ଦୈନନ୍ଦିନ ଜୀବନ
ବାଇବେଲରେ ଆଳସ୍ୟ
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆର 26ଟି ଅଂଶ, ଧାଡ଼ି ପରେ ଧାଡ଼ି।
ହିତୋପଦେଶର ବାଣୀ
- ହେ ଅଳସୁଆ, ପିମ୍ପୁଡ଼ି ପାଖକୁ ଯାଅ: ସେ ଗ୍ରୀଷ୍ମକାଳରେ ଖାଦ୍ୟ ସଂଗ୍ରହ କରେହିତୋ 6:6–8
ପଦଗୁଡ଼ିକ
ହିତୋ 6:6–8ହେ ଅଳସୁଆ, ତୁମ୍ଭେ ପିମ୍ପୁଡ଼ି ପାଖକୁ ଯାଅ, ତାହାର କ୍ରିୟା ବିବେଚନା କର ଓ ଜ୍ଞାନୀ ହୁଅ। ତାହାର ବିଚାରକର୍ତ୍ତା କିମ୍ବା ଅଧ୍ୟକ୍ଷ କିମ୍ବା ପ୍ରଭୁ କେହି ନ ଥିଲେ ହେଁ ସେ ଗ୍ରୀଷ୍ମକାଳରେ ଆପଣା ଖାଦ୍ୟ ପ୍ରସ୍ତୁତ କରେ, ପୁଣି, ଫସଲ ସମୟରେ ଆହାର ସଞ୍ଚୟ କରେ।
- ଟିକିଏ ନିଦ୍ରା, ଆଉ ଦରିଦ୍ରତା ଡକାୟତ ପରି ଆସେହିତୋ 6:9–11
ପଦଗୁଡ଼ିକ
ହିତୋ 6:9–11ହେ ଅଳସୁଆ, ତୁମ୍ଭେ କେତେ କାଳ ଶୋଇ ରହିଥିବ? ତୁମ୍ଭେ କେତେବେଳେ ନିଦ୍ରା ଭାଙ୍ଗି ଉଠିବ? ଆଉ ଟିକିଏ ଶୋଇଲେ, ଆଉ ଟିକିଏ ଢୁଳାଇଲେ, ଆଉ ଟିକିଏ ନିଦ୍ରା ଯିବା ପାଇଁ ହାତ ଭିଡ଼ିମୋଡ଼ି ହେଲେ, ତୁମ୍ଭର ଦରିଦ୍ରାବସ୍ଥା ଖଣ୍ଟ ପରି, ପୁଣି, ତୁମ୍ଭର ଦୀନତା ସସଜ୍ଜ ଲୋକ ପରି ଉପସ୍ଥିତ ହେବ।
- ଅଳସୁଆର କ୍ଷେତ: କଣ୍ଟା, କଣ୍ଟକଲତା ଓ ଭଙ୍ଗା ପଥର ପାଚେରିହିତୋ 24:30–34
ପଦଗୁଡ଼ିକ
ହିତୋ 24:30–34ମୁଁ ଅଳସୁଆର କ୍ଷେତ୍ର ଓ ନିର୍ବୋଧ ଲୋକର ଦ୍ରାକ୍ଷାକ୍ଷେତ୍ର ନିକଟ ଦେଇ ଗଲି। ପୁଣି, ଦେଖ, ତହିଁର ସବୁଆଡ଼େ କଣ୍ଟା ବଢ଼ିଅଛି ଓ ବିଛୁଆତି ତହିଁ ଉପରେ ବ୍ୟାପ୍ତ ଅଛି, ତହିଁର ପଥର ପାଚେରୀସବୁ ଭଗ୍ନ ହୋଇଅଛି। ତହୁଁ ମୁଁ ଅନାଇଲି, ପୁଣି, ମନୋଯୋଗ କଲି; ମୁଁ ଦେଖିଲି ଓ ଉପଦେଶ ପାଇଲି। ଆଉ ଟିକିଏ ଶୋଇଲେ, ଆଉ ଟିକିଏ ଢୁଳାଇଲେ, ଆଉ ଟିକିଏ ନିଦ୍ରା ଯିବା ପାଇଁ ହାତ ଭିଡ଼ିମୋଡ଼ି ହେଲେ, ତୁମ୍ଭର ଦରିଦ୍ରାବସ୍ଥା ଖଣ୍ଟ ପରି, ପୁଣି, ତୁମ୍ଭ ଦୀନତା ସସଜ୍ଜ ଲୋକ ପରି ଉପସ୍ଥିତ ହେବ।
- ଅଳସ ହାତ ଦରିଦ୍ର କରେହିତୋ 10:4
ପଦଗୁଡ଼ିକ
ହିତୋ 10:4ଯେଉଁ ଲୋକ ଶିଥିଳ ହସ୍ତରେ କର୍ମ କରେ, ସେ ଦରିଦ୍ର ହୁଅଇ; ମାତ୍ର କର୍ମଶୀଳର ହସ୍ତ ଧନବାନ କରେ।
- ଯେ ଅମଳ ସମୟରେ ଶୋଇଥାଏ, ସେ ଲଜ୍ଜାଜନକ ପୁତ୍ରହିତୋ 10:5
ପଦଗୁଡ଼ିକ
ହିତୋ 10:5ଗ୍ରୀଷ୍ମକାଳରେ ଯେ ସଞ୍ଚୟ କରେ, ସେ ବୁଦ୍ଧିମାନ ପୁତ୍ର; ମାତ୍ର ଫସଲ ସମୟରେ ଯେ ନିଦ୍ରିତ ଥାଏ, ସେହି ପୁତ୍ର ଲଜ୍ଜାଜନକ।
- ଦାନ୍ତକୁ ସିର୍କା ଓ ଆଖିକୁ ଧୂଆଁ ପରିହିତୋ 10:26
ପଦଗୁଡ଼ିକ
ହିତୋ 10:26ଯେପରି ଦନ୍ତକୁ କଟୁ ରସ ଓ ଚକ୍ଷୁକୁ ଧୂଆଁ, ସେପରି ଆପଣା ପ୍ରେରକମାନଙ୍କ ପ୍ରତି ଅଳସୁଆ।
- ଆଳସ୍ୟର ଶେଷ ବେଠି ଶ୍ରମହିତୋ 12:24
ପଦଗୁଡ଼ିକ
ହିତୋ 12:24କର୍ମଶୀଳର ହସ୍ତ କର୍ତ୍ତୃତ୍ୱ କରିବ; ମାତ୍ର ଅଳସୁଆ ଲୋକ ବେଠି କରିବ।
- ଅଳସୁଆ ଆପଣା ଶିକାର ପୋଡ଼େ ନାହିଁହିତୋ 12:27
ପଦଗୁଡ଼ିକ
ହିତୋ 12:27ଅଳସୁଆ ମୃଗୟାରେ ଧରିଲା ପଶୁକୁ ପାକ କରେ ନାହିଁ; ମାତ୍ର ମନୁଷ୍ୟମାନଙ୍କର ବହୁମୂଲ୍ୟ ସମ୍ପତ୍ତି ପରିଶ୍ରମୀର ପକ୍ଷରେ।
- ଅଳସୁଆ ଲାଳସା କରେ, ମାତ୍ର କିଛି ପାଏ ନାହିଁହିତୋ 13:4, ହିତୋ 21:25
ପଦଗୁଡ଼ିକ
ହିତୋ 13:4ଅଳସୁଆ ମନରେ ବାଞ୍ଛା କଲେ ହେଁ କିଛି ପାଏ ନାହିଁ, ମାତ୍ର କର୍ମଶୀଳ ପ୍ରାଣ ହୃଷ୍ଟପୁଷ୍ଟ ହେବ।
ହିତୋ 21:25ଅଳସୁଆର ବାଞ୍ଛିତ ବିଷୟ ତାହାର ମୃତ୍ୟୁ ଘଟାଏ; କାରଣ ତାହାର ହସ୍ତ କର୍ମ କରିବାକୁ ନାସ୍ତି କରେ।
- ଅଳସୁଆର ପଥ କଣ୍ଟା ବାଡ଼ ପରିହିତୋ 15:19
ପଦଗୁଡ଼ିକ
ହିତୋ 15:19ଅଳସର ବାଟ କଣ୍ଟାବାଡ଼ ପରି, ମାତ୍ର ସରଳାଚାରୀର ପଥ ରାଜଦାଣ୍ଡ ତୁଲ୍ୟ କରାଯାଏ।
- କାର୍ଯ୍ୟରେ ଶିଥିଳ ଲୋକ ବିନାଶକାରୀର ଭାଇହିତୋ 18:9
ପଦଗୁଡ଼ିକ
ହିତୋ 18:9ଆପଣା କାର୍ଯ୍ୟରେ ଯେ ଅଳସ, ସେ ବିନାଶ କର ଭାଇ।
- ସେ ଥାଳିରେ ହାତ ପୂରାଏ, ପୁଣି ମୁହଁକୁ ଉଠାଏ ନାହିଁହିତୋ 19:24, ହିତୋ 26:15
ପଦଗୁଡ଼ିକ
ହିତୋ 19:24ଅଳସୁଆ ଆପଣା ଥାଳୀରେ ହାତ ବୁଡ଼ାଇଲେ, ଆଉ ଥରେ ତାହା ଆପଣା ମୁଖକୁ ନେବାକୁ ସୁଦ୍ଧା ଇଚ୍ଛା କରେ ନାହିଁ।
ହିତୋ 26:15ଅଳସୁଆ ଥାଳୀରେ ହାତ ବୁଡ଼ାଇ ଆଉ ଥରେ ତାହା ମୁଖକୁ ନେବାକୁ ଥକିଯାଏ।
- ସେ ସମୟରେ ହଳ କରେ ନାହିଁ ଓ ଅମଳ ବେଳେ କିଛି ପାଏ ନାହିଁହିତୋ 20:4
ପଦଗୁଡ଼ିକ
ହିତୋ 20:4ଅଳସୁଆ ଶୀତ ସକାଶୁ ହଳ ବୁଲାଏ ନାହିଁ; ଏଣୁ ଶସ୍ୟ ସମୟରେ ସେ ଖୋଜିଲେ ହେଁ କିଛି ପାଏ ନାହିଁ।
- “ବାଟରେ ସିଂହ ଅଛି”ହିତୋ 22:13, ହିତୋ 26:13
ପଦଗୁଡ଼ିକ
ହିତୋ 22:13ଅଳସ ଲୋକ କହେ, ବାହାରେ ସିଂହ ଅଛି; ମୁଁ ସଡ଼କରେ ହତ ହେବି।
ହିତୋ 26:13ଅଳସୁଆ କହେ, “ବାଟରେ ସିଂହ ଅଛି, ସଡ଼କରେ ସିଂହ ଅଛି।”
- ଯେପରି କବାଟ ଆପଣା କବ୍ଜାରେ ଘୂରେ, ସେପରି ଅଳସୁଆ ଆପଣା ଶଯ୍ୟାରେହିତୋ 26:14
ପଦଗୁଡ଼ିକ
ହିତୋ 26:14ଯେପରି କବ୍ଜାରେ କବାଟ ବୁଲେ, ସେପରି ଅଳସୁଆ ଆପଣା ଶଯ୍ୟାରେ ଥାଇ କରେ।
- ବିବେଚନାରେ ଉତ୍ତର ଦେଉଥିବା ସାତ ଜଣଙ୍କଠାରୁ ସେ ନିଜ ଦୃଷ୍ଟିରେ ଅଧିକ ଜ୍ଞାନୀହିତୋ 26:16
ପଦଗୁଡ଼ିକ
ହିତୋ 26:16ସାତ ଜଣ ସୁବିଚାରସିଦ୍ଧ ଉତ୍ତରକାରୀ ଅପେକ୍ଷା ଅଳସୁଆ ଆପଣା ଦୃଷ୍ଟିରେ ଜ୍ଞାନବାନ।
ଅନ୍ୟ ସ୍ଥାନରେ
- ଆଳସ୍ୟରେ ଛାତ ଭାଙ୍ଗିପଡ଼େ ଓ ଘର ଚୁଏଉପ 10:18
ପଦଗୁଡ଼ିକ
ଉପ 10:18ଆଳସ୍ୟରେ ଛାତ ବସିଯାଏ, ପୁଣି ହସ୍ତର ଶିଥିଳତାରେ ଗୃହରେ ଜଳ ଝରେ।
- ମୂର୍ଖ ଆପଣା ହାତ ଯୋଡ଼ି ବସେଉପ 4:5
ପଦଗୁଡ଼ିକ
ଉପ 4:5ମୂର୍ଖ ଆପଣା ହସ୍ତ ଏକତ୍ର ମୁଠା କରି ଆପଣା ମାଂସ ଭୋଜନ କରେ।
- ଆପଣା ତାଳନ୍ତ ପୋତି ରଖିଥିବା ଦାସକୁ ଅଳସୁଆ କୁହାଯାଏମାଥି 25:26
ପଦଗୁଡ଼ିକ
ମାଥି 25:26କିନ୍ତୁ ତାହାର ପ୍ରଭୁ ତାହାକୁ ଉତ୍ତର ଦେଲେ, ରେ ଦୁଷ୍ଟ ଓ ଅଳସ ଦାସ, ମୁଁ ଯେଉଁଠାରେ ବୁଣି ନ ଥାଏ, ସେଠାରେ କାଟେ, ଆଉ ଯେଉଁଠାରେ ଶସ୍ୟ ଉଡ଼ାଇ ନ ଥାଏ, ସେଠାରେ ସଂଗ୍ରହ କରେ, ଏହା କଅଣ ଜାଣିଥିଲୁ?
- ଆପଣା ଉତ୍ସାହ କମିବାକୁ ଦିଅ ନାହିଁରୋମୀ 12:11
ପଦଗୁଡ଼ିକ
ରୋମୀ 12:11ଉଦ୍ଯୋଗରେ ଶିଥିଳ ହୁଅ ନାହିଁ; ଆତ୍ମାରେ ଉତ୍ତପ୍ତ ହୁଅ; ପ୍ରଭୁଙ୍କ ସେବା କର;
- “ଯେ କେହି କାର୍ଯ୍ୟ କରିବାକୁ ଇଚ୍ଛା କରେ ନାହିଁ, ସେ ଭୋଜନ ମଧ୍ୟ ନ କରୁ”ଦ୍ଵି.ଥେସ 3:10–12
ପଦଗୁଡ଼ିକ
ଦ୍ଵି.ଥେସ 3:10–12କାରଣ ତୁମ୍ଭମାନଙ୍କ ସହିତ ଥିବା ସମୟରେ ହିଁ ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଲୁ, ଯେ କେହି କାର୍ଯ୍ୟ କରିବାକୁ ଇଚ୍ଛା କରେ ନାହିଁ, ସେ ଭୋଜନ ମଧ୍ୟ ନ କରୁ। ଯେଣୁ ତୁମ୍ଭମାନଙ୍କ ମଧ୍ୟରେ କେହି କେହି ଆଳସ୍ୟର ଜୀବନ କାଟୁଅଛନ୍ତି ଓ କୌଣସି କାର୍ଯ୍ୟ ନ କରି ଅନଧିକାରଚର୍ଚ୍ଚାରେ ବ୍ୟସ୍ତ ଅଟନ୍ତି ବୋଲି ଆମ୍ଭେମାନେ ଶୁଣୁଅଛୁ। ଏହି ପ୍ରକାର ଲୋକମାନଙ୍କୁ ଶାନ୍ତ ଭାବରେ କାର୍ଯ୍ୟ କରି ନିଜ ନିଜର ଖାଦ୍ୟ ଖାଇବାକୁ ଆମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆଜ୍ଞା ଓ ଚେତନା ଦେଉଅଛୁ।
- ଯୁବତୀ ବିଧବାମାନେ ଘରୁ ଘରକୁ ବୁଲି ଅଳସ ହେବାକୁ ଶିଖନ୍ତିପ୍ର.ତୀମ 5:13
ପଦଗୁଡ଼ିକ
ପ୍ର.ତୀମ 5:13ଆହୁରି ମଧ୍ୟ ସେମାନେ ଘର ଘର ବୁଲି ଅଳସୁଆ ହେବାକୁ ଶିଖନ୍ତି, ଆଉ କେବଳ ଆଳସ୍ୟ ନୁହେଁ, ମାତ୍ର ଅସାର କାହାଣୀ ଓ ପରଚର୍ଚ୍ଚା କରି ଅନୁଚିତ କଥାବାର୍ତ୍ତା କରନ୍ତି।
- ଶିଥିଳ ହୁଅ ନାହିଁଏବ୍ରୀ 6:12
ପଦଗୁଡ଼ିକ
ଏବ୍ରୀ 6:12ଯେପରି ତୁମ୍ଭେମାନେ ଶିଥିଳ ନ ହୋଇ, ଯେଉଁମାନେ ବିଶ୍ୱାସ ଓ ଧୈର୍ଯ୍ୟ ଦ୍ୱାରା ପ୍ରତିଜ୍ଞାସମୂହର ଅଧିକାରୀ, ବରଂ ସେମାନଙ୍କର ଅନୁକାରୀ ହୁଅ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର