ଅନୁସନ୍ଧାନ › ତୀର୍ଥଯାତ୍ରୀ › ଯର୍ଦ୍ଦନ ପାରିରେ: ବାପ୍ତିସ୍ମ ସ୍ଥାନ ଓ ନବୋ ପର୍ବତ › ଯବ୍ବୋକ୍ ତୀରରେ ପନୂୟେଲ
ଯର୍ଦ୍ଦନ ପାରିରେ: ବାପ୍ତିସ୍ମ ସ୍ଥାନ ଓ ନବୋ ପର୍ବତ · ବିରାମ 8 · ଦିନ 3
ଯବ୍ବୋକ୍ ତୀରରେ ପନୂୟେଲ
ବାଇବେଲରେ
ଯାକୁବ ଆପଣା ପରିବାରକୁ ଯବ୍ବୋକ୍ର ଘାଟ ପାର କରାଇ ଏକାକୀ ରହିଲେ; ଜଣେ ପୁରୁଷ ଭୋର ପର୍ଯ୍ୟନ୍ତ ତାଙ୍କ ସହିତ ମଲ୍ଲଯୁଦ୍ଧ କଲେ, ଏବଂ ଯାକୁବ ସେହି ସ୍ଥାନର ନାମ ପନୂୟେଲ ରଖିଲେ।
ଏଥିଉତ୍ତାରେ ସେ ରାତ୍ରିରେ ଉଠି ଆପଣାର ଦୁଇ ଭାର୍ଯ୍ୟା ଓ ଦୁଇ ଦାସୀ ଓ ଏକାଦଶ ସନ୍ତାନଙ୍କୁ ଯବ୍ବୋକ୍ ଘାଟରେ ପାର କରାଇବା ପାଇଁ ସଙ୍ଗରେ ନେଲା। ପୁଣି, ସେମାନଙ୍କୁ ନଦୀ ପାର କରାଇ ଆପଣାର ସମସ୍ତ ଦ୍ରବ୍ୟ ସେପାରିକୁ ପଠାଇଦେଲା। ସେତେବେଳେ ଯାକୁବ ସେଠାରେ ଏକାକୀ ରହିଲା; ତହୁଁ ଜଣେ ପୁରୁଷ ପ୍ରଭାତ ପର୍ଯ୍ୟନ୍ତ ତାହା ସହିତ ମଲ୍ଲଯୁଦ୍ଧ କଲେ। ମାତ୍ର ତାହାକୁ ଜୟ କରି ପାରିଲେ ନାହିଁ ଦେଖି ସେ ଯାକୁବର ଊରୁଦେଶର ସନ୍ଧି ସ୍ଥାନରେ ଆଘାତ କଲେ; ତାହାଙ୍କ ସହିତ ଏପ୍ରକାର ମଲ୍ଲଯୁଦ୍ଧ କରିବାରୁ ଯାକୁବର ଊରୁସନ୍ଧି ଖସିଗଲା। ଏଥିଉତ୍ତାରେ ସେହି ପୁରୁଷ କହିଲେ, “ଆମ୍ଭକୁ ଛାଡ଼, କାରଣ ପ୍ରଭାତ ହେଲା।” ତହୁଁ ଯାକୁବ କହିଲା, “ତୁମ୍ଭେ ମୋତେ ଆଶୀର୍ବାଦ ନ କଲେ, ମୁଁ ତୁମ୍ଭଙ୍କୁ ଛାଡ଼ିବି ନାହିଁ।” ପୁନର୍ବାର ସେହି ମନୁଷ୍ୟ କହିଲେ, “ତୁମ୍ଭର ନାମ କଅଣ?” ସେ କହିଲା, “ଯାକୁବ।” ସେ କହିଲେ, “ତୁମ୍ଭେ ଯାକୁବ ନାମରେ ଆଉ ବିଖ୍ୟାତ ହେବ ନାହିଁ, ମାତ୍ର ଇସ୍ରାଏଲ ନାମରେ ବିଖ୍ୟାତ ହେବ; କାରଣ, ତୁମ୍ଭେ ପରମେଶ୍ୱର ଓ ମନୁଷ୍ୟ ସହିତ ଯୁଦ୍ଧ କରି ଜୟୀ ହୋଇଅଛ।” ସେତେବେଳେ ଯାକୁବ ପଚାରି କହିଲା, “ମୁଁ ବିନୟ କରୁଅଛି, ତୁମ୍ଭର ନାମ କୁହ।” ସେ କହିଲେ, “ତୁମ୍ଭେ କାହିଁକି ଆମ୍ଭର ନାମ ପଚାରୁଅଛ?” ତହୁଁ ସେ ସେଠାରେ ଯାକୁବକୁ ଆଶୀର୍ବାଦ କଲେ। ସେତେବେଳେ ସେହି ସ୍ଥାନର ନାମ ପନୂୟେଲ ରଖିଲା; ଯେହେତୁ ଯାକୁବ କହିଲା, “ମୁଁ ପରମେଶ୍ୱରଙ୍କୁ ମୁଖାମୁଖି ଦେଖିଲେ ହେଁ ମୋହର ପ୍ରାଣ ବଞ୍ଚିଲା।” ଏଥିଉତ୍ତାରେ ଯାକୁବ ପନୂୟେଲ ପାର ହୁଅନ୍ତେ, ସୂର୍ଯ୍ୟୋଦୟ ହେଲା; ମାତ୍ର ସେ ଊରୁସନ୍ଧି ସକାଶୁ ଛୋଟାଇ ଚାଲିଲା।ପରମ୍ପରା
ପନୂୟେଲ କେଉଁଠି ଥିଲା ତାହା ନିଶ୍ଚିତ ନୁହେଁ; ଏକ ମତ ଏହାକୁ ପ୍ରାଚୀନ ଯବ୍ବୋକ୍, ଜରକା ନଦୀ ଉପରେ ତୁଲୁଲ ଅଦ-ଦାହାବର ଯୋଡ଼ା ପାହାଡ଼ରେ ରଖେ।
ଆଜି ଏଠାରେ
ଜରକାର ସବୁଜ ଉପତ୍ୟକା ଉପରେ ବିଛାଡ଼ି ହୋଇଥିବା ଭଗ୍ନାବଶେଷ ଥିବା ଦୁଇଟି ପାହାଡ଼; ସେଠାରେ କୌଣସି ଗିର୍ଜା ବା ପବିତ୍ର ସ୍ଥାନ ନାହିଁ, କେବଳ ନଦୀ ଓ ଦୃଶ୍ୟ।
ଯାତ୍ରା ପୂର୍ବରୁ ଆପଣଙ୍କ ଦେଶର ଯାତ୍ରା ପରାମର୍ଶ ଯାଞ୍ଚ କରନ୍ତୁ। ଖୋଲା ସମୟ ଓ ସ୍ଥାନଗୁଡ଼ିକର ନିୟମ ବଦଳେ — ସେମାନଙ୍କ ସରକାରୀ ପୃଷ୍ଠା ଦେଖନ୍ତୁ।
ଉତ୍ସ: OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର