ମୁଖ୍ୟ ପୃଷ୍ଠା › ମଣ୍ଡଳୀ ବର୍ଷର ପର୍ବ › ପ୍ରକାଶ ପର୍ବ ଓ ଈଶ୍ବରଦର୍ଶନ ପର୍ବ
ମଣ୍ଡଳୀ ବର୍ଷର ପର୍ବ
ପ୍ରକାଶ ପର୍ବ ଓ ଈଶ୍ବରଦର୍ଶନ ପର୍ବ
6 ଜାନୁଆରୀରେ ପାଶ୍ଚାତ୍ୟ ମଣ୍ଡଳୀ ପଣ୍ଡିତମାନଙ୍କ ଆଗମନ ସ୍ମରଣ କରନ୍ତି; ଅର୍ଥୋଡକ୍ସ ମଣ୍ଡଳୀ ଈଶ୍ବରଦର୍ଶନ ପର୍ବ, ଯର୍ଦ୍ଦନରେ ଯୀଶୁଙ୍କ ବାପ୍ତିସ୍ମ ପାଳନ କରେ — ଜୁଲିଆନ୍ ପଞ୍ଜିକାର ମଣ୍ଡଳୀରେ 19 ଜାନୁଆରୀରେ। ଉଭୟର ସୁସମାଚାର ଅଂଶ, ସମ୍ପୂର୍ଣ୍ଣ।
ତାରିଖ
| ବର୍ଷ | ପାଶ୍ଚାତ୍ୟ ମଣ୍ଡଳୀପ୍ରକାଶ ପର୍ବ | ଅର୍ଥୋଡକ୍ସ ମଣ୍ଡଳୀଈଶ୍ବରଦର୍ଶନ ପର୍ବ |
|---|---|---|
| 2027 | 6 ଜାନୁଆରୀ 2027ବୁଧବାର | 19 ଜାନୁଆରୀ 2027ମଙ୍ଗଳବାର |
| 2028 | 6 ଜାନୁଆରୀ 2028ଗୁରୁବାର | 19 ଜାନୁଆରୀ 2028ବୁଧବାର |
| 2029 | 6 ଜାନୁଆରୀ 2029ଶନିବାର | 19 ଜାନୁଆରୀ 2029ଶୁକ୍ରବାର |
| 2030 | 6 ଜାନୁଆରୀ 2030ରବିବାର | 19 ଜାନୁଆରୀ 2030ଶନିବାର |
| 2031 | 6 ଜାନୁଆରୀ 2031ସୋମବାର | 19 ଜାନୁଆରୀ 2031ରବିବାର |
ଏକ ତାରିଖ ଅର୍ଥୋଡକ୍ସ କିମ୍ବା କାଥଲିକ୍ ପଞ୍ଜିକାରେ ସେହି ଦିନର ପାଠ ଖୋଲେ।
ଅର୍ଥୋଡକ୍ସ ତାରିଖ ଜୁଲିଆନ୍ ପଞ୍ଜିକା ଅନୁସାରେ, ଯାହାକୁ ରୁଷ, ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ମାନନ୍ତି: ସେମାନଙ୍କ ସ୍ଥିର ତାରିଖର ପର୍ବ ନାଗରିକ ପଞ୍ଜିକାରେ 13 ଦିନ ପରେ ପଡ଼େ। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ ଓ ଅନ୍ୟ) 25 ଡିସେମ୍ବରରେ ବଡ଼ଦିନ ପାଳନ୍ତି; ପାସ୍କା ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ପ୍ରାୟ ସମସ୍ତ ଅର୍ଥୋଡକ୍ସ ମଣ୍ଡଳୀରେ ସମାନ ଭାବେ ଗଣାଯାଏ।
ବାଇବେଲ ଅଂଶ
ମାଥିଉ
1ହେରୋଦ ରାଜାଙ୍କ ସମୟରେ ଯିହୂଦିୟା ପ୍ରଦେଶର ବେଥଲିହିମରେ ଯୀଶୁଙ୍କ ଜନ୍ମ ହେବା ପରେ, ଦେଖ, ପୂର୍ବ ଦିଗରେ ଥିବା ଦେଶରୁ କେତେକ ପଣ୍ଡିତ ଯିରୂଶାଲମ ସହରକୁ ଆସି କହିଲେ, 2“ଯିହୁଦୀମାନଙ୍କର ଯେଉଁ ରାଜା ଜନ୍ମଗ୍ରହଣ କରିଅଛନ୍ତି, ସେ କେଉଁଠାରେ? କାରଣ ଆମ୍ଭେମାନେ ପୂର୍ବ ଦିଗରେ ତାହାଙ୍କ ତାରା ଦେଖି ତାହାଙ୍କୁ ଆରାଧନା କରିବାକୁ ଆସିଅଛୁ।” 3ଏହା ଶୁଣି ହେରୋଦ ରାଜା ଓ ତାହାଙ୍କ ସହିତ ସମସ୍ତ ଯିରୂଶାଲମ ନିବାସୀ ଉଦ୍ବିଗ୍ନ ହେଲେ; 4ପୁଣି, ସେ ଲୋକଙ୍କର ସମସ୍ତ ପ୍ରଧାନ ଯାଜକ ଓ ଶାସ୍ତ୍ରୀଙ୍କୁ ଏକତ୍ର କରି, ଖ୍ରୀଷ୍ଟ କେଉଁଠାରେ ଜନ୍ମଗ୍ରହଣ କରିବେ, ତାହା ସେମାନଙ୍କଠାରୁ ବୁଝିବା ପାଇଁ ଚେଷ୍ଟା କଲେ। 5ସେମାନେ ତାହାଙ୍କୁ କହିଲେ, ଯିହୂଦିୟା ପ୍ରଦେଶର ବେଥଲିହିମରେ, କାରଣ ଭାବବାଦୀଙ୍କ ଦ୍ୱାରା ଏପରି ଲେଖାଅଛି, 6“ଆଉ ଗୋ ଯିହୂଦାଙ୍କ ପ୍ରଦେଶର ବେଥଲିହିମ, ତୁ ଯିହୂଦାର ପ୍ରଧାନ ନଗରସମୂହ ମଧ୍ୟରେ କୌଣସି ପ୍ରକାରେ କ୍ଷୁଦ୍ରତମ ନୋହୁଁ, କାରଣ ଯେ ଆମ୍ଭର ଇସ୍ରାଏଲ ଲୋକଙ୍କୁ ପ୍ରତିପାଳନ କରିବେ, ଏପରି ଜଣେ ଶାସନକର୍ତ୍ତା ତୋʼଠାରୁ ଆସିବେ।” 7ତାହାପରେ ହେରୋଦ ପଣ୍ଡିତମାନଙ୍କୁ ଗୋପନରେ ଡାକି, ସେହି ତାରା କେଉଁ ସମୟରେ ଦେଖାଗଲା, ଏହା ସେମାନଙ୍କଠାରୁ ଠିକ୍ ଭାବରେ ବୁଝିନେଲେ। 8ପୁଣି, ସେ ସେମାନଙ୍କୁ ବେଥଲିହିମକୁ ପଠାଇ କହିଲେ, “ଆପଣମାନେ ଯାଇ ସେହି ଶିଶୁଙ୍କ ସମ୍ବନ୍ଧରେ ଠିକ୍ ଭାବରେ ଅନୁସନ୍ଧାନ କରନ୍ତୁ, ଆଉ ସନ୍ଧାନ ପାଇଲାକ୍ଷଣି ଆମ୍ଭକୁ ସମ୍ବାଦ ଦିଅନ୍ତୁ, ଯେପରି ଆମ୍ଭେ ମଧ୍ୟ ଯାଇ ତାହାଙ୍କୁ ପ୍ରଣାମ କରିବା।” 9ସେଥିରେ ସେମାନେ ରାଜାଙ୍କ କଥା ଶୁଣି ଚାଲିଗଲେ; ଆଉ ଦେଖ, ସେମାନେ ପୂର୍ବଦେଶରେ ଯେଉଁ ତାରା ଦେଖିଥିଲେ, ତାହା ସେମାନଙ୍କ ଆଗେ ଆଗେ ଯାଇ, ଯେଉଁଠାରେ ଶିଶୁ ଥିଲେ, ଶେଷରେ ସେହି ସ୍ଥାନ ଉପରେ ରହିଗଲା। 10ସେମାନେ ତାରା ଦେଖି ମହାନନ୍ଦରେ ଅତିଶୟ ଆନନ୍ଦିତ ହେଲେ, 11ଆଉ, ଘର ଭିତରକୁ ଯାଇ ଶିଶୁଙ୍କୁ ତାହାଙ୍କ ମାତା ମରୀୟମଙ୍କ ସଙ୍ଗରେ ଦେଖି, ତାହାଙ୍କୁ ଭୂମିଷ୍ଠ ପ୍ରଣାମ କଲେ ଏବଂ ଆରାଧନା କଲେ, ପୁଣି, ଆପଣା ଆପଣା ପେଡ଼ି ଫିଟାଇ ତାହାଙ୍କୁ ସୁନା, କୁନ୍ଦୁରୁ ଓ ଗନ୍ଧରସ ଉପହାର ଦେଲେ। 12ପରେ ହେରୋଦଙ୍କ ନିକଟକୁ ବାହୁଡ଼ି ନ ଯିବାକୁ ସ୍ୱପ୍ନରେ ସତର୍କବାଣୀ ପାଇ ସେମାନେ ଅନ୍ୟ ପଥ ଦେଇ ଆପଣା ଦେଶକୁ ଚାଲିଗଲେ।
ମାଥିଉ
13ସେତେବେଳେ ଯୀଶୁ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେବା ନିମନ୍ତେ ଗାଲିଲୀରୁ ଯର୍ଦ୍ଦନ ନଦୀକୁ ଆସିଲେ। 14କିନ୍ତୁ ଯୋହନ ତାହାଙ୍କୁ ମନା କରିବାକୁ ଚେଷ୍ଟା କରି କହିଲେ, “ଆପଣଙ୍କ ଦ୍ୱାରା ବାପ୍ତିଜିତ ହେବା ମୋହର ଆବଶ୍ୟକ, ଆଉ ଆପଣ ମୋ ନିକଟକୁ ଆସୁଅଛନ୍ତି?” 15ମାତ୍ର ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ଏବେ ରାଜି ହୁଅ, କାରଣ ଏହି ପ୍ରକାରେ ସମସ୍ତ ଧର୍ମକର୍ମ ସାଧନ କରିବା ଆମ୍ଭମାନଙ୍କର ଉଚିତ।” ସେଥିରେ ସେ ତାହାଙ୍କ କଥାରେ ରାଜି ହେଲେ। 16ଯୀଶୁ ବାପ୍ତିଜିତ ହେଲାକ୍ଷଣି ଜଳରୁ ଉଠି ଆସିଲେ, ଆଉ ଦେଖ, ଆକାଶ ଉନ୍ମୁକ୍ତ ହେଲା, ପୁଣି, ସେ ଈଶ୍ବରଙ୍କ ଆତ୍ମାଙ୍କୁ କପୋତ ପରି ଅବତରଣ କରି ଆପଣା ଉପରକୁ ଆସିବା ଦେଖିଲେ। 17ଆଉ ଦେଖ, ଆକାଶରୁ ଏହି ବାଣୀ ହେଲା, “ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ।”
ମାର୍କ
9ସେହି ସମୟରେ ଯୀଶୁ ଗାଲିଲୀର ନାଜରିତରୁ ଆସି ଯର୍ଦ୍ଦନ ନଦୀରେ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେଲେ। 10ଆଉ, ସେହିକ୍ଷଣି ସେ ଜଳରୁ ଉଠି ଆସିବା ସମୟରେ ଆକାଶ ଉନ୍ମୁକ୍ତ ହେବା ଓ ପବିତ୍ର ଆତ୍ମାଙ୍କୁ କପୋତ ପରି ଆପଣା ଉପରକୁ ଓହ୍ଲାଇ ଆସିବା ଦେଖିଲେ, 11ପୁଣି, ଆକାଶରୁ ଏହି ବାଣୀ ହେଲା, “ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ।”
ଯୋହନ
29ତହିଁ ଆରଦିନ ସେ ଯୀଶୁଙ୍କୁ ନିଜ ପାଖକୁ ଆସୁଥିବା ଦେଖି କହିଲେ, ଏହି ଦେଖ, ଈଶ୍ବରଙ୍କ ମେଷଶାବକ, ଯେ ଜଗତର ପାପ ବୋହିନେଇଯାଆନ୍ତି। 30ମୋʼ ଉତ୍ତାରେ ଯେ ଆସୁଅଛନ୍ତି, ସେ ମୋହର ଅଗ୍ରଗଣ୍ୟ ହୋଇଅଛନ୍ତି, କାରଣ ସେ ମୋହର ପୂର୍ବରେ ଥିଲେ, ଯାହାଙ୍କ ବିଷୟରେ ମୁଁ ଏହା କହିଥିଲି, ସେ ଏହି। 31ମୁଁ ମଧ୍ୟ ତାହାଙ୍କୁ ଚିହ୍ନି ନ ଥିଲି, କିନ୍ତୁ ସେ ଯେପରି ଇସ୍ରାଏଲ ନିକଟରେ ପ୍ରକାଶିତ ହୁଅନ୍ତି, ଏଥିସକାଶେ ମୁଁ ଜଳରେ ବାପ୍ତିସ୍ମ ଦେବାକୁ ଆସିଅଛି। 32ଆଉ, ଯୋହନ ସାକ୍ଷ୍ୟ ଦେଇ କହିଲେ, ମୁଁ ପବିତ୍ର ଆତ୍ମାଙ୍କୁ କପୋତ ପରି ଆକାଶରୁ ଅବତରଣ କରିବା ଦେଖିଅଛି, ଆଉ ସେ ତାହାଙ୍କ ଉପରେ ଅବସ୍ଥାନ କଲେ। 33ମୁଁ ମଧ୍ୟ ତାହାଙ୍କୁ ଚିହ୍ନି ନ ଥିଲି, ମାତ୍ର ଯେ ମୋତେ ଜଳରେ ବାପ୍ତିସ୍ମ ଦେବାକୁ ପଠାଇଲେ, ସେ ମୋତେ କହିଲେ, ଯାହାଙ୍କ ଉପରେ ଆତ୍ମାଙ୍କୁ ଅବତରଣ ଓ ଅବସ୍ଥାନ କରିବା ଦେଖିବ, ଯେ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦିଅନ୍ତି, ସେ ସେହି ବ୍ୟକ୍ତି। 34ଆଉ, ମୁଁ ତାହା ଦେଖିଅଛି ଓ ସେ ଈଶ୍ବରଙ୍କ ପୁତ୍ର ବୋଲି ସାକ୍ଷ୍ୟ ଦେଇଅଛି।
କଳାରେ
ପଣ୍ଡିତମାନଙ୍କ ଆରାଧନାଫ୍ରା ଆଞ୍ଜେଲିକୋ ଓ ଫ୍ରା ଫିଲିପ୍ପୋ ଲିପ୍ପି · c. 1440/1460
ଖ୍ରୀଷ୍ଟଙ୍କ ବାପ୍ତିସ୍ମହୁଆନ୍ ଦେ ଫ୍ଲାଣ୍ଡେସ୍ · c. 1508/1519
ତାରା ପଣ୍ଡିତମାନଙ୍କୁ ବାଟ ଦେଖାଏଗୁସ୍ତାଭ୍ ଡୋରେ · 1866
ପଣ୍ଡିତମାନଙ୍କ ଆରାଧନାଡ୍ୟୁରର୍ · c. 1501–1503
ପଣ୍ଡିତମାନଙ୍କ ଆରାଧନାଲୁକାସ୍ ଭାନ୍ ଲେଡେନ୍ · 1513
ଯର୍ଦ୍ଦନରେ ଖ୍ରୀଷ୍ଟଙ୍କ ବାପ୍ତିସ୍ମଲୁକାସ୍ ଭାନ୍ ଲେଡେନ୍ · c. 1510
ପଣ୍ଡିତମାନଙ୍କ ଆରାଧନା (Ms. Ludwig VII 1, fol. 25v, ଆଶୀର୍ବାଦ-ପୁସ୍ତକରୁ)ଅଜ୍ଞାତ ଚିତ୍ରକର, ରେଗେନ୍ସବର୍ଗ · c. 1030–1040
ହେରୋଦଙ୍କ ଗୃହରେ ପଣ୍ଡିତମାନେ (Les rois mages chez Hérode)ଜେମ୍ସ ଟିସୋ · 1886–1894
ପଣ୍ଡିତମାନଙ୍କ ଯାତ୍ରା (Les rois mages en voyage)ଜେମ୍ସ ଟିସୋ · 1886–1894
ଆହୁରି ପର୍ବ
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର