Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ବିଷୟ › ଡାମରା କାଉ

ପ୍ରକୃତି

ବାଇବେଲରେ ଡାମରା କାଉ

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆର 9ଟି ଅଂଶ, ଧାଡ଼ି ପରେ ଧାଡ଼ି।

  • ଇସ୍ରାଏଲ ଖାଇବା ନିଷେଧ ପକ୍ଷୀମାନଙ୍କ ମଧ୍ୟରେ ଡାମରା କାଉଲେବୀ 11:15, ଦ୍ବି.ବି 14:14
    ପଦଗୁଡ଼ିକ
    ଲେବୀ 11:15ପୁଣି, ଆପଣା ଆପଣା ଜାତି ଅନୁସାରେ ସମସ୍ତ ଡାମରା କାଉ,
    ଦ୍ବି.ବି 14:14ଓ ଆପଣା ଆପଣା ଜାତି ଅନୁସାରେ ସମସ୍ତ ଡାମରା କାଉ;
  • ନୋହ ଏକ ଡାମରା କାଉ ପଠାଇଲେ; ଜଳ ଶୁଖିବା ପର୍ଯ୍ୟନ୍ତ ତାହା ଏଣେତେଣେ ଉଡ଼ିଲାଆଦି 8:7
    ପଦଗୁଡ଼ିକ
    ଆଦି 8:7ତହିଁରେ ପୃଥିବୀର ଜଳ ଶୁଷ୍କ ହେବା ପର୍ଯ୍ୟନ୍ତ ସେ ଏଣେତେଣେ ଗତାୟାତ କଲା।
  • କରୀତ୍‍ ନଦୀ କୂଳରେ ଡାମରା କାଉମାନେ ସକାଳ ସନ୍ଧ୍ୟା ଏଲୀୟଙ୍କ ପାଇଁ ରୁଟି ଓ ମାଂସ ଆଣିଲେପ୍ର.ରା 17:4–6
    ପଦଗୁଡ଼ିକ
    ପ୍ର.ରା 17:4–6ସେସ୍ଥାନରେ ତୁମ୍ଭେ ନଦୀରୁ ପାନ କରିବ ଓ ତୁମ୍ଭକୁ ଖାଦ୍ୟ ଯୋଗାଇବା ପାଇଁ ଆମ୍ଭେ କାକମାନଙ୍କୁ ଆଜ୍ଞା ଦେଇଅଛୁ।” ତହିଁରେ ସେ ଯାଇ ସଦାପ୍ରଭୁଙ୍କ ବାକ୍ୟାନୁସାରେ କର୍ମ କଲେ; ସେ ଯର୍ଦ୍ଦନ ସମ୍ମୁଖସ୍ଥ କରୀତ୍‍ ନଦୀ ନିକଟକୁ ଯାଇ ବାସ କଲେ। ପୁଣି, କାକମାନେ ପ୍ରାତଃକାଳରେ ରୁଟି ଓ ମାଂସ, ପୁଣି, ସନ୍ଧ୍ୟା ବେଳେ ରୁଟି ଓ ମାଂସ ତାଙ୍କ ପାଇଁ ଆଣିଲେ; ଆଉ ସେ ନଦୀରୁ ପାନ କଲେ।
  • ଖାଦ୍ୟ ଅଭାବରୁ ଡାମରା କାଉର ଛୁଆମାନେ ଚିତ୍କାର କରନ୍ତିଆୟୁବ 38:41, ଗୀତ 147:9
    ପଦଗୁଡ଼ିକ
    ଆୟୁବ 38:41ଡାମରା କାଉର ଛୁଆମାନେ ପରମେଶ୍ୱରଙ୍କ ନିକଟରେ ରାବ କରି ଖାଦ୍ୟ ଅଭାବରେ ଭ୍ରମଣ କଲା ବେଳେ କିଏ ତାହାକୁ ଆହାର ଯୋଗାଇ ଦିଏ?
    ଗୀତ 147:9ସେ ପଶୁକୁ ତାହାର ଆହାର ଦିଅନ୍ତି ଓ ରାବନ୍ତା ଡାମରା କାଉ ଛୁଆମାନଙ୍କୁ ଆହାର ଦିଅନ୍ତି।
  • ଡାମରା କାଉମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ, ସେମାନଙ୍କର ଭଣ୍ଡାର କି ଅମାର ନାହିଁଲୂକ 12:24
    ପଦଗୁଡ଼ିକ
    ଲୂକ 12:24କାଉମାନଙ୍କ ବିଷୟରେ ଭାବି ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ, ପୁଣି, ସେମାନଙ୍କର ଅମାର ନାହିଁ, ଆଉ ଈଶ୍ବର ସେମାନଙ୍କୁ ଆହାର ଦିଅନ୍ତି; ତୁମ୍ଭେମାନେ ପକ୍ଷୀମାନଙ୍କ ଅପେକ୍ଷା କେତେ ଅଧିକ ଶ୍ରେଷ୍ଠ!

ବାଣୀ

  • କେଶ “କୁଞ୍ଚିତ ଓ ଡାମରା କାଉ ତୁଲ୍ୟ କୃଷ୍ଣବର୍ଣ୍ଣ”ପ.ଗୀ 5:11
    ପଦଗୁଡ଼ିକ
    ପ.ଗୀ 5:11ତାଙ୍କର ମସ୍ତକ ଶୁଦ୍ଧ ସୁବର୍ଣ୍ଣ ତୁଲ୍ୟ, ତାଙ୍କର କେଶ କୁଞ୍ଚିତ ଓ ଡାମରା କାଉ ତୁଲ୍ୟ କୃଷ୍ଣବର୍ଣ୍ଣ।
  • ଏକ ପ୍ରବାଦ: ଉପତ୍ୟକାର ଡାମରା କାଉମାନେ ପରିହାସକାରୀ ଚକ୍ଷୁ କାଢ଼ି ପକାଇବେହିତୋ 30:17
    ପଦଗୁଡ଼ିକ
    ହିତୋ 30:17ଯେଉଁ ଚକ୍ଷୁ ଆପଣା ପିତାକୁ ପରିହାସ କରେ ଓ ମାତାର କଥା ମାନିବାକୁ ତୁଚ୍ଛବୋଧ କରେ, ତାହା ଉପତ୍ୟକାର ଡାମରା କାଉମାନେ କାଢ଼ି ପକାଇବେ, ପୁଣି, ଉତ୍କ୍ରୋଶ ପକ୍ଷୀର ଛୁଆମାନେ ତାହା ଖାଇବେ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର