ଅନୁସନ୍ଧାନ › ତୀର୍ଥଯାତ୍ରୀ › ପ୍ରକାଶିତ ବାକ୍ୟର ସାତ ମଣ୍ଡଳୀ ଓ ପାତ୍ମ › ଆର୍ତ୍ତେମୀଙ୍କ ମନ୍ଦିର
ପ୍ରକାଶିତ ବାକ୍ୟର ସାତ ମଣ୍ଡଳୀ ଓ ପାତ୍ମ · ବିରାମ 2 · ଦିନ 1
ଆର୍ତ୍ତେମୀଙ୍କ ମନ୍ଦିର
ବାଇବେଲରେ
ଆର୍ତ୍ତେମୀର ମନ୍ଦିର ତିଆରି କରୁଥିବା ରୂପାକାର ଦୀମିତ୍ରୀୟ କାରିଗରମାନଙ୍କୁ ଉତ୍ତେଜିତ କଲା; ନଗରର ଲେଖକ ଏଫିସକୁ ମହାଦେବୀ ଆର୍ତ୍ତେମୀଙ୍କ ମନ୍ଦିରର ରକ୍ଷକ ବୋଲି କହିଲେ।
କାରଣ ଦୀମିତ୍ରୀୟ ନାମକ ଜଣେ ସ୍ୱର୍ଣ୍ଣକାର ଆର୍ତ୍ତେମୀର ରୌପ୍ୟ ମନ୍ଦିର ନିର୍ମାଣ କରୁଥିଲା, ପୁଣି, ଶିଳ୍ପକାରମାନଙ୍କର ଯଥେଷ୍ଟ ଲାଭ କରାଯାଉଥିଲା। ସେ ସେମାନଙ୍କୁ ଓ ସେହି ବ୍ୟବସାୟର କାରିଗରମାନଙ୍କୁ ଡାକି କହିଲା, ମହାଶୟମାନେ, ଏହି ବ୍ୟବସାୟ ଦ୍ୱାରା ଆମ୍ଭେମାନେ ଧନ ପ୍ରାପ୍ତ ହେଉ ବୋଲି ଆପଣମାନେ ଜାଣନ୍ତି; ଆଉ ହାତ ତିଆରି ଦେବତାମାନେ ଈଶ୍ବର ନୁହଁନ୍ତି ବୋଲି କହି ଏହି ପାଉଲ କେବଳ ଏଫିସରେ ନୁହେଁ, ମାତ୍ର ପ୍ରାୟ ସମସ୍ତ ଏସିଆରେ ବହୁତ ଲୋକଙ୍କୁ ମତାଇ ଭୁଲାଇଅଛି, ଏହା ଆପଣମାନେ ଦେଖୁଅଛନ୍ତି ଓ ଶୁଣୁଅଛନ୍ତି। ଏଥିରେ ଯେ କେବଳ ଆମ୍ଭମାନଙ୍କ ଏହି ବ୍ୟବସାୟର ଦୁର୍ନାମ ହେବାର ଆଶଙ୍କା ଅଛି, ତାହା ନୁହେଁ, କିନ୍ତୁ ଯେଉଁ ମହାନ ଦେବୀ ଆର୍ତ୍ତେମୀଙ୍କୁ ସମସ୍ତ ଏସିଆ ଓ ଜଗତଯାକ ଉପାସନା କରନ୍ତି, ତାହା ମନ୍ଦିର ମଧ୍ୟ ନଗଣ୍ୟ ହୋଇପଡ଼ିବାର ଓ ତାହାଙ୍କ ମହିମାର ଗ୍ଲାନି ସୁଦ୍ଧା ଘଟିବାର ଆଶଙ୍କା ଅଛି। ଏହି କଥା ଶୁଣି ସେମାନେ କ୍ରୋଧରେ ପରିପୂର୍ଣ୍ଣ ହୋଇ ଚିତ୍କାର କରି କହିବାକୁ ଲାଗିଲେ, ଏଫିସୀୟମାନଙ୍କର ଆର୍ତ୍ତେମୀ ମହାଦେବୀ ଅଟନ୍ତି।ପରେ ନଗର-ବେବର୍ତ୍ତା ଲୋକସମୂହକୁ ଶାନ୍ତ କରାଇ କହିଲେ, ହେ ଏଫିସୀୟ ଲୋକମାନେ, ଏଫିସ ନଗରୀ ଯେ ମହାଦେବୀ ଆର୍ତ୍ତେମୀ ଓ ଆକାଶରୁ ପତିତ ପ୍ରତିମାର ମନ୍ଦିର ପରିଚାରିକା, ଏହା କିଏ ନ ଜାଣେ?ଆଜି ଏଠାରେ
ଏକ ସମୟରେ ବିଶ୍ୱର ସପ୍ତ ଆଶ୍ଚର୍ଯ୍ୟ ମଧ୍ୟରୁ ଗୋଟିଏ; ଏବେ ସେଲଚୁକ ତଳେ ଏକ ଜଳାଭୂମି କ୍ଷେତରେ ଖଣ୍ଡଗୁଡ଼ିକରୁ ପୁନର୍ନିର୍ମିତ ଗୋଟିଏ ସ୍ତମ୍ଭ ଠିଆ ହୋଇଛି।
ଯାତ୍ରା ପୂର୍ବରୁ ଆପଣଙ୍କ ଦେଶର ଯାତ୍ରା ପରାମର୍ଶ ଯାଞ୍ଚ କରନ୍ତୁ। ଖୋଲା ସମୟ ଓ ସ୍ଥାନଗୁଡ଼ିକର ନିୟମ ବଦଳେ — ସେମାନଙ୍କ ସରକାରୀ ପୃଷ୍ଠା ଦେଖନ୍ତୁ।
ଉତ୍ସ: OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର