Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ମାର୍ଗ › ଶାମଶୋନଙ୍କ ଯାତ୍ରା

ମାର୍ଗ

ଶାମଶୋନଙ୍କ ଯାତ୍ରା

ତିମ୍ନା, ଅସ୍କିଲୋନ, ଗାଜା ଓ ସୋରେକ ଉପତ୍ୟକା · 9ଟି ବିରାମ · ସିଧା ରେଖାରେ ≈ 300 କି.ମି.

ଯିହୂଦିୟାପଲେଷ୍ଟୀୟସରାୟତିମ୍ନାଅସ୍କିଲୋନଲିହୀଘସାହିବ୍ରୋଣସୋରେକ୍‍ ଉପତ୍ୟକା20 କିମି12345678

© OpenStreetMap contributors

ବିରାମସ୍ଥଳ

  1. ସରାୟବିଚାର 13:2ସେହି ସମୟରେ ଦାନୀୟ ଗୋଷ୍ଠୀ ମଧ୍ୟରେ ସରାୟ ନିବାସୀ ଏକ ମନୁଷ୍ୟ ଥିଲା, ତାହାର ନାମ ମାନୋହ; ତାହାର ଭାର୍ଯ୍ୟା ବନ୍ଧ୍ୟା ଓ ପ୍ରସବ କରି ନ ଥିଲା।
  2. ତିମ୍ନାବିଚାର 14:1ଏଥିଉତ୍ତାରେ ଶାମ୍‍ଶୋନ୍‍ ତିମ୍ନାକୁ ଯାଇ ସେ ସ୍ଥାନରେ ପଲେଷ୍ଟୀୟମାନଙ୍କ କନ୍ୟାଗଣ ମଧ୍ୟରେ ଗୋଟିଏ ଅବିବାହିତ ସ୍ତ୍ରୀଲୋକକୁ ଦେଖିଲା।
  3. ଅସ୍କିଲୋନବିଚାର 14:19ଏଥିଉତ୍ତାରେ ସଦାପ୍ରଭୁଙ୍କ ଆତ୍ମା ଶାମ୍‍ଶୋନ୍‍ ଉପରେ ଆସିବା କ୍ଷଣି, ସେ ଅସ୍କିଲୋନକୁ ଯାଇ ସେଠାରେ ତିରିଶ ଜଣଙ୍କୁ ବଧ କଲା ଓ ସେମାନଙ୍କଠାରୁ ଲୁଟଦ୍ରବ୍ୟ ନେଇ ପ୍ରହେଳିକାର ଅର୍ଥକାରୀମାନଙ୍କୁ ଏକ ଏକ ସାଜ ପୋଷାକ ଦେଲା। କିନ୍ତୁ ତାହାର କ୍ରୋଧ ପ୍ରଜ୍ୱଳିତ ହେଲା, ପୁଣି ସେ ଆପଣା ପିତୃଗୃହକୁ ଚାଲିଗଲା।
  4. ଐଟମ୍‍ବିଚାର 15:8ଏଣୁ ସେ ମହାସଂହାରରେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ପରାସ୍ତ କଲା; ତହୁଁ ସେ ଯାଇ ଐଟମ୍‍ ଶୈଳର ସୁଡ଼ଙ୍ଗରେ ବାସ କଲା।
  5. ଲିହୀବିଚାର 15:9ତେଣୁ ପଲେଷ୍ଟୀୟମାନେ ଉପରକୁ ଯାଇ ଯିହୁଦା ଦେଶରେ ଛାଉଣି ସ୍ଥାପନ କରି ଲିହୀରେ ବ୍ୟାପି ରହିଲେ।
  6. ଘସାବିଚାର 16:1ଏଥିଉତ୍ତାରେ ଶାମ୍‍ଶୋନ୍‍ ଘସା ନଗରକୁ ଯାଇ ସେଠାରେ ଏକ ବେଶ୍ୟା ଦେଖି ତାହା ସଙ୍ଗେ ଶୟନ କଲା।
  7. ହିବ୍ରୋଣବିଚାର 16:3ମାତ୍ର ଶାମ୍‍ଶୋନ୍‍ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ଶୟନ କରି ଅର୍ଦ୍ଧରାତ୍ରିରେ ଉଠି ନଗର ଦ୍ୱାରର କବାଟ ଓ ଦୁଇ ବାଜୁବନ୍ଧ ଧରି ଅର୍ଗଳ ସମେତ ଉପାଡ଼ି ପକାଇଲା, ଆଉ ତାହା କାନ୍ଧରେ ଥୋଇ ହିବ୍ରୋଣ ସମ୍ମୁଖସ୍ଥ ପର୍ବତ ଶୃଙ୍ଗକୁ ଘେନିଗଲା।
  8. ସୋରେକ୍‍ ଉପତ୍ୟକାବିଚାର 16:4ଏଉତ୍ତାରେ ସେ ସୋରେକ୍‍ ଉପତ୍ୟକାରେ ଏକ ସ୍ତ୍ରୀକୁ ପ୍ରେମ କଲା, ତାହାର ନାମ ଦଲୀଲା।
  9. ଘସାବିଚାର 16:21ଏଥିଉତ୍ତାରେ ପଲେଷ୍ଟୀୟମାନେ ତାହାକୁ ଧରି ତାହାର ଚକ୍ଷୁ ଉପାଡ଼ି ପକାଇଲେ; ପୁଣି ତାହାକୁ ଘସାକୁ ଆଣି ଦୁଇ ପିତ୍ତଳ ବେଡ଼ିରେ ତାହାକୁ ବାନ୍ଧିଲେ; ଆଉ ସେ କାରାଗାରରେ ଚକି ପେଷିଲା।

ରେଖାଗୁଡ଼ିକ ପାଠର କ୍ରମରେ ବିରାମସ୍ଥଳଗୁଡ଼ିକୁ ଯୋଡ଼େ। ଯେଉଁଠାରେ ରେଖା ଭୂମିର ଗଠନ ଅନୁସରଣ କରେ, ତାହା ଜଣେ ପଣ୍ଡିତ ପୁନର୍ଗଠନ କରିଥିବା ସମ୍ଭାବ୍ୟ ପଥ; ଅନ୍ୟତ୍ର ସିଧା ରେଖା — ପଥ ଜଣା ନାହିଁ। ଦୂରତା ବିରାମସ୍ଥଳ ମଧ୍ୟରେ ସିଧା ରେଖାରେ। ଭଙ୍ଗା ରେଖା: ଜାହାଜରେ। ଫିକା: ସ୍ଥାନ ଅନିଶ୍ଚିତ।

ପ୍ରତ୍ୟେକ ବିନ୍ଦୁ ସବୁଠାରୁ ସମ୍ଭାବ୍ୟ ଅବସ୍ଥାନ; ଫିକା ବିନ୍ଦୁ ଅର୍ଥ ଚିହ୍ନଟ ଅନିଶ୍ଚିତ। ଅବସ୍ଥାନ ଅଜ୍ଞାତ ଥିବା ସ୍ଥାନ ମାନଚିତ୍ରରେ ନାହିଁ।

ଉତ୍ସ: OpenBible.info, CC BY 4.0 · UBS Bible Routes, Dr Leen Ritmeyer © United Bible Societies 2023, CC BY-SA 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର