Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ମାର୍ଗ › ଲୂକଙ୍କ ସୁସମାଚାରରେ ଯୀଶୁଙ୍କ ଯାତ୍ରା

ମାର୍ଗ

ଲୂକଙ୍କ ସୁସମାଚାରରେ ଯୀଶୁଙ୍କ ଯାତ୍ରା

ଯର୍ଦ୍ଦନଠାରୁ ଯିରୂଶାଲମ, ଇମ୍ମାୟୁ ଓ ବେଥନୀୟା ପର୍ଯ୍ୟନ୍ତ, ଲୂକ କହୁଥିବା କ୍ରମରେ · 14ଟି ବିରାମ · ସିଧା ରେଖାରେ ≈ 420 କି.ମି.

ଯର୍ଦ୍ଦନ ନଦୀଯବ୍ବୋକ୍‍କୀଶୋନ୍‍ମେୟକୋନ୍‍ବାଶନଗିଲୀୟଦଶମରୀୟାଦେକାପଲିଗାଲିଲୀ ସମୁଦ୍ରଯର୍ଦ୍ଦନନାଜରିତଗିନ୍ନେସରତନାଇନବେଥ୍‌ସାଇଦାଯିରୀହୋବେଥନୀୟାଯିରୂଶାଲମକପାଳ ନାମକ ସ୍ଥାନଇମ୍ମାୟୁ20 କିମି12346789101112

© OpenStreetMap contributors

ସୁସମାଚାରଗୁଡ଼ିକ ସମସ୍ତେ ଯୀଶୁଙ୍କ ଯାତ୍ରା ସମାନ କ୍ରମରେ କହନ୍ତି ନାହିଁ। ଏହି ମାର୍ଗ କେବଳ ଗୋଟିଏ ସୁସମାଚାରକୁ ଅନୁସରଣ କରେ ଓ ଅନ୍ୟଗୁଡ଼ିକ ସହିତ ମିଶାଏ ନାହିଁ।

ରେଖାଗୁଡ଼ିକ ପାଠର କ୍ରମରେ ବିରାମସ୍ଥଳଗୁଡ଼ିକୁ ଯୋଡ଼େ। ଯେଉଁଠାରେ ରେଖା ଭୂମିର ଗଠନ ଅନୁସରଣ କରେ, ତାହା ଜଣେ ପଣ୍ଡିତ ପୁନର୍ଗଠନ କରିଥିବା ସମ୍ଭାବ୍ୟ ପଥ; ଅନ୍ୟତ୍ର ସିଧା ରେଖା — ପଥ ଜଣା ନାହିଁ। ଦୂରତା ବିରାମସ୍ଥଳ ମଧ୍ୟରେ ସିଧା ରେଖାରେ। ଭଙ୍ଗା ରେଖା: ଜାହାଜରେ। ଫିକା: ସ୍ଥାନ ଅନିଶ୍ଚିତ।

ବିରାମସ୍ଥଳ

  1. ଯର୍ଦ୍ଦନଲୂକ 4:1ଯୀଶୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଯର୍ଦ୍ଦନ ନଦୀରୁ ଫେରି ଆସିଲେ ଏବଂ ଚାଳିଶ ଦିନ ପର୍ଯ୍ୟନ୍ତ ଆତ୍ମାଙ୍କ ଦ୍ୱାରା ପ୍ରାନ୍ତରରେ ଚାଳିତ ହୋଇ ଶୟତାନ ଦ୍ୱାରା ପରୀକ୍ଷିତ ହେଉଥିଲେ।
  2. ନାଜରିତଲୂକ 4:16ସେ ଯେଉଁ ନାଜରିତରେ ପ୍ରତିପାଳିତ ହୋଇଥିଲେ, ସେହି ସ୍ଥାନକୁ ଇତିମଧ୍ୟରେ ଗଲେ ଓ ଆପଣା ରୀତି ଅନୁସାରେ ବିଶ୍ରାମବାର ଦିନରେ ସମାଜଗୃହରେ ପ୍ରବେଶ କଲେ, ଆଉ ପାଠ କରିବା ନିମନ୍ତେ ଠିଆ ହେଲେ।
  3. କଫର୍ନାହୂମଲୂକ 4:31ଯୀଶୁ କଫର୍ନାହୂମ ନାମକ ଗାଲିଲୀର ଗୋଟିଏ ନଗରକୁ ଆସିଲେ, ପୁଣି, ବିଶ୍ରାମବାରମାନଙ୍କରେ ଲୋକମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ,
  4. ଗିନ୍ନେସରତଲୂକ 5:1ଦିନେ ଯେତେବେଳେ ଲୋକସମୂହ ଯୀଶୁଙ୍କ ଉପରେ ମାଡ଼ିପଡ଼ି ଈଶ୍ବରଙ୍କ ବାକ୍ୟ ଶୁଣୁଥିଲେ, ସେତେବେଳେ ସେ ଗିନ୍ନେସରତ ହ୍ରଦ କୂଳରେ ଠିଆ ହୋଇଥିଲେ;
  5. କଫର୍ନାହୂମଲୂକ 7:1ସେ ଲୋକମାନଙ୍କ କର୍ଣ୍ଣଗୋଚରରେ ଆପଣାର ସବୁ କଥା ଶେଷ କରି କଫର୍ନାହୂମରେ ପ୍ରବେଶ କଲେ।
  6. ନାଇନଲୂକ 7:11ଏଥିଉତ୍ତାରେ ସେ ନାଇନ ନାମକ ନଗରକୁ ଯାତ୍ରା କଲେ, ଆଉ ତାହାଙ୍କ ଶିଷ୍ୟମାନେ ଓ ବହୁସଂଖ୍ୟକ ଲୋକ ତାହାଙ୍କ ସାଙ୍ଗରେ ଯାଉଥିଲେ।
  7. ବେଥ୍‌ସାଇଦାଲୂକ 9:10ପରେ ପ୍ରେରିତମାନେ ଫେରିଆସି, ଯାହା ଯାହା କରିଥିଲେ, ସେହିସବୁ ତାହାଙ୍କ ନିକଟରେ ବର୍ଣ୍ଣନା କଲେ। ଆଉ ସେ ସେମାନଙ୍କୁ ସାଙ୍ଗରେ ଘେନି ଅନ୍ତର ହୋଇ ବେଥ୍‌ସାଇଦା ନାମକ ନଗରକୁ ଚାଲିଗଲେ।
  8. ଯିରୀହୋଲୂକ 19:1ପରେ ଯୀଶୁ ଯିରୀହୋରେ ପ୍ରବେଶ କରି ତାହା ମଧ୍ୟ ଦେଇ ଯାଉଥିଲେ।
  9. ବେଥନୀୟାଲୂକ 19:29ଆଉ ଯେତେବେଳେ ସେ ଜୀତ ପର୍ବତ ପାଖରେ ଥିବା ବୈଥ୍‌ଫାଗୀ ଓ ବେଥନୀୟା ଗ୍ରାମ ନିକଟରେ ଉପସ୍ଥିତ ହେଲେ, ସେତେବେଳେ ସେ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏହି କଥା କହି ପଠାଇଲେ,
  10. ଯିରୂଶାଲମଲୂକ 23:7ପୁଣି, ସେ ଯେ ହେରୋଦଙ୍କ ଅଧିକାର ଅଧୀନରେ ଅଛନ୍ତି, ଏହା ଜ୍ଞାତ ହୋଇ ସେ ତାହାଙ୍କୁ ହେରୋଦଙ୍କ ନିକଟକୁ ପଠାଇଦେଲେ, ଯେଣୁ ସେ ମଧ୍ୟ ଏହି ସମୟରେ ଯିରୂଶାଲମ ସହରରେ ଥିଲେ।
  11. କପାଳ ନାମକ ସ୍ଥାନଲୂକ 23:33ଆଉ ସେମାନେ କପାଳ ନାମକ ସ୍ଥାନରେ ଉପସ୍ଥିତ ହୋଇ ସେଠାରେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ, ପୁଣି, ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣକୁ ଦକ୍ଷିଣରେ ଓ ଅନ୍ୟ ଜଣକୁ ବାମରେ କ୍ରୁଶରେ ଚଢ଼ାଇଲେ।
  12. ଇମ୍ମାୟୁଲୂକ 24:13ଆଉ ଦେଖ, ସେହି ଦିନ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଯିରୂଶାଲମଠାରୁ ପ୍ରାୟ ସାତ ମାଇଲ୍ ଦୂରବର୍ତ୍ତୀ ଇମ୍ମାୟୁ ଗ୍ରାମକୁ ଯାଉଥିଲେ
  13. ଯିରୂଶାଲମଲୂକ 24:33ଆଉ ସେମାନେ ସେହି ଦଣ୍ଡରେ ଉଠି ଯିରୂଶାଲମ ସହରକୁ ବାହୁଡ଼ିଯାଇ ସମବେତ ହୋଇଥିବା ଏକାଦଶ ଶିଷ୍ୟମାନଙ୍କୁ ଓ ସେମାନଙ୍କ ସଙ୍ଗୀମାନଙ୍କୁ ଦେଖିଲେ;
  14. ବେଥନୀୟାଲୂକ 24:50ତତ୍ପରେ ସେ ସେମାନଙ୍କୁ ବେଥନୀୟାକୁ ଯିବା ବାଟ ପର୍ଯ୍ୟନ୍ତ ଘେନିଗଲେ ଓ ଆପଣା ହାତ ତୋଳି ସେମାନଙ୍କୁ ଆଶୀର୍ବାଦ କଲେ।

ପ୍ରତ୍ୟେକ ବିନ୍ଦୁ ସବୁଠାରୁ ସମ୍ଭାବ୍ୟ ଅବସ୍ଥାନ; ଫିକା ବିନ୍ଦୁ ଅର୍ଥ ଚିହ୍ନଟ ଅନିଶ୍ଚିତ। ଅବସ୍ଥାନ ଅଜ୍ଞାତ ଥିବା ସ୍ଥାନ ମାନଚିତ୍ରରେ ନାହିଁ।

ରୋମୀୟ ରାସ୍ତା: ପ୍ରାୟ ଖ୍ରୀଷ୍ଟପୂର୍ବ 300 – ଖ୍ରୀଷ୍ଟାବ୍ଦ 300ର ରୋମୀୟ ସାମ୍ରାଜ୍ୟର ରାସ୍ତା; ଡ୍ୟାସ୍ — ଅନୁମାନିତ ବୋଲି ଭାବାଯାଉଥିବା ରାସ୍ତା। ସେଗୁଡ଼ିକ ଦେଇ ଯାତ୍ରାର ଠିକ୍ ପଥ ପାଠରେ ବର୍ଣ୍ଣିତ ନୁହେଁ।

ଉତ୍ସ: OpenBible.info, CC BY 4.0 · Itiner-e © 2024 Brughmans, Pažout, de Soto, Bjerregaard Vahlstrup, CC BY 4.0 · UBS Bible Routes, Dr Leen Ritmeyer © United Bible Societies 2023, CC BY-SA 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର