Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ମାର୍ଗ › ଅବଶାଲୋମଙ୍କଠାରୁ ଦାଉଦଙ୍କ ପଳାୟନ

ମାର୍ଗ

ଅବଶାଲୋମଙ୍କଠାରୁ ଦାଉଦଙ୍କ ପଳାୟନ

ଜୀତ ପର୍ବତ ଦେଇ ମହନୟିମ, ଗିଲ୍‌ଗଲ ଦେଇ ଫେରିବା · 7ଟି ବିରାମ · ସିଧା ରେଖାରେ ≈ 130 କି.ମି.

ଯିରୂଶାଲମଜୈତୁନ ପର୍ବତବହୁରୀମମହନୟିମଗିଲ୍‍ଗଲ୍‍10 କିମି123456

© OpenStreetMap contributors

ବିରାମସ୍ଥଳ

  1. ଯିରୂଶାଲମଦ୍ଵି.ଶା 15:14ତହିଁରେ ଦାଉଦ ଆପଣା ସଙ୍ଗେ ଯିରୂଶାଲମରେ ଥିବା ସମସ୍ତ ଦାସଙ୍କୁ କହିଲେ, “ଉଠ, ଆମ୍ଭେମାନେ ପଳାଉ; ନୋହିଲେ ଆମ୍ଭେମାନେ କେହି ଅବଶାଲୋମଠାରୁ ରକ୍ଷା ପାଇବୁ ନାହିଁ; ଏଣୁ ଚଞ୍ଚଳ ଚାଲ, କେଜାଣି ସେ ଶୀଘ୍ର ଆମ୍ଭମାନଙ୍କୁ ଧରି ଆମ୍ଭମାନଙ୍କୁ ବିପଦଗ୍ରସ୍ତ କରିବ ଓ ଖଡ୍ଗଧାରରେ ନଗର ଆଘାତ କରିବ।”
  2. କିଦ୍ରୋଣଦ୍ଵି.ଶା 15:23ତେଣୁ ଦେଶଯାକ ଉଚ୍ଚସ୍ୱର କରି ରୋଦନ କଲେ ଓ ସମସ୍ତ ଲୋକ ଅଗ୍ରସର ହେଲେ; ରାଜା ମଧ୍ୟ ଆପେ କିଦ୍ରୋଣ ନଦୀ ପାର ହୋଇଗଲେ ଓ ସମସ୍ତ ଲୋକ ପାର ହୋଇ ପ୍ରାନ୍ତର-ପଥ ଆଡ଼େ ଗଲେ।
  3. ଜୈତୁନ ପର୍ବତଦ୍ଵି.ଶା 15:30ଏଥିଉତ୍ତାରେ ଦାଉଦ ଜୈତୁନ ପର୍ବତର ଉଠାଣି ଦେଇ ଗଲେ ଓ ଉପରକୁ ଯିବା ବେଳେ ରୋଦନ କରି କରି ଉପରକୁ ଗଲେ; ସେହି ସମୟରେ ତାଙ୍କର ମସ୍ତକ ଆଚ୍ଛାଦିତ ଥିଲା ଓ ସେ ଖାଲି ପାଦରେ ଚାଲୁଥିଲେ; ପୁଣି ତାଙ୍କର ସଙ୍ଗୀ ଲୋକମାନେ ପ୍ରତ୍ୟେକେ ଆପଣା ଆପଣା ମସ୍ତକ ଆଚ୍ଛାଦନ କରିଥିଲେ ଓ ସେମାନେ ଉପରକୁ ଯିବା ବେଳେ ରୋଦନ କରୁ କରୁ ଉପରକୁ ଗଲେ।
  4. ବହୁରୀମଦ୍ଵି.ଶା 16:5ଏଥିଉତ୍ତାରେ ଦାଉଦ ରାଜା ବହୁରୀମରେ ଉପସ୍ଥିତ ହୁଅନ୍ତେ, ଦେଖ, ଶାଉଲ ବଂଶର ପରିବାରଭୁକ୍ତ ଏକ ବ୍ୟକ୍ତି ସେଠାରୁ ବାହାର ହୋଇ ଆସିଲା, ତାହାର ନାମ ଶିମୀୟି, ସେ ଗେରାର ପୁତ୍ର; ସେ ବାହାରି ଆସିବା ବେଳେ ଅଭିଶାପ ଦେଉ ଦେଉ ଆସିଲା।
  5. ମହନୟିମଦ୍ଵି.ଶା 17:24ଏଥିମଧ୍ୟରେ ଦାଉଦ ମହନୟିମରେ ଉପସ୍ଥିତ ହେଲେ। ପୁଣି ଅବଶାଲୋମ ଓ ତାହାର ସଙ୍ଗୀ ସମସ୍ତ ଇସ୍ରାଏଲ ଲୋକ ଯର୍ଦ୍ଦନ ପାର ହେଲେ।
  6. ଗିଲ୍‍ଗଲ୍‍ଦ୍ଵି.ଶା 19:15ତହୁଁ ରାଜା ଫେରି ଯର୍ଦ୍ଦନ ପର୍ଯ୍ୟନ୍ତ ଗଲେ, ତହିଁରେ ଯିହୁଦାର ଲୋକମାନେ ରାଜାଙ୍କୁ ଭେଟିବା ନିମନ୍ତେ ଗିଲ୍‍ଗଲ୍‍କୁ ଯାଇ ଯର୍ଦ୍ଦନ ପାର କରି ରାଜାଙ୍କୁ ଆଣିଲେ।
  7. ଯିରୂଶାଲମଦ୍ଵି.ଶା 20:3ଏଉତ୍ତାରେ ଦାଉଦ ଯିରୂଶାଲମର ଆପଣା ପ୍ରାସାଦକୁ ଆସିଲେ; ପୁଣି ରାଜା ଆପଣାର ଯେଉଁ ଦଶ ଉପପତ୍ନୀଙ୍କୁ ପ୍ରାସାଦ ଜଗିବାକୁ ଛାଡ଼ି ଯାଇଥିଲେ, ସେମାନଙ୍କୁ ପ୍ରହରୀ-ଗୃହରେ ରଖି ଖାଦ୍ୟ ଯୋଗାଇଲେ, ମାତ୍ର ସେମାନଙ୍କ ସହିତ ସହବାସ କଲେ ନାହିଁ। ଏଣୁ ସେମାନେ ମରଣ ଦିନ ପର୍ଯ୍ୟନ୍ତ ରୁଦ୍ଧ ହୋଇ ବିଧବା ପରି ରହିଲେ।

ରେଖାଗୁଡ଼ିକ ପାଠର କ୍ରମରେ ବିରାମସ୍ଥଳଗୁଡ଼ିକୁ ଯୋଡ଼େ। ଯେଉଁଠାରେ ରେଖା ଭୂମିର ଗଠନ ଅନୁସରଣ କରେ, ତାହା ଜଣେ ପଣ୍ଡିତ ପୁନର୍ଗଠନ କରିଥିବା ସମ୍ଭାବ୍ୟ ପଥ; ଅନ୍ୟତ୍ର ସିଧା ରେଖା — ପଥ ଜଣା ନାହିଁ। ଦୂରତା ବିରାମସ୍ଥଳ ମଧ୍ୟରେ ସିଧା ରେଖାରେ। ଭଙ୍ଗା ରେଖା: ଜାହାଜରେ। ଫିକା: ସ୍ଥାନ ଅନିଶ୍ଚିତ।

ପ୍ରତ୍ୟେକ ବିନ୍ଦୁ ସବୁଠାରୁ ସମ୍ଭାବ୍ୟ ଅବସ୍ଥାନ; ଫିକା ବିନ୍ଦୁ ଅର୍ଥ ଚିହ୍ନଟ ଅନିଶ୍ଚିତ। ଅବସ୍ଥାନ ଅଜ୍ଞାତ ଥିବା ସ୍ଥାନ ମାନଚିତ୍ରରେ ନାହିଁ।

ଉତ୍ସ: OpenBible.info, CC BY 4.0 · UBS Bible Routes, Dr Leen Ritmeyer © United Bible Societies 2023, CC BY-SA 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର