ପ୍ରକୃତି
ବାଇବେଲରେ ଛାଗ
ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆର 34ଟି ଅଂଶ, ଧାଡ଼ି ପରେ ଧାଡ଼ି।
- ଇସ୍ରାଏଲ ଖାଇପାରୁଥିବା ପଶୁମାନଙ୍କ ମଧ୍ୟରେ ଛାଗଦ୍ବି.ବି 14:4
ପଦଗୁଡ଼ିକ
ଦ୍ବି.ବି 14:4ଏହି ସକଳ ପଶୁ ତୁମ୍ଭେମାନେ ଭୋଜନ କରିବ ଯଥା,
- ରିବିକା ଦୁଇଟି ଛେଳିଛୁଆରେ ଇସ୍ହାକଙ୍କ ପ୍ରିୟ ଖାଦ୍ୟ ପ୍ରସ୍ତୁତ କଲେଆଦି 27:9
ପଦଗୁଡ଼ିକ
ଆଦି 27:9ତୁମ୍ଭେ ଏବେ ଗୋଠକୁ ଯାଇ ସେଠାରୁ ଦୁଇଗୋଟି ଉତ୍ତମ ଛେଳିଛୁଆ ଆଣ; ତହିଁରେ ତୁମ୍ଭର ପିତା ଯେପରି ଭଲ ପାʼନ୍ତି, ସେହିପରି ସୁସ୍ୱାଦୁ ଖାଦ୍ୟ ମୁଁ ରାନ୍ଧିଦେବି।
- ଏଷୌଙ୍କ ପରି ଅନୁଭବ ହେବା ପାଇଁ ଯାକୁବଙ୍କ ହାତ ଓ ବେକରେ ଛେଳିଚର୍ମଆଦି 27:16
ପଦଗୁଡ଼ିକ
ଆଦି 27:16ପୁଣି, ଛେଳିଛୁଆର ଛାଲ ଘେନି ତାହା ହସ୍ତରେ ଓ ଗଳଦେଶର ନିର୍ଲୋମ ସ୍ଥାନରେ ଗୁଡ଼ାଇ ଦେଲା।
- ଯୋଷେଫଙ୍କ ଭାଇମାନେ ତାଙ୍କ ଜାମା ଛେଳିଛୁଆର ରକ୍ତରେ ବୁଡ଼ାଇଲେଆଦି 37:31
ପଦଗୁଡ଼ିକ
ଆଦି 37:31ଏଥିଉତ୍ତାରେ ସେମାନେ ଯୋଷେଫର ଅଙ୍ଗରଖା ଘେନି ଗୋଟିଏ ଛାଗ ମାରି ତାହାର ରକ୍ତରେ ତାହା ଡୁବାଇଲେ।
- ଯିହୁଦା ଦାମ ରୂପେ ଆପଣା ପଲରୁ ଏକ ଛେଳିଛୁଆ ଦେବାକୁ ପ୍ରତିଜ୍ଞା କଲେଆଦି 38:17, ଆଦି 38:20
- ଏଷୌଙ୍କ ପାଇଁ ଯାକୁବଙ୍କ ଉପହାରରେ 200 ଛାଗୀ ଓ 20 ଛାଗ ଥିଲେଆଦି 32:14
ପଦଗୁଡ଼ିକ
ଆଦି 32:14ଅର୍ଥାତ୍, ଦୁଇ ଶହ ଛାଗୀ ଓ କୋଡ଼ିଏ ଛାଗ, ଦୁଇ ଶହ ମେଷୀ ଓ କୋଡ଼ିଏ ମେଷ,
- ଗିଦିୟୋନ୍ ଏକ ଛେଳିଛୁଆ ପ୍ରସ୍ତୁତ କଲେ: ମାଂସ ଟୋକେଇରେ, ଝୋଳ ହାଣ୍ଡିରେବିଚାର 6:19
ପଦଗୁଡ଼ିକ
ବିଚାର 6:19ତହୁଁ ଗିଦିୟୋନ୍ ଭିତରକୁ ଯାଇ ଏକ ଛେଳିଛୁଆ ଓ ଏକ ଐଫା ମଇଦାର ତାଡ଼ିଶୂନ୍ୟ ପିଠା ପ୍ରସ୍ତୁତ କଲେ; ମାଂସ ଗୋଟିଏ ଡାଲାରେ ଓ ଝୋଳ ଗୋଟିଏ କହ୍ରାଇରେ ରଖି ବାହାରେ ତାହାଙ୍କ ନିକଟକୁ ଆଣି ଅଲୋନ ବୃକ୍ଷ ମୂଳେ ଥୋଇଲେ।
- ମାନୋହ ଏକ ଶୈଳ ଉପରେ ଛେଳିଛୁଆ ଉତ୍ସର୍ଗ କଲେବିଚାର 13:19
ପଦଗୁଡ଼ିକ
ବିଚାର 13:19ତହିଁରେ ମାନୋହ ସେହି ଛେଳିଛୁଆ ଓ ତହିଁର ଭକ୍ଷ୍ୟ ନୈବେଦ୍ୟ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶୈଳ ଉପରେ ଉତ୍ସର୍ଗ କଲା। ତହୁଁ ଦୂତ ଆଶ୍ଚର୍ଯ୍ୟ ପ୍ରକାର କର୍ମ କଲେ, ଆଉ ମାନୋହ ଓ ତାହାର ଭାର୍ଯ୍ୟା ଅନାଉଥିଲେ।
- ଯିଶୀ ଦାଉଦଙ୍କ ହାତରେ ଶାଉଲଙ୍କ ପାଇଁ ରୁଟି, ଏକ କୁପି ଦ୍ରାକ୍ଷାରସ ଓ ଛେଳିଛୁଆ ପଠାଇଲେପ୍ର.ଶା 16:20
ପଦଗୁଡ଼ିକ
ପ୍ର.ଶା 16:20ତହିଁରେ ଯିଶୀ ରୁଟିରେ ନଦା ଏକ ଗଧ, ଏକ କୁମ୍ପା ଦ୍ରାକ୍ଷାରସ ଓ ଏକ ଛେଳିଛୁଆ ନେଇ ଆପଣା ପୁତ୍ର ଦାଉଦଙ୍କ ହସ୍ତରେ ଶାଉଲଙ୍କ ନିକଟକୁ ପଠାଇଲା।
- କର୍ମିଲର ନାବଲର ଏକ ହଜାର ଛାଗ ଥିଲେପ୍ର.ଶା 25:2
ପଦଗୁଡ଼ିକ
ପ୍ର.ଶା 25:2ସେହି ସମୟରେ ମାୟୋନ୍ସ୍ଥିତ ଜଣେ ଲୋକ କର୍ମିଲରେ ବ୍ୟବସାୟ କରୁଥିଲା; ସେ ଅତି ବଡ଼ ଲୋକ ଓ ତାହାର ତିନି ସହସ୍ର ମେଷ ଓ ଏକ ସହସ୍ର ଛାଗୀ ଥିଲେ; ପୁଣି, ସେ କର୍ମିଲରେ ଆପଣା ମେଷଲୋମ ଛେଦନ କରୁଥିଲା।
- ବଡ଼ ଭାଇ: “ତୁମ୍ଭେ ମୋତେ କେବେହେଲେ ଛେଳି ଛୁଆଟିଏ ସୁଦ୍ଧା ଦେଇ ନାହଁ”ଲୂକ 15:29
ପଦଗୁଡ଼ିକ
ଲୂକ 15:29ମାତ୍ର ସେ ପିତାଙ୍କୁ ଉତ୍ତର ଦେଲେ, ଦେଖ, ଏତେ ବର୍ଷ ହେଲା ମୁଁ ତୁମ୍ଭର ଦାସ ପରି ଖଟି ଆସିଅଛି, ପୁଣି, କେବେହେଲେ ତୁମ୍ଭର ଆଜ୍ଞା ଅମାନ୍ୟ କରି ନାହିଁ, ତଥାପି ମୋହର ବନ୍ଧୁମାନଙ୍କ ସହିତ ଉତ୍ସବ କରିବାକୁ ତୁମ୍ଭେ ମୋତେ କେବେହେଲେ ଛେଳି ଛୁଆଟିଏ ସୁଦ୍ଧା ଦେଇ ନାହଁ;
- ପରିବାରକୁ ଖୁଆଇବା ପାଇଁ ପ୍ରଚୁର ଛେଳି ଦୁଧହିତୋ 27:27
ପଦଗୁଡ଼ିକ
ହିତୋ 27:27ପୁଣି, ଛେଳିଦୁଧ ତୁମ୍ଭର ଓ ତୁମ୍ଭ ପରିବାରର ଭକ୍ଷ୍ୟ ପାଇଁ ଯଥେଷ୍ଟ ହେବ; ଆଉ, ତୁମ୍ଭ ଦାସୀମାନଙ୍କ ପାଇଁ ଉପଜୀବିକା ହେବ।
- ଛେଳି କ୍ଷେତ୍ରର ମୂଲ୍ୟ ଆଣେହିତୋ 27:26
ପଦଗୁଡ଼ିକ
ହିତୋ 27:26ମେଷଛୁଆମାନେ ତୁମ୍ଭକୁ ବସ୍ତ୍ର ଦେବେ; ପୁଣି, ଛେଳି ତୁମ୍ଭ କ୍ଷେତ୍ରର ମୂଲ୍ୟ ସ୍ୱରୂପ ଅଟେ।
ଛେଳି ଲୋମ
- ଛେଳି ଲୋମର ଏଗାରଟି ପରଦା ଆବାସ ଉପରେ ତମ୍ବୁ ହେଲାଯାତ୍ରା 26:7, ଯାତ୍ରା 36:14
ପଦଗୁଡ଼ିକ
ଯାତ୍ରା 26:7ଆଉ ସେହି ଆବାସ ଉପରେ ଆଚ୍ଛାଦନାର୍ଥକ ତମ୍ବୁ ନିମନ୍ତେ ଛାଗ ଲୋମର ଏକାଦଶ ଯବନିକା ପ୍ରସ୍ତୁତ କରିବ।
ଯାତ୍ରା 36:14ଏଉତ୍ତାରେ ସେ ଆବାସର ଆଚ୍ଛାଦନାର୍ଥକ ତମ୍ବୁ ନିମନ୍ତେ ଛାଗ ଲୋମର ଏକାଦଶ ଯବନିକା ପ୍ରସ୍ତୁତ କଲେ।
- ନିପୁଣା ସ୍ତ୍ରୀମାନେ ଛେଳି ଲୋମ ବୁଣିଲେଯାତ୍ରା 35:26
ପଦଗୁଡ଼ିକ
ଯାତ୍ରା 35:26ପୁଣି, ଯେଉଁ ସ୍ତ୍ରୀମାନଙ୍କର ମନ ଜ୍ଞାନରେ ପ୍ରବୃତ୍ତ ହେଲା, ସେସମସ୍ତେ ଛାଗ ଲୋମର ସୂତା କାଟିଲେ।
- ଦାଉଦଙ୍କ ଶଯ୍ୟାରେ ଶୁଆଇଥିବା ଠାକୁର ଉପରେ ମୀଖଲ ଛେଳି ଲୋମ ଦେଲାପ୍ର.ଶା 19:13
ପଦଗୁଡ଼ିକ
ପ୍ର.ଶା 19:13ତହୁଁ ମୀଖଲ ମୂର୍ତ୍ତି ନେଇ ଶଯ୍ୟାରେ ଶୁଆଇଲା ଓ ଛାଗଲୋମ ନିର୍ମିତ ରେଜାଇ ତହିଁର ମସ୍ତକରେ ଦେଇ ତାହାକୁ ଚାଦରରେ ଘୋଡ଼ାଇ ରଖିଲା।
- ମିଦୀୟନ ସହିତ ଯୁଦ୍ଧ ପରେ ଛେଳି ଲୋମରେ ତିଆରି ସବୁକିଛି ଶୁଚି କରାଗଲାଗଣ 31:20
ପଦଗୁଡ଼ିକ
ଗଣ 31:20ପୁଣି, ଯାବତୀୟ ବସ୍ତ୍ର, ଚର୍ମ ନିର୍ମିତ ଯାବତୀୟ ବସ୍ତୁ, ଛାଗର ଲୋମରେ ନିର୍ମିତ ଯାବତୀୟ ବସ୍ତୁ ଓ କାଷ୍ଠନିର୍ମିତ ଯାବତୀୟ ବସ୍ତୁ ସମ୍ବନ୍ଧରେ ତୁମ୍ଭେମାନେ ଆପଣାମାନଙ୍କୁ ପାପରୁ ପରିଷ୍କାର କରିବ।”
ବ୍ୟବସ୍ଥାରେ
- ନିସ୍ତାର ପର୍ବର ମେଷଶାବକ ମେଷ କିମ୍ବା ଛାଗଠାରୁ ନିଆଯାଇପାରୁଥିଲାଯାତ୍ରା 12:5
ପଦଗୁଡ଼ିକ
ଯାତ୍ରା 12:5ତୁମ୍ଭେମାନେ ମେଷପଲ ବା ଛାଗପଲ ମଧ୍ୟରୁ ଶାବକ ନେବ; ତାହା ନିର୍ଦ୍ଦୋଷ, ଏକ ବର୍ଷୀୟ ଓ ପୁଂଶାବକ ହେବ;
- ଯୋଶୀୟ ନିସ୍ତାର ପର୍ବ ପାଇଁ 30,000 ମେଷଶାବକ ଓ ଛାଗଛୁଆ ଦେଲେଦ୍ଵି.ବଂ 35:7
ପଦଗୁଡ଼ିକ
ଦ୍ଵି.ବଂ 35:7ଏଉତ୍ତାରେ ଯୋଶୀୟ ଲୋକମାନଙ୍କ ସନ୍ତାନଗଣର ଉପସ୍ଥିତ ସମସ୍ତଙ୍କୁ କେବଳ ନିସ୍ତାର ପର୍ବର ବଳି ନିମନ୍ତେ ପଲ ମଧ୍ୟରୁ ତିରିଶ ହଜାର ପର୍ଯ୍ୟନ୍ତ ମେଷଶାବକ ଓ ଛାଗବତ୍ସ ଓ ତିନି ହଜାର ବୃଷ ଦେଲେ; ଏହିସବୁ ରାଜସମ୍ପତ୍ତିରୁ ଦିଆଗଲା।
- ନବଜାତ ଛେଳିଛୁଆ ସାତ ଦିନ ମାଆ ସହିତ ରହେଲେବୀ 22:27
ପଦଗୁଡ଼ିକ
ଲେବୀ 22:27“ଗୋରୁ କି ମେଷ କି ଛାଗ ଜନ୍ମିଲା ଉତ୍ତାରେ ସାତ ଦିନ ପର୍ଯ୍ୟନ୍ତ ମାତା ସହିତ ରହିବ; ପୁଣି, ଅଷ୍ଟମ ଦିନଠାରୁ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ନିମନ୍ତେ ଗ୍ରାହ୍ୟ ହେବ।
- “ତୁମ୍ଭେ ଛାଗବତ୍ସକୁ ତାହାର ମାତୃ ଦୁଗ୍ଧରେ ପାକ କରିବ ନାହିଁ”ଯାତ୍ରା 23:19
ପଦଗୁଡ଼ିକ
ଯାତ୍ରା 23:19ତୁମ୍ଭ ଭୂମିର ପ୍ରଥମଜାତ ଫଳ ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କ ଗୃହକୁ ଆଣିବ। ତୁମ୍ଭେ ଛାଗବତ୍ସକୁ ତାହାର ମାତୃ ଦୁଗ୍ଧରେ ପାକ କରିବ ନାହିଁ।
- ପ୍ରାୟଶ୍ଚିତ୍ତ ଦିନ: ଦୁଇ ଛାଗ ପାଇଁ ଗୁଲିବାଣ୍ଟ; ଗୋଟିଏକୁ ପ୍ରାନ୍ତରକୁ ଛାଡ଼ିଦିଆଯାଏଲେବୀ 16:8–10, ଲେବୀ 16:21–22
ପଦଗୁଡ଼ିକ
ଲେବୀ 16:8–10ପୁଣି, ହାରୋଣ ସେହି ଦୁଇ ଛାଗ ମଧ୍ୟରେ ଗୁଲିବାଣ୍ଟ କରିବ; ତହିଁରୁ ଗୋଟିଏ ସଦାପ୍ରଭୁଙ୍କ ନିମନ୍ତେ ଓ ଅନ୍ୟଟି ତ୍ୟାଗ ନିମନ୍ତେ ହେବ। ପୁଣି, ଯେଉଁ ଛାଗ ଗୁଲିବାଣ୍ଟ ଦ୍ୱାରା ସଦାପ୍ରଭୁଙ୍କ ନିମନ୍ତେ ହେବ, ହାରୋଣ ତାକୁ ନେଇ ପାପାର୍ଥେ ବଳିଦାନ କରିବ। ମାତ୍ର ଯେଉଁ ଛାଗ ଗୁଲିବାଣ୍ଟ ଦ୍ୱାରା ତ୍ୟାଗ ନିମନ୍ତେ ହେବ, ସେ ଯେପରି ତ୍ୟାଗ ନିମନ୍ତେ ପ୍ରାନ୍ତରକୁ ପଠାଯାଇ ପାରିବ, ଏଥିପାଇଁ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବାକୁ ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ଜୀଅନ୍ତା ଠିଆ କରିବ।
ଲେବୀ 16:21–22ପୁଣି, ହାରୋଣ ସେହି ଜୀଅନ୍ତା ଛାଗର ମସ୍ତକରେ ଆପଣା ଦୁଇ ହସ୍ତର ନିର୍ଭର ଦେଇ ତାହା ଉପରେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ଅପରାଧ, ସମସ୍ତ ଅଧର୍ମ ଓ ସମସ୍ତ ପାପ ସ୍ୱୀକାର କରିବ; ଆଉ, ତାହାସବୁ ସେହି ଛାଗର ମସ୍ତକରେ ଅର୍ପଣ କରି ପ୍ରସ୍ତୁତ ଥିବା ମନୁଷ୍ୟ ହସ୍ତରେ ତାହାକୁ ପ୍ରାନ୍ତରକୁ ପଠାଇଦେବ। ତହିଁରେ ସେହି ଛାଗ ଆପଣା ଉପରେ ସେମାନଙ୍କର ସମସ୍ତ ଅପରାଧ ବୋହି ନରଶୂନ୍ୟ ଦେଶକୁ ନେବ; ଆଉ ସେ ସେହି ସ୍ଥାନରେ ସେହି ଛାଗକୁ ଛାଡ଼ିଦେବ।
ବନ୍ୟ ଛାଗ
- “ଉଚ୍ଚ ପର୍ବତଶ୍ରେଣୀ ବନ୍ୟ ଛାଗମାନଙ୍କ ନିମନ୍ତେ ଅଟେ”ଗୀତ 104:18
ପଦଗୁଡ଼ିକ
ଗୀତ 104:18ଉଚ୍ଚ ପର୍ବତଶ୍ରେଣୀ ବନ୍ୟ ଛାଗମାନଙ୍କ ନିମନ୍ତେ ଅଟେ, ଶୈଳସବୁ ଶାଫନ୍ର ଆଶ୍ରୟ।
- ଶାଉଲ ବନ୍ୟ ଛାଗର ଶୈଳ ନିକଟରେ ଦାଉଦଙ୍କୁ ଖୋଜିଲେପ୍ର.ଶା 24:2
ପଦଗୁଡ଼ିକ
ପ୍ର.ଶା 24:2ତହୁଁ ଶାଉଲ ସମୁଦାୟ ଇସ୍ରାଏଲ ମଧ୍ୟରୁ ତିନି ହଜାର ବଛା ଲୋକ ନେଇ ଦାଉଦ ଓ ତାଙ୍କର ଲୋକମାନଙ୍କୁ ବନ୍ୟ ଛାଗର ଶୈଳ ସବୁରେ ଖୋଜିବାକୁ ଗଲେ।
- “ତୁମ୍ଭେ କି ଶୈଳବାସିନୀ ବନ୍ୟ ଛାଗୀର ପ୍ରସବକାଳ ଜାଣ?”ଆୟୁବ 39:1
ପଦଗୁଡ଼ିକ
ଆୟୁବ 39:1ତୁମ୍ଭେ କି ଶୈଳବାସିନୀ ବନ୍ୟ ଛାଗୀର ପ୍ରସବକାଳ ଜାଣ? ଅବା ହରିଣୀର ପ୍ରସବରୀତି ନିର୍ଣ୍ଣୟ କରିପାର?
- ବନ୍ୟ ଛାଗ ଓ ପାହାଡ଼ି ଛାଗ ଖାଇପାରିବଦ୍ବି.ବି 14:5
ପଦଗୁଡ଼ିକ
ଦ୍ବି.ବି 14:5ଗୋରୁ, ମେଷ, ଛେଳି, ହରିଣ, କୃଷ୍ଣସାର ମୃଗ, ବନଗୋରୁ, ବନଛାଗ, ଗବୟ, ବାହୁଟିଆ ହରିଣ ଓ ଚମୂରୁ,
ବାଣୀ
- କେଶ “ଗିଲୀୟଦ ପର୍ବତ ପାର୍ଶ୍ୱରେ ଆରାମକାରୀ ଛେଳିପଲ ତୁଲ୍ୟ”ପ.ଗୀ 4:1, ପ.ଗୀ 6:5
- ଦର୍ପରେ ଚାଲୁଥିବା ବିଷୟମାନଙ୍କ ମଧ୍ୟରେ ଏକ ଛାଗହିତୋ 30:29–31
ପଦଗୁଡ଼ିକ
ହିତୋ 30:29–31ତିନି ପ୍ରାଣୀ ସୁନ୍ଦର ରୂପେ ଗମନ କରନ୍ତି, ପୁଣି, ଚାରି ପ୍ରାଣୀ ସୁନ୍ଦର ରୂପେ ଗମନ କରନ୍ତି; ପଶୁମାନଙ୍କ ମଧ୍ୟରେ ବିକ୍ରମୀ ସିଂହ କାହା ସମ୍ମୁଖରୁ ଫେରେ ନାହିଁ। ଯୁଦ୍ଧାଶ୍ୱ; ଛାଗ ଓ ରାଜା, ଯାହା ବିରୁଦ୍ଧରେ କେହି ଉଠେ ନାହିଁ।
- “ମେଷପାଳକ ଛାଗଠାରୁ ମେଷ ପୃଥକ୍ କରି”ମାଥି 25:32
ପଦଗୁଡ଼ିକ
ମାଥି 25:32ପୁଣି, ତାହାଙ୍କ ଛାମୁରେ ସମସ୍ତ ଜାତି ଏକତ୍ର କରାଯିବେ, ଆଉ ମେଷପାଳକ ଛାଗଠାରୁ ମେଷ ପୃଥକ୍ କରି,
- ଶାମ୍ଶୋନ୍ ଛେଳିଛୁଆକୁ ଚିରିଲା ପରି ସିଂହକୁ ଚିରିପକାଇଲେବିଚାର 14:6
ପଦଗୁଡ଼ିକ
ବିଚାର 14:6ତହୁଁ ସଦାପ୍ରଭୁଙ୍କ ଆତ୍ମା ଶାମ୍ଶୋନ୍ ଉପରେ ଆସିବା କ୍ଷଣି, ସେ ଛେଳିଛୁଆକୁ ବିଦୀର୍ଣ୍ଣ କଲା ପରି ତାହାକୁ ବିଦୀର୍ଣ୍ଣ କରି ପକାଇଲା, ମାତ୍ର ଶାମ୍ଶୋନ୍ ହାତରେ କିଛି ନ ଥିଲା। ତଥାପି ସେ ଆପଣାର ଏହି କର୍ମର କଥା ଆପଣା ପିତାମାତାଙ୍କୁ କହିଲା ନାହିଁ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର