ଅନୁସନ୍ଧାନ › ତୀର୍ଥଯାତ୍ରୀ › ଗ୍ରୀସରେ ପାଉଲ › ଫିଲିପ୍ପ: ଫୋରମ ଓ ପାଉଲଙ୍କ କାରାଗାର
ଗ୍ରୀସରେ ପାଉଲ · ବିରାମ 3 · ଦିନ 1
ଫିଲିପ୍ପ: ଫୋରମ ଓ ପାଉଲଙ୍କ କାରାଗାର
ବାଇବେଲରେ
ପାଉଲ ଓ ଶିଲାଙ୍କୁ ବଜାରକୁ ଟାଣି ନିଆଗଲା, ପ୍ରହାର କରି କାରାଗାରରେ ପକାଗଲା; ଅର୍ଦ୍ଧରାତ୍ରିରେ ସେମାନେ ଭଜନ ଗାଉଥିବା ବେଳେ ଏକ ଭୂମିକମ୍ପ କାରାଗାରର ଦ୍ୱାର ଖୋଲିଦେଲା। ପରେ ପାଉଲ ଏଠାକାର ସାଧୁମାନଙ୍କୁ ପତ୍ର ଲେଖିଲେ।
କିନ୍ତୁ ତାହାର କର୍ତ୍ତାମାନେ ଆପଣାମାନଙ୍କ ଲାଭର ଆଶା ଚାଲିଗଲା ବୋଲି ଦେଖି ପାଉଲ ଓ ଶୀଲାଙ୍କୁ ଧରି ସେମାନଙ୍କୁ ଛକସ୍ଥାନକୁ ଶାସନକର୍ତ୍ତାମାନଙ୍କ ନିକଟକୁ ଟାଣି ଘେନିଗଲେ। ଆଉ ସେମାନେ ସେମାନଙ୍କ ବିଚାରକର୍ତ୍ତାମାନଙ୍କ ନିକଟକୁ ଆଣି କହିଲେ, ଏହି ଲୋକଗୁଡ଼ାକ ଯିହୁଦୀ, ଏମାନେ ଆମ୍ଭମାନଙ୍କ ନଗରରେ ଗୋଳମାଳ କରୁଅଛନ୍ତି। ଆମ୍ଭ ରୋମୀୟ ଲୋକମାନଙ୍କର ଯେଉଁ ସବୁ ରୀତିନୀତି ଗ୍ରହଣ ବା ପାଳନ କରିବା ବିଧିସଙ୍ଗତ ନୁହେଁ, ତାହା ଏମାନେ ପ୍ରଚାର କରୁଅଛନ୍ତି। ସେଥିରେ ଲୋକସମୂହ ମଧ୍ୟ ସେମାନଙ୍କ ବିରୁଦ୍ଧରେ ଉଠିଲେ, ପୁଣି, ବିଚାରକର୍ତ୍ତାମାନେ ସେମାନଙ୍କର ବସ୍ତ୍ର କାଢ଼ିପକାଇ ସେମାନଙ୍କୁ ବେତ୍ରାଘାତ କରିବା ପାଇଁ ଆଜ୍ଞା ଦେଲେ। ସେମାନେ ସେମାନଙ୍କୁ ବହୁତ ପ୍ରହାର କରାଇଲା ଉତ୍ତାରେ କାରାଗାରରେ ନିକ୍ଷେପ କରି ସେମାନଙ୍କୁ ସାବଧାନରେ ରକ୍ଷା କରିବା ନିମନ୍ତେ କାରାରକ୍ଷକଙ୍କୁ ଦୃଢ଼ ଆଜ୍ଞା ଦେଲେ। ସେ ଏହି ପ୍ରକାର ଦୃଢ଼ ଆଜ୍ଞା ପ୍ରାପ୍ତ ହୋଇ ସେମାନଙ୍କୁ ଭିତର କାରାଗାରରେ ନିକ୍ଷେପ କରି ସେମାନଙ୍କ ପାଦରେ ବଡ଼ କାଠଗଣ୍ଡି ବାନ୍ଧିଦେଲେ। କିନ୍ତୁ ପ୍ରାୟ ମଧ୍ୟରାତ୍ରରେ ପାଉଲ ଓ ଶୀଲା ଈଶ୍ବରଙ୍କ ନିକଟରେ ପ୍ରାର୍ଥନା ଓ ସ୍ତବଗାନ କରୁଥିଲେ, ଆଉ ବନ୍ଦୀମାନେ ଶୁଣୁଥିଲେ। ସେତେବେଳେ ହଠାତ୍ ଏପରି ମହା ଭୂମିକମ୍ପ ହେଲା ଯେ, କାରାଗାରର ଭିତ୍ତିମୂଳ କମ୍ପିବାକୁ ଲାଗିଲା, ଆଉ ତତ୍କ୍ଷଣାତ୍ ସମସ୍ତ ଦ୍ୱାର ଖୋଲା ହୋଇଗଲା, ପୁଣି, ପ୍ରତ୍ୟେକ ଜଣର ବନ୍ଧନ ଫିଟିଗଲା।ପାଉଲ ଓ ତୀମଥି, ଖ୍ରୀଷ୍ଟ ଯୀଶୁଙ୍କର ଦୁଇ ଦାସ, ଫିଲିପ୍ପୀରେ ଥିବା ଖ୍ରୀଷ୍ଟ ଯୀଶୁଙ୍କ ଆଶ୍ରିତ ସମସ୍ତ ସାଧୁଙ୍କ ନିକଟକୁ ପୁଣି, ଅଧ୍ୟକ୍ଷ ଓ ସେବକମାନଙ୍କ ନିକଟକୁ ପତ୍ର;ପରମ୍ପରା
ପ୍ରାଥମିକ ଖ୍ରୀଷ୍ଟୀୟ ସମୟରୁ ଫୋରମ ପାଖରେ ଏକ ଛୋଟ ରୋମୀୟ ଭୂତଳ କକ୍ଷକୁ ପାଉଲଙ୍କ କାରାଗାର ବୋଲି ଦେଖାଯାଏ; ଏହା ସମ୍ଭବତଃ ଏକ ଜଳକୁଣ୍ଡ ଥିଲା। ଏଠାରେ ଏକ ପ୍ରାଥମିକ ଗିର୍ଜା 4ର୍ଥ ଶତାବ୍ଦୀରେ ପାଉଲଙ୍କୁ ଉତ୍ସର୍ଗ କରାଯାଇଥିଲା।
ଆଜି ଏଠାରେ
ଭିଆ ଏଗ୍ନାଟିଆ କଡ଼ରେ ଖନନ: 2ୟ ଶତାବ୍ଦୀର ଫୋରମ, ରଙ୍ଗଭୂମି, ଅଷ୍ଟକୋଣୀ ଗିର୍ଜା ଓ ବଡ଼ ବଡ଼ ବାସିଲିକା; ଏକ ବିଶ୍ୱ ଐତିହ୍ୟ ସ୍ଥଳ।
ଯାତ୍ରା ପୂର୍ବରୁ ଆପଣଙ୍କ ଦେଶର ଯାତ୍ରା ପରାମର୍ଶ ଯାଞ୍ଚ କରନ୍ତୁ। ଖୋଲା ସମୟ ଓ ସ୍ଥାନଗୁଡ଼ିକର ନିୟମ ବଦଳେ — ସେମାନଙ୍କ ସରକାରୀ ପୃଷ୍ଠା ଦେଖନ୍ତୁ।
ଉତ୍ସ: OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର