ଅନୁସନ୍ଧାନ › ମାର୍ଗ › ଶାଉଲଙ୍କ ପ୍ରଥମ ଯାତ୍ରା
ମାର୍ଗ
ଶାଉଲଙ୍କ ପ୍ରଥମ ଯାତ୍ରା
ଦମ୍ମେଶକ, ଯିରୂଶାଲମ, ତାର୍ଷ ଓ ଆନ୍ତିୟଖିଆ · 8ଟି ବିରାମ · ସିଧା ରେଖାରେ ≈ 2,150 କି.ମି.
ଯେଉଁଠାରେ ରେଖା ଭୂମିର ଗଠନ ଅନୁସରଣ କରେ, ସେଠାରେ ତାହା ଜଣେ ପଣ୍ଡିତ ପୁନର୍ଗଠନ କରିଥିବା ସମ୍ଭାବ୍ୟ ରାସ୍ତା। ଦୂରତା ବିରାମଗୁଡ଼ିକ ମଧ୍ୟରେ ସିଧା ରେଖାରେ, ଆନୁମାନିକ; ପାଦରେ ଦିନ ପ୍ରତିଦିନ ପ୍ରାୟ 30 କି.ମି. ଧରି ଗଣାଯାଇଛି।
ବିରାମସ୍ଥଳ
- ଯିରୂଶାଲମପ୍ରେରି 9:2
ପୁଣି, ଏହି ମାର୍ଗର ଯେକୌଣସି ପୁରୁଷ କି ସ୍ତ୍ରୀର ଦେଖା ପାଆନ୍ତି, ସେମାନଙ୍କୁ ଯେପରି ବାନ୍ଧି ଯିରୂଶାଲମ ସହରକୁ ଆଣି ପାରନ୍ତି, ଏଥିସକାଶେ ଦମ୍ମେଶକର ସମସ୍ତ ସମାଜଗୃହ ନିକଟକୁ ତାହାଙ୍କଠାରୁ ପତ୍ର ମାଗିଲେ।
- ଦମ୍ମେଶକପ୍ରେରି 9:8
ପୁଣି, ଶାଉଲ ଭୂମିରୁ ଉଠି ଯେତେବେଳେ ଆପଣା ଆଖି ଫିଟାଇଲେ, ସେତେବେଳେ ସେ କିଛି ଦେଖି ପାରିଲେ ନାହିଁ। ଏଣୁ ସେମାନେ ତାହାଙ୍କ ହାତ ଧରି ତାହାଙ୍କୁ ଦମ୍ମେଶକ ସହରକୁ ଘେନିଗଲେ।
- ଯିରୂଶାଲମପ୍ରେରି 9:26
ପରେ ସେ ଯିରୂଶାଲମ ସହରକୁ ଯାଇ ଶିଷ୍ୟମାନଙ୍କ ସହିତ ମିଶିବାକୁ ଚେଷ୍ଟା କରୁଥିଲେ; ମାତ୍ର ସେ ଯେ ଜଣେ ଶିଷ୍ୟ, ଏହା ବିଶ୍ୱାସ ନ କରି ସମସ୍ତେ ତାହାଙ୍କୁ ଭୟ କରୁଥିଲେ।
- ତାର୍ଷପ୍ରେରି 9:30
ତାହା ଜାଣି ପାରି ଭାଇମାନେ ତାହାଙ୍କୁ କାଇସରିୟାକୁ ଘେନିଯାଇ ତାର୍ଷକୁ ପଠାଇଦେଲେ।
- ଆନ୍ତିୟଖିଆପ୍ରେରି 11:26
ପୁଣି, ସେ ତାହାଙ୍କୁ ପାଇ ଆନ୍ତିୟଖିଆକୁ ଘେନି ଆସିଲେ। ସେମାନେ ସମ୍ପୂର୍ଣ୍ଣ ଏକ ବର୍ଷ ପର୍ଯ୍ୟନ୍ତ ମଣ୍ଡଳୀର ସହିତ ରହି ଅନେକ ଲୋକଙ୍କୁ ଶିକ୍ଷା ଦେଲେ, ପୁଣି, ଆନ୍ତିୟଖିଆରେ ଶିଷ୍ୟମାନେ ପ୍ରଥମରେ ଖ୍ରୀଷ୍ଟିୟାନ ବୋଲି ନାମିତ ହେଲେ।
- ଯିରୂଶାଲମପ୍ରେରି 12:25
ପରେ ବର୍ଣ୍ଣବ୍ବା ଓ ଶାଉଲ ଆପଣାମାନଙ୍କର ସେବାକାର୍ଯ୍ୟ ସମାପ୍ତ କରି ମାର୍କ ଉପନାମପ୍ରାପ୍ତ ଯୋହନଙ୍କୁ ସାଙ୍ଗରେ ଘେନି ଯିରୂଶାଲମ ସହରରୁ ବାହୁଡ଼ିଗଲେ।
- ଆନ୍ତିୟଖିଆପ୍ରେରି 13:1
ସେତେବେଳେ ଆନ୍ତିୟଖିଆସ୍ଥିତ ମଣ୍ଡଳୀରେ ବର୍ଣ୍ଣବ୍ବା, ଶିମିୟୋନ, ଯାହାଙ୍କୁ ନିଗର ବୋଲି କହନ୍ତି, କୂରୀଣୀୟ ଲୂକୀୟ, ସାମନ୍ତରାଜା ହେରୋଦଙ୍କ ସହପାଳିତ ମନହେମ୍ ଓ ଶାଉଲ, ଏହିପରି ଭାବବାଦୀ ଓ ଶିକ୍ଷକମାନେ ଥିଲେ।
ରେଖାଗୁଡ଼ିକ ପାଠର କ୍ରମରେ ବିରାମସ୍ଥଳଗୁଡ଼ିକୁ ଯୋଡ଼େ। ଯେଉଁଠାରେ ରେଖା ଭୂମିର ଗଠନ ଅନୁସରଣ କରେ, ତାହା ଜଣେ ପଣ୍ଡିତ ପୁନର୍ଗଠନ କରିଥିବା ସମ୍ଭାବ୍ୟ ପଥ; ଅନ୍ୟତ୍ର ସିଧା ରେଖା — ପଥ ଜଣା ନାହିଁ। ଦୂରତା ବିରାମସ୍ଥଳ ମଧ୍ୟରେ ସିଧା ରେଖାରେ। ଭଙ୍ଗା ରେଖା: ଜାହାଜରେ। ଫିକା: ସ୍ଥାନ ଅନିଶ୍ଚିତ।
ପ୍ରତ୍ୟେକ ବିନ୍ଦୁ ସବୁଠାରୁ ସମ୍ଭାବ୍ୟ ଅବସ୍ଥାନ; ଫିକା ବିନ୍ଦୁ ଅର୍ଥ ଚିହ୍ନଟ ଅନିଶ୍ଚିତ। ଅବସ୍ଥାନ ଅଜ୍ଞାତ ଥିବା ସ୍ଥାନ ମାନଚିତ୍ରରେ ନାହିଁ।
ଉତ୍ସ: OpenBible.info, CC BY 4.0 · UBS Bible Routes, Dr Leen Ritmeyer © United Bible Societies 2023, CC BY-SA 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର