ଅନୁସନ୍ଧାନ › ମାର୍ଗ › ଇଲୀଶାୟଙ୍କ ଯାତ୍ରା
ମାର୍ଗ
ଇଲୀଶାୟଙ୍କ ଯାତ୍ରା
ଯର୍ଦ୍ଦନରୁ ବେଥେଲ, କର୍ମିଲ, ଶୂନେମ ଓ ଶମରୀୟା · 9ଟି ବିରାମ · ସିଧା ରେଖାରେ ≈ 330 କି.ମି.
ଯେଉଁଠାରେ ରେଖା ଭୂମିର ଗଠନ ଅନୁସରଣ କରେ, ସେଠାରେ ତାହା ଜଣେ ପଣ୍ଡିତ ପୁନର୍ଗଠନ କରିଥିବା ସମ୍ଭାବ୍ୟ ରାସ୍ତା। ଦୂରତା ବିରାମଗୁଡ଼ିକ ମଧ୍ୟରେ ସିଧା ରେଖାରେ, ଆନୁମାନିକ; ପାଦରେ ଦିନ ପ୍ରତିଦିନ ପ୍ରାୟ 30 କି.ମି. ଧରି ଗଣାଯାଇଛି।
ବିରାମସ୍ଥଳ
- ଯର୍ଦ୍ଦନଦ୍ଵି.ରା 2:13
ମଧ୍ୟ ସେ ଏଲୀୟଙ୍କଠାରୁ ପଡ଼ିଥିବା ବସ୍ତ୍ରଖଣ୍ଡ ଉଠାଇ ନେଲେ ଓ ଫେରିଯାଇ ଯର୍ଦ୍ଦନ ତୀରରେ ଠିଆ ହେଲେ।
- ଯିରୀହୋଦ୍ଵି.ରା 2:18
ପୁଣି ଇଲୀଶାୟ ଯିରୀହୋରେ ଥାଉ ଥାଉ ସେମାନେ ତାଙ୍କ ନିକଟକୁ ଫେରି ଆସିଲେ; ଏଥିରେ ସେ ସେମାନଙ୍କୁ କହିଲେ, “ନ ଯାଅ ବୋଲି ମୁଁ କʼଣ ତୁମ୍ଭମାନଙ୍କୁ କହି ନ ଥିଲି।”
- ବେଥେଲ୍ଦ୍ଵି.ରା 2:23
ଏଥିଉତ୍ତାରେ ଇଲୀଶାୟ ସେଠାରୁ ବେଥେଲ୍କୁ ଗଲେ; ପୁଣି ସେ ପଥରେ ଯାଉ ଯାଉ କେତେକ କ୍ଷୁଦ୍ର ବାଳକ ନଗରରୁ ବାହାରି ଆସି ତାଙ୍କୁ ପରିହାସ କରି କହିଲେ, “ଆରେ ଟାଙ୍ଗରାମୁଣ୍ଡା, ଉପରକୁ ଯା; ଆରେ ଟାଙ୍ଗରାମୁଣ୍ଡା, ଉପରକୁ ଯା।”
- ଶୂନେମଦ୍ଵି.ରା 4:8
ଏଥିଉତ୍ତାରେ ଦିନକରେ ଇଲୀଶାୟ ଶୂନେମ ନଗରକୁ ଗଲେ, ସେଠାରେ ଏକ ଧନବତୀ ସ୍ତ୍ରୀ ଥିଲା; ଆଉ ସେ ଇଲୀଶାୟଙ୍କୁ ଅନ୍ନ ଭୋଜନ ନିମନ୍ତେ ପ୍ରବର୍ତ୍ତାଇଲା। ଏଥିଉତ୍ତାରେ ଇଲୀଶାୟ ଯେତେ ଥର ସେହି ପଥ ଦେଇ ଗଲେ, ସେତେଥର ଅନ୍ନ ଭୋଜନ ନିମନ୍ତେ ସେଠାକୁ ଗଲେ।
- ଗିଲ୍ଗଲ୍ଦ୍ଵି.ରା 4:38
ଏଥିଉତ୍ତାରେ ଇଲୀଶାୟ ପୁନର୍ବାର ଗିଲ୍ଗଲ୍କୁ ଆସିଲେ; ସେସମୟରେ ଦେଶରେ ଦୁର୍ଭିକ୍ଷ ଥିଲା; ପୁଣି ଭବିଷ୍ୟଦ୍ବକ୍ତାଗଣଙ୍କ ଦଳ ତାଙ୍କ ସମ୍ମୁଖରେ ବସୁଥିବା ସମୟରେ ସେ ଆପଣା ଦାସକୁ କହିଲେ, “ଏକ ବଡ଼ ହଣ୍ଡା ବସାଇ ଭବିଷ୍ୟଦ୍ବକ୍ତାଗଣଙ୍କ ଦଳ ନିମନ୍ତେ ଖାଦ୍ୟ ରନ୍ଧନ କର।”
- ଦୋଥନଦ୍ଵି.ରା 6:13
ତହୁଁ ଅରାମୀୟ ରାଜା କହିଲା, “ଯାଇ ଦେଖ, ଇଲୀଶାୟ କେଉଁଠାରେ ଅଛି, ତହିଁରେ ମୁଁ ଲୋକ ପଠାଇ ତାହାକୁ ଆଣିବି।” ଏଥିଉତ୍ତାରେ ତାହାକୁ ସମ୍ବାଦ ଦିଆଗଲା ଯେ, “ଦେଖନ୍ତୁ, ସେ ଦୋଥନରେ ଅଛି।”
- ଶମରୀୟାଦ୍ଵି.ରା 6:19
ସେତେବେଳେ ଇଲୀଶାୟ ସେମାନଙ୍କୁ କହିଲେ, “ଏ ସେହି ପଥ ନୁହେଁ, କି ଏ ସେହି ନଗର ନୁହେଁ; ମୋʼ ପଛେ ପଛେ ଆସ, ତୁମ୍ଭେମାନେ ଯେଉଁ ଲୋକକୁ ଖୋଜୁଅଛ, ମୁଁ ତାହା ନିକଟକୁ ତୁମ୍ଭମାନଙ୍କୁ ନେଇଯିବି।” ତହୁଁ ଇଲୀଶାୟ ସେମାନଙ୍କୁ ଶମରୀୟାକୁ କଢ଼ାଇ ନେଲେ।
ରେଖାଗୁଡ଼ିକ ପାଠର କ୍ରମରେ ବିରାମସ୍ଥଳଗୁଡ଼ିକୁ ଯୋଡ଼େ। ଯେଉଁଠାରେ ରେଖା ଭୂମିର ଗଠନ ଅନୁସରଣ କରେ, ତାହା ଜଣେ ପଣ୍ଡିତ ପୁନର୍ଗଠନ କରିଥିବା ସମ୍ଭାବ୍ୟ ପଥ; ଅନ୍ୟତ୍ର ସିଧା ରେଖା — ପଥ ଜଣା ନାହିଁ। ଦୂରତା ବିରାମସ୍ଥଳ ମଧ୍ୟରେ ସିଧା ରେଖାରେ। ଭଙ୍ଗା ରେଖା: ଜାହାଜରେ। ଫିକା: ସ୍ଥାନ ଅନିଶ୍ଚିତ।
ପ୍ରତ୍ୟେକ ବିନ୍ଦୁ ସବୁଠାରୁ ସମ୍ଭାବ୍ୟ ଅବସ୍ଥାନ; ଫିକା ବିନ୍ଦୁ ଅର୍ଥ ଚିହ୍ନଟ ଅନିଶ୍ଚିତ। ଅବସ୍ଥାନ ଅଜ୍ଞାତ ଥିବା ସ୍ଥାନ ମାନଚିତ୍ରରେ ନାହିଁ।
ଉତ୍ସ: OpenBible.info, CC BY 4.0 · UBS Bible Routes, Dr Leen Ritmeyer © United Bible Societies 2023, CC BY-SA 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର