ୟମୋୟାବୀୟ ରାଜାଙ୍କ ପ୍ରସ୍ତରପ୍ରାୟ ଖ୍ରୀଷ୍ଟପୂର୍ବ 840

ମୋୟାବର ରାଜା ମେଶା ଦୀବୋନରେ ଏକ ପ୍ରସ୍ତର ସ୍ଥାପନ କଲେ, ଯେଉଁଥିରେ ଲେଖା ଅଛି ଯେ ଇସ୍ରାଏଲର ରାଜା ଅମ୍ରି ଓ ତାଙ୍କ ପୁତ୍ର କିପରି ମୋୟାବକୁ ଅତ୍ୟାଚାର କରିଥିଲେ, ଏବଂ ସେ କିପରି ତାହାକୁ ମୁକ୍ତ କଲେ। 2 ରାଜାବଳୀ 3 ଇସ୍ରାଏଲ ପକ୍ଷରୁ ମେଶା ସହିତ ଏକ ଯୁଦ୍ଧର କଥା କହେ। ପ୍ରସ୍ତରଟି ଲୁଭ୍ରେରେ ଅଛି।

ଅନ୍ୟତ୍ରକାର୍ଥେଜଖ୍ରୀଷ୍ଟପୂର୍ବ 814 (ପାରମ୍ପରିକ ତାରିଖ)

ପରମ୍ପରା ଅନୁସାରେ, ରାଜକୁମାରୀ ଏଲିସା, ଯିଏ ଡିଡୋ ନାମରେ ଅଧିକ ପରିଚିତ, ତାଙ୍କ ନେତୃତ୍ୱରେ ସୋରରୁ ଆସିଥିବା ବସତିକାରୀମାନେ ଖ୍ରୀଷ୍ଟପୂର୍ବ 814ରେ ଆଜିର ଟ୍ୟୁନିସିଆରେ କାର୍ଥେଜ ସ୍ଥାପନ କଲେ। ଆହାବଙ୍କ ରାଣୀ ଈଷେବଲ ସେହି ଫିନିସୀୟ ଉପକୂଳରୁ ଆସିଥିଲେ: ସେ ସୀଦୋନୀୟମାନଙ୍କ ରାଜା ଇତ୍‌ବାଲଙ୍କ କନ୍ୟା ଥିଲେ (1 ରାଜାବଳୀ 16:31)।

ଗ୍ରୀସ୍ ଓ ରୋମଜ୍ୟାମିତିକ ମାଟିପାତ୍ରପ୍ରାୟ ଖ୍ରୀଷ୍ଟପୂର୍ବ 900–700

ଆଥିନୀରେ କୁମ୍ଭକାରମାନେ ଫୁଲଦାନିରେ ଆଙ୍କାବାଙ୍କା ରେଖା, ଜିଗଜାଗ ଓ ବୃତ୍ତର ପଟି ଆଙ୍କୁଥିଲେ, ଏବଂ ପରେ ଶୋକାକୁଳ ଲୋକ, ଘୋଡ଼ା ଓ ରଥର ଛୋଟ ଛୋଟ ଚିତ୍ର। ଏହି ଶୈଳୀର ବଡ଼ ବଡ଼ ଫୁଲଦାନି କବର ଉପରେ ଚିହ୍ନ ଭାବରେ ଠିଆ ହେଉଥିଲା।

ମିସରଶମରୀୟାରେ ଜଣେ ଫାରୋଙ୍କ ଜାରପ୍ରାୟ ଖ୍ରୀଷ୍ଟପୂର୍ବ 872–837ରେ ଶାସନ

ମିସରକୁ ଟାନିସ ଓ ବୁବାସ୍ଟିସରୁ ଲିବୀୟ ବଂଶୋଦ୍ଭବ ରାଜାମାନେ ଶାସନ କରୁଥିଲେ। ଦ୍ୱିତୀୟ ଓସୋର୍କନ ବୁବାସ୍ଟିସର ମନ୍ଦିରରେ ଏକ ଉତ୍ସବ ମଣ୍ଡପ ନିର୍ମାଣ କଲେ; ତାଙ୍କ ନାମ ଥିବା ଆଲାବାଷ୍ଟରର ଏକ ଜାରର ଖଣ୍ଡ ଶମରୀୟାର ରାଜପ୍ରାସାଦରେ ମିଳିଛି, ଯେଉଁଠାରୁ ଆହାବ ଶାସନ କରୁଥିଲେ।

ଚୀନ୍ଚୀନ୍‌ରେ ପ୍ରଥମ ସଠିକ ତାରିଖଖ୍ରୀଷ୍ଟପୂର୍ବ 841

ଝୋଉ ରାଜଧାନୀର ଲୋକମାନେ କଠୋର ରାଜା ଲିଙ୍କ ବିରୁଦ୍ଧରେ ବିଦ୍ରୋହ କରି ତାଙ୍କୁ ତଡ଼ିଦେଲେ। ଏହି ବର୍ଷରୁ ଐତିହାସିକ ସିମା ଚିଆନ ଚୀନ୍‌ର ଇତିହାସର ବର୍ଷ-ପ୍ରତି-ବର୍ଷ ସାରଣୀ ଆରମ୍ଭ କରନ୍ତି; ଚୀନା ଅଭିଲେଖରେ ଏହା ପ୍ରଥମ ସଠିକ ତାରିଖ।

ଆମେରିକା ମହାଦେଶଚାଭିନ୍‌ର ମନ୍ଦିରପ୍ରାୟ ଖ୍ରୀଷ୍ଟପୂର୍ବ 900–200

ପେରୁର ଆଣ୍ଡିଜ ପର୍ବତର ଉଚ୍ଚରେ ଚାଭିନ୍ ଦେ ହୁଆଣ୍ଟାରର ଲୋକମାନେ ଏକ ପଥର ମନ୍ଦିର ନିର୍ମାଣ କଲେ, ଯାହାର ଭିତରେ ଅନ୍ଧାର ଗଳି ଥିଲା ଏବଂ ବାହାର କାନ୍ଥରେ ଭୟଙ୍କର ଜୀବଙ୍କ ଖୋଦିତ ମୁଣ୍ଡ ଥିଲା; ଦୂର ଦୂରାନ୍ତରୁ ତୀର୍ଥଯାତ୍ରୀମାନେ ଏଠାକୁ ଆସୁଥିଲେ।

ଉତ୍ସ: Theographic Bible Metadata, CC BY-SA 4.0 · OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର

ଏହି ସମୟରେ ଜଗତରେ

ଏହି ବିଷୟରେ ଆହୁରି

ଏହି ସମୟରେ ଜଗତରେ