ଦୈନନ୍ଦିନ ଜୀବନ
ବାଇବେଲରେ ଚୁମ୍ବନ
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆର 32ଟି ଅଂଶ, ଧାଡ଼ି ପରେ ଧାଡ଼ି।
ନମସ୍କାର ଓ ବିଦାୟ
- ଯାକୁବ କୂଅ ପାଖରେ ରାହେଲଙ୍କୁ ଚୁମ୍ବନ କରି ଉଚ୍ଚସ୍ୱରରେ କାନ୍ଦନ୍ତିଆଦି 29:11
ପଦଗୁଡ଼ିକ
ଆଦି 29:11ଏଥିଉତ୍ତାରେ ଯାକୁବ ରାହେଲକୁ ଚୁମ୍ବନ କରି ଉଚ୍ଚସ୍ୱରରେ କ୍ରନ୍ଦନ କରିବାକୁ ଲାଗିଲା।
- ଲାବନ ଆପଣା ନାତିନାତୁଣୀ ଓ କନ୍ୟାମାନଙ୍କୁ ଚୁମ୍ବନ କରି ବିଦାୟ ଦିଅନ୍ତିଆଦି 31:55
ପଦଗୁଡ଼ିକ
ଆଦି 31:55ଏଥିଉତ୍ତାରେ ଲାବନ ପ୍ରଭାତରେ ଉଠି ଆପଣା କନ୍ୟାମାନଙ୍କୁ ଓ ବାଳକମାନଙ୍କୁ ଚୁମ୍ବନ କରି ଆଶୀର୍ବାଦ କଲା; ଏହିରୂପେ ଲାବନ ସ୍ୱ ସ୍ଥାନକୁ ଫେରିଗଲା।
- ଏଷୌ ଯାକୁବଙ୍କ ପାଖକୁ ଦୌଡ଼ି ଯାଇ ତାଙ୍କୁ କୋଳାଗ୍ରହଣ କରି ଚୁମ୍ବନ କରନ୍ତିଆଦି 33:4
ପଦଗୁଡ଼ିକ
ଆଦି 33:4ସେତେବେଳେ ଏଷୌ ତାହାକୁ ଭେଟିବାକୁ ଧାଇଁ ଆସି ତାହାର ଗଳା ଧରି ଆଲିଙ୍ଗନ ଓ ଚୁମ୍ବନ କଲା, ପୁଣି, ଦୁହେଁ ରୋଦନ କଲେ।
- ଯୋଷେଫ କାନ୍ଦି କାନ୍ଦି ଆପଣା ପ୍ରତ୍ୟେକ ଭାଇଙ୍କୁ ଚୁମ୍ବନ କରନ୍ତିଆଦି 45:15
ପଦଗୁଡ଼ିକ
ଆଦି 45:15ପୁଣି, ଯୋଷେଫ ଅନ୍ୟ ଭାଇମାନଙ୍କୁ ଚୁମ୍ବନ କଲେ ଓ ସେମାନଙ୍କୁ ଧରି ରୋଦନ କଲେ। ଏଥିଉତ୍ତାରେ ତାଙ୍କର ଭାଇମାନେ ତାଙ୍କ ସଙ୍ଗରେ ଆଳାପ କରିବାକୁ ଲାଗିଲେ।
- ହାରୋଣ ପରମେଶ୍ୱରଙ୍କ ପର୍ବତରେ ମୋଶାଙ୍କୁ ଭେଟି ଚୁମ୍ବନ କରନ୍ତିଯାତ୍ରା 4:27
ପଦଗୁଡ଼ିକ
ଯାତ୍ରା 4:27ଏଥିଉତ୍ତାରେ ସଦାପ୍ରଭୁ ହାରୋଣଙ୍କୁ କହିଲେ, “ତୁମ୍ଭେ ମୋଶା ସହିତ ସାକ୍ଷାତ କରିବା ନିମନ୍ତେ ପ୍ରାନ୍ତରକୁ ଯାଅ।” ତହୁଁ ସେ ଯାଇ ପରମେଶ୍ୱରଙ୍କ ପର୍ବତରେ ତାଙ୍କ ସହିତ ସାକ୍ଷାତ କରି ତାଙ୍କୁ ଚୁମ୍ବନ କଲେ।
- ମୋଶା ଆପଣା ଶ୍ୱଶୁରଙ୍କୁ ପ୍ରଣାମ କରି ଚୁମ୍ବନ କରନ୍ତିଯାତ୍ରା 18:7
ପଦଗୁଡ଼ିକ
ଯାତ୍ରା 18:7ସେତେବେଳେ ମୋଶା ଆପଣା ଶ୍ୱଶୁର ସହିତ ସାକ୍ଷାତ କରିବାକୁ ବାହାରକୁ ଯାଇ ତାଙ୍କୁ ପ୍ରଣାମ ଓ ଚୁମ୍ବନ କଲେ; ପୁଣି, ପରସ୍ପର ମଙ୍ଗଳ ବାର୍ତ୍ତା ପଚାରିଲା ଉତ୍ତାରେ ସେମାନେ ତମ୍ବୁରେ ପ୍ରବେଶ କଲେ।
- ନୟମୀ ବୋହୂମାନଙ୍କୁ ଚୁମ୍ବନ କରନ୍ତି; ଅର୍ପା ତାଙ୍କୁ ଚୁମ୍ବନ କରି ବିଦାୟ ନିଏରୂତ 1:9, ରୂତ 1:14
- ଦାଉଦ ଓ ଯୋନାଥନ ପରସ୍ପରକୁ ଚୁମ୍ବନ କରି ଏକାଠି କାନ୍ଦନ୍ତିପ୍ର.ଶା 20:41
ପଦଗୁଡ଼ିକ
ପ୍ର.ଶା 20:41ପୁଣି, ବାଳକ ଯିବା ମାତ୍ରେ ଦାଉଦ ଦକ୍ଷିଣ ଆଡ଼ର ଏକ ସ୍ଥାନରୁ ଉଠିଲେ ଓ ଭୂମିଷ୍ଠ ହୋଇ ତିନି ଥର ପ୍ରଣାମ କଲେ; ପୁଣି, ସେମାନେ ପରସ୍ପରକୁ ଚୁମ୍ବନ କଲେ ଓ ଏକଆରେକ ସଙ୍ଗେ ରୋଦନ କଲେ, ମାତ୍ର ଦାଉଦ ବଳି ପଡ଼ିଲେ।
- ଦାଉଦ ଯର୍ଦ୍ଦନ ନିକଟରେ ବର୍ସିଲ୍ଲୟଙ୍କୁ ଚୁମ୍ବନ କରନ୍ତିଦ୍ଵି.ଶା 19:39
ପଦଗୁଡ଼ିକ
ଦ୍ଵି.ଶା 19:39ଏଉତ୍ତାରେ ସମସ୍ତ ଲୋକ ଯର୍ଦ୍ଦନ ପାର ହେଲେ, ଏବଂ ରାଜା ମଧ୍ୟ ପାର ହେଲେ; ପୁଣି ରାଜା ବର୍ସିଲ୍ଲୟଙ୍କୁ ଚୁମ୍ବନ କରି ଆଶୀର୍ବାଦ କଲେ; ତହୁଁ ବର୍ସିଲ୍ଲୟ ଆପଣା ସ୍ଥାନକୁ ଫେରିଗଲା।
- ଇଲୀଶାୟ ପିତାମାତାଙ୍କୁ ଚୁମ୍ବନ କରି ବିଦାୟ ନେବାକୁ ଅନୁମତି ମାଗନ୍ତିପ୍ର.ରା 19:20
ପଦଗୁଡ଼ିକ
ପ୍ର.ରା 19:20ତହିଁରେ ସେ ବଳଦ ଛାଡ଼ି ଏଲୀୟଙ୍କ ପଛେ ଦୌଡ଼ି ତାଙ୍କୁ କହିଲେ, “ବିନୟ କରୁଅଛି, ମୋʼ ପିତା ଓ ମାତାଙ୍କୁ ଚୁମ୍ବନ ଦେବା ପାଇଁ ଅନୁମତି ଦେଉନ୍ତୁ, ତହିଁ ଉତ୍ତାରେ ମୁଁ ଆପଣଙ୍କ ପଛେ ଯିବି।” ତହୁଁ ଏଲୀୟ ତାଙ୍କୁ କହିଲେ, “ଫେରିଯାଅ; କିନ୍ତୁ ଚିନ୍ତା କର ଆମ୍ଭେ ତୁମ୍ଭର କଅଣ କଲୁ।”
- ପିତା ଫେରି ଆସୁଥିବା ପୁତ୍ର ପାଖକୁ ଦୌଡ଼ି ଯାଇ ତାହାକୁ ଚୁମ୍ବନ କରନ୍ତିଲୂକ 15:20
ପଦଗୁଡ଼ିକ
ଲୂକ 15:20ସେଥିରେ ସେ ଉଠି ଆପଣା ପିତାଙ୍କ ନିକଟକୁ ଗଲା। କିନ୍ତୁ ସେ ଦୂରରେ ଥାଉ ଥାଉ ତାହାର ପିତା ତାହାକୁ ଦେଖି ଦୟାରେ ବିଗଳିତ ହେଲେ ଓ ଦୌଡ଼ିଯାଇ ତାହାକୁ ଆଲିଙ୍ଗନ କରି ଅତି ସ୍ନେହରେ ଚୁମ୍ବନ ଦେଲେ।
- ଏଫିସର ପ୍ରାଚୀନମାନେ ପାଉଲଙ୍କୁ କୋଳାଗ୍ରହଣ କରି ଚୁମ୍ବନ କରନ୍ତିପ୍ରେରି 20:37
ପଦଗୁଡ଼ିକ
ପ୍ରେରି 20:37ଆଉ ସେମାନେ ଅତ୍ୟନ୍ତ ରୋଦନ କରି ପାଉଲଙ୍କ ଗଳା ଧରି ତାହାଙ୍କୁ ଚୁମ୍ବନ କରିବାକୁ ଲାଗିଲେ,
ପରିବାର ଓ ସ୍ନେହ
- ଇସ୍ହାକ: “ପୁତ୍ର, ଏବେ ମୋʼ ନିକଟକୁ ଆସି ମୋତେ ଚୁମ୍ବନ କର”ଆଦି 27:26–27
ପଦଗୁଡ଼ିକ
ଆଦି 27:26–27ଏଥିଉତ୍ତାରେ ତାହାର ପିତା ଇସ୍ହାକ କହିଲେ, “ପୁତ୍ର, ଏବେ ମୋʼ ନିକଟକୁ ଆସି ମୋତେ ଚୁମ୍ବନ କର।” ସେତେବେଳେ ସେ ନିକଟକୁ ଯାଇ ଚୁମ୍ବନ କରନ୍ତେ, ଇସ୍ହାକ ତାହାର ବସ୍ତ୍ରର ଗନ୍ଧ ପାଇ ତାଙ୍କୁ ଆଶୀର୍ବାଦ କରି କହିଲେ, “ଦେଖ, ସଦାପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତ କ୍ଷେତ୍ରର ସୁଗନ୍ଧି ତୁଲ୍ୟ ମୋʼ ପୁତ୍ରର ସୁଗନ୍ଧି;
- ବୃଦ୍ଧ, ପ୍ରାୟ ଅନ୍ଧ ଯାକୁବ ଯୋଷେଫଙ୍କ ପୁତ୍ରମାନଙ୍କୁ ଚୁମ୍ବନ କରନ୍ତିଆଦି 48:10
ପଦଗୁଡ଼ିକ
ଆଦି 48:10ସେହି ସମୟରେ ଇସ୍ରାଏଲ ବୃଦ୍ଧାବସ୍ଥା ହେତୁ କ୍ଷୀଣଦୃଷ୍ଟି ହେବାରୁ ସ୍ପଷ୍ଟରୂପେ ଦେଖି ପାରିଲେ ନାହିଁ। ଏଣୁ ଯୋଷେଫ ତାଙ୍କ କତିକି ସେମାନଙ୍କୁ ଆଣି ଦିଅନ୍ତେ, ସେ ସେମାନଙ୍କୁ ଚୁମ୍ବନ ଓ ଆଲିଙ୍ଗନ କଲେ।
- ଯୋଷେଫ ମୃତ ପିତାଙ୍କ ଉପରେ କାନ୍ଦି ତାଙ୍କୁ ଚୁମ୍ବନ କରନ୍ତିଆଦି 50:1
ପଦଗୁଡ଼ିକ
ଆଦି 50:1ସେତେବେଳେ ଯୋଷେଫ ଆପଣା ପିତାଙ୍କର ମୁଖରେ ମୁଖ ଦେଇ ରୋଦନ କରି ଚୁମ୍ବନ କଲେ।
- ଶାମୁୟେଲ ଶାଉଲଙ୍କୁ ଅଭିଷେକ କରି ଚୁମ୍ବନ କରନ୍ତିପ୍ର.ଶା 10:1
ପଦଗୁଡ଼ିକ
ପ୍ର.ଶା 10:1ଏଥିଉତ୍ତାରେ ଶାମୁୟେଲ ତୈଳପାତ୍ର ନେଇ ତାଙ୍କର ମସ୍ତକରେ ଢାଳିଲେ ଓ ତାଙ୍କୁ ଚୁମ୍ବନ କରି କହିଲେ, “ସଦାପ୍ରଭୁ କି ଆପଣା ଅଧିକାର ଉପରେ ତୁମ୍ଭକୁ ଅଗ୍ରଣୀ ହେବା ପାଇଁ ଅଭିଷେକ କରି ନାହାନ୍ତି?
- ଅବଶାଲୋମ ଫେରିବା ପରେ ରାଜା ଦାଉଦ ତାଙ୍କୁ ଚୁମ୍ବନ କରନ୍ତିଦ୍ଵି.ଶା 14:33
ପଦଗୁଡ଼ିକ
ଦ୍ଵି.ଶା 14:33ତହୁଁ ଯୋୟାବ ଯାଇ ରାଜାଙ୍କୁ ଏହା ଜଣାଇଲା; ତହିଁରେ ରାଜା ଅବଶାଲୋମଙ୍କୁ ଡକାନ୍ତେ, ସେ ରାଜାଙ୍କ ନିକଟକୁ ଆସି ତାଙ୍କ ସମ୍ମୁଖରେ ଭୂମିରେ ମୁହଁ ମାଡ଼ି ପ୍ରଣାମ କଲା, ପୁଣି ରାଜା ଅବଶାଲୋମଙ୍କୁ ଚୁମ୍ବନ କଲେ।
- “ତୁମ୍ଭେ ଆପଣା ମୁଖ-ଚୁମ୍ବନରେ ମୋତେ ଚୁମ୍ବନ କର”ପ.ଗୀ 1:2
ପଦଗୁଡ଼ିକ
ପ.ଗୀ 1:2ତୁମ୍ଭେ ଆପଣା ମୁଖ-ଚୁମ୍ବନରେ ମୋତେ ଚୁମ୍ବନ କର; କାରଣ ତୁମ୍ଭ ପ୍ରେମ ଦ୍ରାକ୍ଷାରସ ଅପେକ୍ଷା ଉତ୍ତମ।
- ସରଳ ଉତ୍ତର ଓଠରେ ଚୁମ୍ବନ ପରିହିତୋ 24:26
ପଦଗୁଡ଼ିକ
ହିତୋ 24:26ଯେ ଯଥାର୍ଥ ଉତ୍ତର ଦିଏ, ସେ ଓଷ୍ଠାଧର ଚୁମ୍ବନ କରେ।
ପ୍ରବଞ୍ଚନାର ଚୁମ୍ବନ
- ଶତ୍ରୁର ଚୁମ୍ବନ ପ୍ରତାରଣାପୂର୍ଣ୍ଣହିତୋ 27:6
ପଦଗୁଡ଼ିକ
ହିତୋ 27:6ପ୍ରେମକାରୀର କ୍ଷତ ବିଶ୍ୱାସନୀୟ; ମାତ୍ର ଶତ୍ରୁର ଚୁମ୍ବନ ବହୁଳ।
- ଅବଶାଲୋମ ଲୋକମାନଙ୍କୁ ଚୁମ୍ବନ କରି ସେମାନଙ୍କ ମନ ଜୟ କରନ୍ତିଦ୍ଵି.ଶା 15:5
ପଦଗୁଡ଼ିକ
ଦ୍ଵି.ଶା 15:5ଆହୁରି କେହି ପ୍ରଣାମ କରିବା ପାଇଁ ତାହା ନିକଟକୁ ଆସିଲେ, ସେ ଆପଣା ହାତ ବଢ଼ାଇ ତାହାକୁ ଧରି ଚୁମ୍ବନ କରେ।
- ଯୋୟାବ ଚୁମ୍ବନ କରିବା ପାଇଁ ଅମାସାର ଦାଢ଼ି ଧରି ତାହାକୁ ଖଣ୍ଡା ଭୁଷି ଦିଅନ୍ତିଦ୍ଵି.ଶା 20:9–10
ପଦଗୁଡ଼ିକ
ଦ୍ଵି.ଶା 20:9–10ଏଥିରେ ଯୋୟାବ ଅମାସାଙ୍କୁ ପଚାରିଲା, “କି ଭାଇ, ସବୁ ମଙ୍ଗଳ ତ?” ତହୁଁ ଯୋୟାବ ଅମାସାଙ୍କୁ ଚୁମ୍ବନ କରିବା ପାଇଁ ଆପଣା ଦକ୍ଷିଣ ହସ୍ତରେ ତାହାର ଦାଢ଼ି ଧରିଲା। ମାତ୍ର ଯୋୟାବର ବାମ ହସ୍ତରେ ଥିବା ଖଡ୍ଗ ପ୍ରତି ଅମାସା କିଛି ମନୋଯୋଗ କଲା ନାହିଁ; ତହୁଁ ଯୋୟାବ ସେହି ଖଡ୍ଗରେ ତାହାର ଉଦରକୁ ଆଘାତ କରି ତାହାର ଅନ୍ତବୁଜୁଳି କାଢ଼ି ଭୂମିରେ ପକାଇଦେଲା, ସେ ଦ୍ୱିତୀୟ ଥର ଆଘାତ କଲା ନାହିଁ; ତହିଁରେ ହିଁ ସେ ମଲା। ଏଉତ୍ତାରେ ଯୋୟାବ ଓ ତାହାର ଭ୍ରାତା ଅବୀଶୟ ବିଖ୍ରିର ପୁତ୍ର ଶେବଃର ପଛେ ଗୋଡ଼ାଇଲେ।
- ଯିହୂଦା: “ମୁଁ ଯାହାଙ୍କୁ ଚୁମ୍ବନ କରିବି, ସେ ସେହି”ମାଥି 26:48–49, ଲୂକ 22:48
ପଦଗୁଡ଼ିକ
ମାଥି 26:48–49ଆଉ, ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ସେମାନଙ୍କୁ ଏହି ସଙ୍କେତ ଦେଇ କହିଥିଲା, ମୁଁ ଯାହାଙ୍କୁ ଚୁମ୍ବନ କରିବି, ସେ ସେହି, ତାହାଙ୍କୁ ଧରିବ। ଆଉ, ସେ ସେହିକ୍ଷଣି ଯୀଶୁଙ୍କ ନିକଟକୁ ଆସି, ହେ ଗୁରୁ, ନମସ୍କାର, ଏହା କହି ତାହାଙ୍କୁ ବହୁତ ଚୁମ୍ବନ କଲା।
ଲୂକ 22:48କିନ୍ତୁ ଯୀଶୁ ତାହାକୁ କହିଲେ, “ହେ ଯିହୂଦା, ଚୁମ୍ବନ ଦ୍ୱାରା କି ମନୁଷ୍ୟପୁତ୍ରଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରୁଅଛ?”
ଉପାସନା ଓ ଆଦିମ ମଣ୍ଡଳୀ
- ପ୍ରତିମାକୁ ଚୁମ୍ବନ: ବାଲ୍ ଓ ବାଛୁରିମାନେପ୍ର.ରା 19:18, ହୋଶେ 13:2
ପଦଗୁଡ଼ିକ
ପ୍ର.ରା 19:18ତଥାପି ଆମ୍ଭେ ଇସ୍ରାଏଲ ମଧ୍ୟରେ ଆପଣା ପାଇଁ ସାତ ସହସ୍ର ଲୋକ ଅବଶିଷ୍ଟ ରଖିବା, ଯେଉଁମାନଙ୍କର ଆଣ୍ଠୁ ବାଲ୍ ସମ୍ମୁଖରେ ନତ ହୋଇ ନାହିଁ ଓ ଯେଉଁମାନଙ୍କର ମୁଖ ତାହାକୁ ଚୁମ୍ବନ କରି ନାହିଁ।”
ହୋଶେ 13:2ପୁଣି, ଏବେ ସେମାନେ ଅଧିକ ଅଧିକ ପାପ କରନ୍ତି ଓ ରୂପାର ଢଳା ପ୍ରତିମା, ଅର୍ଥାତ୍, ଆପଣା ଆପଣା ବୁଦ୍ଧି ଅନୁସାରେ ଦେବତା ନିର୍ମାଣ କରିଅଛନ୍ତି। ସେସବୁ କାରିଗରର କର୍ମ; ସେହି ସବୁର ବିଷୟରେ ସେମାନେ କହନ୍ତି, ଯେଉଁ ଲୋକମାନେ ବଳିଦାନ କରନ୍ତି, ସେମାନେ ଗୋବତ୍ସ ପ୍ରତିମାଗଣକୁ ଚୁମ୍ବନ କରନ୍ତୁ।
- ଜଣେ ସ୍ତ୍ରୀ ଯୀଶୁଙ୍କ ପାଦ ଚୁମ୍ବନ କରେ; ତାଙ୍କ ଆତିଥେୟ ଚୁମ୍ବନ ଦେଇ ନ ଥିଲେଲୂକ 7:38, ଲୂକ 7:45
ପଦଗୁଡ଼ିକ
ଲୂକ 7:38ପଛଆଡ଼େ ତାହାଙ୍କ ପାଦ ପାଖରେ ଠିଆ ହୋଇ ରୋଦନ କରୁ କରୁ ଲୁହରେ ତାହାଙ୍କ ପାଦ ଓଦା କରି ନିଜ ମସ୍ତକର କେଶରେ ତାହା ପୋଛିବାକୁ ଲାଗିଲା, ଆଉ ତାହାଙ୍କ ପାଦକୁ ଚୁମ୍ବନ କରୁ କରୁ ସେହି ସୁଗନ୍ଧି ତୈଳ ଲଗାଇ ଦେବାକୁ ଲାଗିଲା।
ଲୂକ 7:45ତୁମ୍ଭେ ମୋତେ ଚୁମ୍ବନ କଲ ନାହିଁ? କିନ୍ତୁ ମୁଁ ଭିତରକୁ ଆସିବା ସମୟଠାରୁ ଏ ମୋହର ପାଦ ଚୁମ୍ବନ କରିବାକୁ ବନ୍ଦ କରି ନାହିଁ।
- ପବିତ୍ର ଚୁମ୍ବନରେ ପରସ୍ପରକୁ ନମସ୍କାର କରରୋମୀ 16:16, ପ୍ର.ଥେସ 5:26, ପ୍ର. ପିତ 5:14
ପଦଗୁଡ଼ିକ
ରୋମୀ 16:16ପବିତ୍ର ଚୁମ୍ବନ ଦେଇ ପରସ୍ପରକୁ ନମସ୍କାର କର। ଖ୍ରୀଷ୍ଟଙ୍କ ସମସ୍ତ ମଣ୍ଡଳୀ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।”
ପ୍ର.ଥେସ 5:26ସମସ୍ତ ଭାଇଙ୍କୁ ପବିତ୍ର ଚୁମ୍ବନ ଦେଇ ନମସ୍କାର କର।
ପ୍ର. ପିତ 5:14ପ୍ରେମ ଚୁମ୍ବନ ଦେଇ ପରସ୍ପରକୁ ନମସ୍କାର କର। ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭମାନଙ୍କ ପ୍ରତି ଶାନ୍ତି ହେଉ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର