କ୍ଲାଉଦିଅ ସାମ୍ରାଜ୍ୟ ଶାସନ କଲେ ଏବଂ ଖ୍ରୀଷ୍ଟାବ୍ଦ 43ରେ ଏକ ଆକ୍ରମଣ ପରେ ବ୍ରିଟେନକୁ ଏଥିରେ ଯୋଗ କଲେ। ପ୍ରେରିତ 18:2 କହେ ଯେ ସେ ସମସ୍ତ ଯିହୁଦୀଙ୍କୁ ରୋମ ଛାଡ଼ିବାକୁ ଆଜ୍ଞା ଦେଇଥିଲେ; ରୋମୀୟ ଲେଖକ ସୁଏଟୋନିୟସ ମଧ୍ୟ ଏକ ବହିଷ୍କାରର ଉଲ୍ଲେଖ କରନ୍ତି।
ବାଇବେଲରେ · ପ୍ରାୟ ଖ୍ରୀଷ୍ଟାବ୍ଦ 50 · ଆଥିନୀ
ଆଥିନୀରେ ପାଉଲ
ଆଥିନୀର ମନ୍ଦିର ଓ ଦାର୍ଶନିକମାନଙ୍କ ମଧ୍ୟରେ ପାଉଲ ଆରିୟପାଗରେ “ଅଜ୍ଞାତ ଦେବତା” ବିଷୟରେ କଥା କହନ୍ତି।
ଆଥିନୀରେ ପାଉଲ ସେମାନଙ୍କ ଅପେକ୍ଷାରେ ଥିବା ସମୟରେ ସେହି ନଗରକୁ ପ୍ରତିମାରେ ପରିପୂର୍ଣ୍ଣ ଦେଖି ତାହାଙ୍କ ଆତ୍ମା ଉତ୍ତପ୍ତ ହୋଇ ଉଠିଲା। ତେଣୁ ସେ ସମାଜଗୃହରେ ଯିହୁଦୀ ଓ ଯିହୁଦୀମତାବଲମ୍ବୀ ଅଣଯିହୁଦୀମାନଙ୍କ ସହିତ, ଆଉ ବଜାର ଛକରେ ପ୍ରତିଦିନ ଯେଉଁମାନଙ୍କ ସାଙ୍ଗରେ ଦେଖା ହେଉଥିଲା, ସେମାନଙ୍କୁ ଉପଦେଶ ଦେଉଥିଲେ। ସେଥିରେ ଏପିକୂରୀୟ ଓ ସ୍ତୋୟିକ ଦର୍ଶନଶାସ୍ତ୍ରର କେତେକ ଦାର୍ଶନିକ ମଧ୍ୟ ତାହାଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ, ପୁଣି, କେହି କେହି କହିଲେ, ଏ ବାଚାଳଟା କଅଣ କହିବାକୁ ଇଚ୍ଛା କରୁଅଛି? ଆଉ କେହି କେହି କହିଲେ, ସେ ଅଜଣା ଦେବତାମାନଙ୍କର ପ୍ରଚାରକ ହେଲା ପରି ଜଣାଯାଉଅଛି; କାରଣ ସେ ଯୀଶୁ ଓ ପୁନରୁତ୍ଥାନ ବିଷୟକ ସୁସମାଚାର ପ୍ରଚାର କରୁଥିଲେ। ପରେ ସେମାନେ ତାହାଙ୍କୁ ଆରିୟପାଗକୁ ଘେନିଯାଇ କହିଲେ, ଏହି ଯେ ନୂତନ ଶିକ୍ଷା ଆପଣ ଦେଉଅଛନ୍ତି, ତାହା କଅଣ ବୋଲି ଆମ୍ଭେମାନେ ଜାଣି ପାରିବା କି? କାରଣ ଆପଣ କେତେକ ଅଦ୍ଭୁତ ବିଷୟ ଆମ୍ଭମାନଙ୍କ କର୍ଣ୍ଣଗୋଚର କରୁଅଛନ୍ତି; ଅତଏବ ଏହି ସମସ୍ତ କଥାର ଅର୍ଥ କଅଣ, ଆମ୍ଭେମାନେ ତାହା ଜାଣିବାକୁ ଇଚ୍ଛା କରୁ। ଆଥିନୀ ସହରର ଲୋକ ସମସ୍ତେ ଓ ସେଠାରେ ପ୍ରବାସୀ ବିଦେଶୀୟମାନେ କେବଳ କୌଣସି ନୂତନ କଥା କହିବା ଓ ଶୁଣିବା ଛଡ଼ା ଆଉ କାହିଁରେ କାଳକ୍ଷେପଣ କରୁ ନ ଥିଲେ। ଏଥିରେ ପାଉଲ ଆରିୟପାଗର ମଧ୍ୟସ୍ଥଳରେ ଠିଆ ହୋଇ କହିଲେ, ହେ ଆଥିନୀ ସହରର ଲୋକମାନେ, ଆପଣମାନେ ଯେ ସମସ୍ତ ବିଷୟରେ ବଡ଼ ଦେବ ଭକ୍ତ, ଏହା ମୁଁ ଦେଖୁଅଛି। କାରଣ ମୁଁ ଭ୍ରମଣ କରିବା ସମୟରେ ଆପଣମାନଙ୍କର ପୂଜିତ ବସ୍ତୁସମସ୍ତ ଦେଖୁ ଦେଖୁ ଗୋଟିଏ ବେଦି ମଧ୍ୟ ଦେଖିଲି, ଯାହା ଉପରେ ଏହି କଥା ଲେଖା ହୋଇଅଛି, “ଅଜ୍ଞାତ ଦେବତାଙ୍କ ଉଦ୍ଦେଶ୍ୟରେ।” ଅତଏବ, ଆପଣମାନେ ନ ଜାଣି ଯାହାଙ୍କର ପୂଜା କରୁଅଛନ୍ତି, ମୁଁ ତାହାଙ୍କୁ ଆପଣମାନଙ୍କ ନିକଟରେ ପ୍ରଚାର କରୁଅଛି। ଯେଉଁ ଈଶ୍ବର ଜଗତ ଓ ତନ୍ମଧ୍ୟସ୍ଥ ସମସ୍ତ ପଦାର୍ଥ ସୃଷ୍ଟି କରିଅଛନ୍ତି, ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ହେବାରୁ ହସ୍ତନିର୍ମିତ ମନ୍ଦିର-ସମୂହରେ ବାସ କରନ୍ତି ନାହିଁ, କିଅବା ତାହାଙ୍କର କୌଣସି ଅଭାବ ଥିବାରୁ ମନୁଷ୍ୟହସ୍ତ ଦ୍ୱାରା ସେବିତ ହୁଅନ୍ତି ନାହିଁ, ଯେଣୁ ସେ ସ୍ୱୟଂ ସମସ୍ତଙ୍କୁ ଜୀବନ, ନିଶ୍ୱାସ, ଓ ସମସ୍ତ ପଦାର୍ଥ ଦାନ କରନ୍ତି। ଆଉ, ସେ ପୃଥିବୀର ସର୍ବତ୍ର ବାସ କରିବା ନିମନ୍ତେ ଏକ ବ୍ୟକ୍ତିଠାରୁ ସମସ୍ତ ମାନବଜାତି ସୃଷ୍ଟି କରିଅଛନ୍ତି; ସେ ସେମାନଙ୍କର ନିର୍ଦ୍ଦିଷ୍ଟ କାଳ ଓ ନିବାସର ସୀମା ସ୍ଥିର କରିଅଛନ୍ତି, ସେମାନେ ଯେପରି ଈଶ୍ବରଙ୍କର ଅନ୍ୱେଷଣ କରି କାଳେ ଦରାଣ୍ଡି ଦରାଣ୍ଡି ତାହାଙ୍କର ଉଦ୍ଦେଶ୍ୟ ପାଇ ପାରନ୍ତି, ଯଦ୍ୟପି ସେ ଆମ୍ଭମାନଙ୍କର କାହାରିଠାରୁ ଦୂରରେ ନାହାନ୍ତି। କାରଣ ତାହାଙ୍କଠାରେ ଆମ୍ଭମାନଙ୍କର ଅସ୍ତି, ଗତି ଓ ସ୍ଥିତି, ଯେପରି ଆପଣମାନଙ୍କର ନିଜ କବିମାନଙ୍କ ମଧ୍ୟରୁ ସୁଦ୍ଧା କେତେକ କହିଅଛନ୍ତି, “କାରଣ ଆମ୍ଭେମାନେ ମଧ୍ୟ ତାହାଙ୍କ ବଂଶ।” ତେବେ, ଆମ୍ଭେମାନେ ଈଶ୍ବରଙ୍କର ବଂଶ ହେବାରୁ ଈଶ୍ବରଙ୍କ ସ୍ୱରୂପକୁ ମନୁଷ୍ୟର ଶିଳ୍ପ ଓ କଳ୍ପନା ଅନୁସାରେ ଖୋଦିତ ସ୍ୱର୍ଣ୍ଣ କି ରୌପ୍ୟ କି ପ୍ରସ୍ତର ତୁଲ୍ୟ ବୁଝିବା ଆମ୍ଭମାନଙ୍କର ଉଚିତ୍ ନୁହେଁ। ଈଶ୍ବର ସେହି ଅଜ୍ଞାନତାର କାଳ ଉପେକ୍ଷା କରିଅଛନ୍ତି ସତ୍ୟ, କିନ୍ତୁ ଏବେ ସେ ସର୍ବତ୍ର ସମସ୍ତ ମନୁଷ୍ୟଙ୍କୁ ମନ-ପରିବର୍ତ୍ତନ କରିବା ନିମନ୍ତେ ଜଣାନ୍ତି; କାରଣ ଯେଉଁ ଦିନ ସେ ଆପଣା ନିରୂପିତ ବ୍ୟକ୍ତିଙ୍କ ଦ୍ୱାରା ଧାର୍ମିକତାରେ ଜଗତର ବିଚାର କରିବେ, ଏହିପରି ଗୋଟିଏ ଦିନ ସ୍ଥିର କରିଅଛନ୍ତି, ଆଉ ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉତ୍ଥାପନ କରି ଏହି ବିଷୟରେ ସମସ୍ତଙ୍କ ନିକଟରେ ପ୍ରମାଣ ଦେଇଅଛନ୍ତି। ମୃତମାନଙ୍କର ପୁନରୁତ୍ଥାନ କଥା ଶୁଣି କେହି କେହି ପରିହାସ କରିବାକୁ ଲାଗିଲେ; ଆଉ କେହି କେହି କହିଲେ, ଆମ୍ଭେମାନେ ଆଉ ଥରେ ଆପଣଙ୍କଠାରୁ ଏହି ବିଷୟ ଶୁଣିବା। ଏହି ପ୍ରକାରେ ପାଉଲ ସେମାନଙ୍କ ମଧ୍ୟରୁ ବାହାରିଗଲେ। କିନ୍ତୁ କୌଣସି କୌଣସି ଲୋକ ତାହାଙ୍କ ସପକ୍ଷ ହୋଇ ବିଶ୍ୱାସ କଲେ; ସେମାନଙ୍କ ମଧ୍ୟରେ ଏରିୟପାଗୀୟ ଦିୟନୂସୀୟ, ଦାମାରି ନାମ୍ନୀ ଜଣେ ମହିଳା ସେମାନଙ୍କ ସହିତ ଆଉ କେତେକ ଲୋକ ଥିଲେ।ସେହି ସମୟରେ ଜଗତରେ
ପାଉଲ ପ୍ରାୟ ଖ୍ରୀଷ୍ଟାବ୍ଦ 50ରେ ଆଥିନୀକୁ ଆସିଲେ, ସେହି ଯାତ୍ରାରେ ଯାହା ତାଙ୍କୁ ଆଗକୁ କରିନ୍ଥ ନେଇଗଲା, ଯେଉଁଠାରେ ଡେଲଫିରେ ମିଳିଥିବା ଏକ ଶିଳାଲେଖ ପ୍ରୋକନସଲ ଗାଲ୍ଲିୟୋନଙ୍କୁ ପ୍ରାୟ ଖ୍ରୀଷ୍ଟାବ୍ଦ 51–52ରେ ରଖେ (ପ୍ରେରିତ 18:12)। ସେତେବେଳକୁ ଆଥିନୀ ରୋମ ସାମ୍ରାଜ୍ୟର ଏକ ସାଧାରଣ ନଗର ଥିଲା, ତଥାପି ଏହାର ଦାର୍ଶନିକମାନଙ୍କ ପାଇଁ ପ୍ରସିଦ୍ଧ। ଏହା ହେଉଛି ପ୍ରାୟ ଖ୍ରୀଷ୍ଟାବ୍ଦ 50ର ଜଗତ।
ଯୁବକ ନିରୋଙ୍କ ଶିକ୍ଷକ, ସ୍ତୋୟିକ ଦାର୍ଶନିକ ସେନେକା କ୍ରୋଧ, ଜୀବନର କ୍ଷଣସ୍ଥାୟିତ୍ୱ ଓ ମନର ଶାନ୍ତି ବିଷୟରେ ପ୍ରବନ୍ଧ ଲେଖିଲେ। ତାଙ୍କ ବଡ଼ ଭାଇ ଥିଲେ ଗାଲ୍ଲିୟୋନ, ସେହି ପ୍ରୋକନସଲ ଯାହାଙ୍କ ଛାମୁକୁ କରିନ୍ଥରେ ପାଉଲଙ୍କୁ ଅଣାଯାଇଥିଲା (ପ୍ରେରିତ 18:12)।
ସମ୍ରାଟ ଗୁଆଙ୍ଗୱୁ ହାନ ରାଜବଂଶକୁ ପୁନଃସ୍ଥାପିତ କଲେ ଏବଂ ଏହାର ରାଜଧାନୀ ଲୁଓୟାଙ୍ଗକୁ ସ୍ଥାନାନ୍ତରିତ କଲେ। ତାଙ୍କ ଶେଷ ବର୍ଷ, ଖ୍ରୀଷ୍ଟାବ୍ଦ 57ରେ, ଜାପାନର ୱାରୁ ଦୂତମାନେ ଆସିଲେ; 1784ରେ ଜାପାନରେ ମିଳିଥିବା ଏକ ସୁନା ମୋହରକୁ ସେ ସେମାନଙ୍କୁ ଦେଇଥିବା ମୋହର ବୋଲି ମନେ କରାଯାଏ।
କେରଳର ସାଧୁ ଥୋମା ଖ୍ରୀଷ୍ଟିୟାନମାନଙ୍କ ପରମ୍ପରା ଅନୁସାରେ ପ୍ରେରିତ ଥୋମା ଖ୍ରୀଷ୍ଟାବ୍ଦ 52ରେ ମୁଜିରିସ ନିକଟରେ ଅବତରଣ କରିଥିଲେ। ଏକ ପୁରୁଣା ବିବରଣୀ, ‘ଥୋମାଙ୍କ କାର୍ଯ୍ୟାବଳୀ’, ତାଙ୍କୁ ଉତ୍ତର-ପଶ୍ଚିମ ଭାରତର ରାଜା ଗୋଣ୍ଡୋଫାରେସଙ୍କ ଦରବାରରେ ରଖେ, ଯାହାଙ୍କ ମୁଦ୍ରା ମିଳିଛି।
ଆଲେକଜାଣ୍ଡ୍ରିଆରେ ଯିହୁଦୀ ଦାର୍ଶନିକ ଫିଲୋ ମୋଶାଙ୍କ ପୁସ୍ତକଗୁଡ଼ିକୁ ଗ୍ରୀକ୍ ଦର୍ଶନର ଭାଷାରେ ବ୍ୟାଖ୍ୟା କଲେ। ଖ୍ରୀଷ୍ଟାବ୍ଦ 40ରେ, ନଗରର ଯିହୁଦୀମାନଙ୍କ ବିରୁଦ୍ଧରେ ଦଙ୍ଗା ପରେ, ସେ ସମ୍ରାଟ କାଲିଗୁଲାଙ୍କ ନିକଟକୁ ସେମାନଙ୍କ ଏକ ପ୍ରତିନିଧି ଦଳର ନେତୃତ୍ୱ ନେଲେ।
ଆଜିର ସୁଦାନରେ ନୀଳ ନଦୀ କୂଳସ୍ଥ ମେରୋଏରେ କୂଶ ରାଜ୍ୟକୁ ପ୍ରାୟତଃ ରାଣୀମାନେ ଶାସନ କରୁଥିଲେ, ଯେଉଁମାନେ kandake ଉପାଧି ଧାରଣ କରୁଥିଲେ — ପ୍ରେରିତ 8:27ର “କାଣ୍ଡାକୀ”। ଏହାର ଶାସକମାନଙ୍କୁ ଛୋଟ, ଖାଡ଼ା ପିରାମିଡ ତଳେ କବର ଦିଆଯାଉଥିଲା।
ଦକ୍ଷିଣ ପେରୁର ମରୁ ସମତଳରେ ନାଜ୍କା ଲୋକମାନେ ଉପରର କଳା ପଥରଗୁଡ଼ିକୁ ସଫା କରି ବିଶାଳ ରେଖା ଓ ଆକୃତି ଆଙ୍କିଲେ — ଏକ ହମିଙ୍ଗବାର୍ଡ, ଏକ ମାଙ୍କଡ଼, ଏକ ବୁଢ଼ିଆଣୀ। ଅନେକଗୁଡ଼ିକ ଆକାଶରୁ ବା ନିକଟସ୍ଥ ପାହାଡ଼ରୁ ସବୁଠାରୁ ଭଲ ଦେଖାଯାଏ।
ଉତ୍ସ: Theographic Bible Metadata, CC BY-SA 4.0 · OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର