Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ବାଇବେଲ କାହାଣୀ › ନିସ୍ତାର ପର୍ବ

ବାଇବେଲ କାହାଣୀ · 50ଟି ମଧ୍ୟରୁ କାହାଣୀ 11

ନିସ୍ତାର ପର୍ବ

ବାଇବେଲରେ କାହାଣୀଟି

ନିସ୍ତାର ପର୍ବ: ପରମେଶ୍ଵର ଫାରୋଙ୍କୁ ସତର୍କ କରାଇ କହିଲେ ଯେ ଯଦି ସେ ଇସ୍ରାଏଲୀୟମାନଙ୍କୁ ଯିବାକୁ ନ ଦିଅନ୍ତି, ତେବେ ସେ ମନୁଷ୍ୟ ଓ ପଶୁମାନଙ୍କର ସମସ୍ତ ପ୍ରଥମଜାତକୁ ବଧ କରିବେ । ଫାରୋ…

ପରମେଶ୍ଵର ଫାରୋଙ୍କୁ ସତର୍କ କରାଇ କହିଲେ ଯେ ଯଦି ସେ ଇସ୍ରାଏଲୀୟମାନଙ୍କୁ ଯିବାକୁ ନ ଦିଅନ୍ତି, ତେବେ ସେ ମନୁଷ୍ୟ ଓ ପଶୁମାନଙ୍କର ସମସ୍ତ ପ୍ରଥମଜାତକୁ ବଧ କରିବେ । ଫାରୋ ଯେତେବେଳେ ଏହା ଶୁଣିଲେ ସେ ତଥାପି ଏହା ବିଶ୍ଵାସ କରିବା ଏବଂ ଈଶ୍ଵରଙ୍କ ଆଜ୍ଞା ପାଳନ କରିବାକୁ ମନା କଲା ।

ନିସ୍ତାର ପର୍ବ: ତାହାଙ୍କଠାରେ ଯେଉଁମାନେ ବିଶ୍ଵାସ କଲେ ଇଶ୍ଵର ସେମାନଙ୍କର ପ୍ରଥମଜାତ ପ୍ରତ୍ୟେକଙ୍କୁ ରକ୍ଷା କରିବାର ଏକ ଉପାୟ ଯୋଗାଇଲେ ।ପ୍ରତ୍ୟେକ ପରିବାରକୁ ଏକ ନିଖୁନ୍ତ ମେଷଶାବକ ମନୋନୀତ…

ତାହାଙ୍କଠାରେ ଯେଉଁମାନେ ବିଶ୍ଵାସ କଲେ ଇଶ୍ଵର ସେମାନଙ୍କର ପ୍ରଥମଜାତ ପ୍ରତ୍ୟେକଙ୍କୁ ରକ୍ଷା କରିବାର ଏକ ଉପାୟ ଯୋଗାଇଲେ ।ପ୍ରତ୍ୟେକ ପରିବାରକୁ ଏକ ନିଖୁନ୍ତ ମେଷଶାବକ ମନୋନୀତ କରି ତାହାକୁ ବଦ୍ଧ କରିବାକୁ ପଡିଥିଲା ।

ନିସ୍ତାର ପର୍ବ: ପରମେଶ୍ଵର ଇସ୍ରାଏଲୀୟମାନଙ୍କୁ ମେଷଶାବକର କିଛି ରକ୍ତ ଆଣି ସେମାନଙ୍କ ଗୃହ ଦ୍ବାରର ଚାରିପାଖରେ ଲଗାଇବାକୁ କହିଥିଲେ, ଏବଂ ମାଂସ ପୋଡି କରି ଓ ତାଡିଶୂନ୍ୟ (ତାଡି ମିଶି ନ…

ପରମେଶ୍ଵର ଇସ୍ରାଏଲୀୟମାନଙ୍କୁ ମେଷଶାବକର କିଛି ରକ୍ତ ଆଣି ସେମାନଙ୍କ ଗୃହ ଦ୍ବାରର ଚାରିପାଖରେ ଲଗାଇବାକୁ କହିଥିଲେ, ଏବଂ ମାଂସ ପୋଡି କରି ଓ ତାଡିଶୂନ୍ୟ (ତାଡି ମିଶି ନ ଥିବା) ରୋଟି ଶୀଘ୍ର ଖାଇବାକୁ କହିଥିଲେ ।ସେମାନେ ଖାଇ ସାରିଲା ପରେ ମିଶରକୁ ଛାଡିବା ନିମନ୍ତେ ପ୍ରସ୍ତୁତ ହେବାକୁ ମଧ୍ୟ ସେ କହିଥିଲେ ।

ନିସ୍ତାର ପର୍ବ: ଇଶ୍ଵର ଯେପରି ସେମାନଙ୍କୁ କରିବା ପାଇଁ ଆଜ୍ଞା ଦେଇଥିଲେ ଇସ୍ରାଏଲୀୟମାନେ ସମସ୍ତ କାର୍ଯ୍ୟକୁ କଲେ ।ମଧ୍ୟରାତ୍ରିରେ, ଈଶ୍ଵର ମିଶର ମଧ୍ୟ ଦେଇ ଗମନ କରି ପ୍ରଥମଜାତ ସମସ୍ତଙ୍କୁ…

ଇଶ୍ଵର ଯେପରି ସେମାନଙ୍କୁ କରିବା ପାଇଁ ଆଜ୍ଞା ଦେଇଥିଲେ ଇସ୍ରାଏଲୀୟମାନେ ସମସ୍ତ କାର୍ଯ୍ୟକୁ କଲେ ।ମଧ୍ୟରାତ୍ରିରେ, ଈଶ୍ଵର ମିଶର ମଧ୍ୟ ଦେଇ ଗମନ କରି ପ୍ରଥମଜାତ ସମସ୍ତଙ୍କୁ ବଧ କଲେ ।

ନିସ୍ତାର ପର୍ବ: ଇସ୍ରାଏଲୀୟମାନଙ୍କର ଗୃହଗୁଡିକର ଦ୍ଵାର ଚାରିପାଖରେ ରକ୍ତ ଲାଗିଥିଲା, ତେଣୁ ଈଶ୍ଵର ସେଗୁଡିକୁ ଛାଡି ଦେଲେ । ଗୃହ ଭିତରେ ସମସ୍ତେ ସୁରକ୍ଷିତ ଥିଲେ ।ମେଷଶାବକର ରକ୍ତ ଯୋଗୁଁ…

ଇସ୍ରାଏଲୀୟମାନଙ୍କର ଗୃହଗୁଡିକର ଦ୍ଵାର ଚାରିପାଖରେ ରକ୍ତ ଲାଗିଥିଲା, ତେଣୁ ଈଶ୍ଵର ସେଗୁଡିକୁ ଛାଡି ଦେଲେ । ଗୃହ ଭିତରେ ସମସ୍ତେ ସୁରକ୍ଷିତ ଥିଲେ ।ମେଷଶାବକର ରକ୍ତ ଯୋଗୁଁ ସେମାନେ ଉଦ୍ଧାର ପାଇଥିଲେ ।

ନିସ୍ତାର ପର୍ବ: କିନ୍ତୁ ମିଶରୀୟମାନେ ଈଶ୍ବରଙ୍କୁ ବା ତାହାଙ୍କ ଆଜ୍ଞାଗୁଡିକୁ ବିଶ୍ବାସ କଲେ ନାହିଁ ।ତେଣୁ ଈଶ୍ବର ସେମାନଙ୍କ ଗୃହଗୁଡିକୁ ଛାଡିଲେ ନାହିଁ ।ପରମେଶ୍ଵର ମିଶରୀୟମାନଙ୍କ ପ୍ରତ୍ୟେକ…

କିନ୍ତୁ ମିଶରୀୟମାନେ ଈଶ୍ବରଙ୍କୁ ବା ତାହାଙ୍କ ଆଜ୍ଞାଗୁଡିକୁ ବିଶ୍ବାସ କଲେ ନାହିଁ ।ତେଣୁ ଈଶ୍ବର ସେମାନଙ୍କ ଗୃହଗୁଡିକୁ ଛାଡିଲେ ନାହିଁ ।ପରମେଶ୍ଵର ମିଶରୀୟମାନଙ୍କ ପ୍ରତ୍ୟେକ ପ୍ରଥମଜାତକୁ ବଧ କଲେ ।

ନିସ୍ତାର ପର୍ବ: ପ୍ରତ୍ୟେକ ମିଶରୀୟମାନଙ୍କ ସମସ୍ତ ପ୍ରଥମଜାତ ନରର ମୃତ୍ୟୁ ହେଲା, କାରାଗାରରେ ବନ୍ଦୀର ପ୍ରଥମଜାତଠାରୁ ଫାରୋଙ୍କର ପ୍ରଥମଜାତ ସମସ୍ତେ ମଲେ ।ଅନେକ ମିଶରୀୟ ସେମାନଙ୍କର ଗଭୀର…

ପ୍ରତ୍ୟେକ ମିଶରୀୟମାନଙ୍କ ସମସ୍ତ ପ୍ରଥମଜାତ ନରର ମୃତ୍ୟୁ ହେଲା, କାରାଗାରରେ ବନ୍ଦୀର ପ୍ରଥମଜାତଠାରୁ ଫାରୋଙ୍କର ପ୍ରଥମଜାତ ସମସ୍ତେ ମଲେ ।ଅନେକ ମିଶରୀୟ ସେମାନଙ୍କର ଗଭୀର ଦୁଃଖ ଯୋଗୁଁ କ୍ରନ୍ଦନ ଓ ବିଳାପ କରିଥିଲେ।

ନିସ୍ତାର ପର୍ବ: ସେହି ରାତ୍ରିରେ ଫାରୋ ମୋଶା ଓ ହାରୋଣଙ୍କୁ ଡାକି କହିଲେ “ଇସ୍ରାଏଲୀୟମାନଙ୍କୁ ନେଇ ଶୀଘ୍ର ମିଶର ଛାଡି ପଳାଅ!”ମିଶରୀୟ ଲୋକମାନେ ମଧ୍ୟ ଇସ୍ରାଏଲୀୟମାନଙ୍କୁ ସାଙ୍ଗେ ସାଙ୍ଗେ…

ସେହି ରାତ୍ରିରେ ଫାରୋ ମୋଶା ଓ ହାରୋଣଙ୍କୁ ଡାକି କହିଲେ “ଇସ୍ରାଏଲୀୟମାନଙ୍କୁ ନେଇ ଶୀଘ୍ର ମିଶର ଛାଡି ପଳାଅ!”ମିଶରୀୟ ଲୋକମାନେ ମଧ୍ୟ ଇସ୍ରାଏଲୀୟମାନଙ୍କୁ ସାଙ୍ଗେ ସାଙ୍ଗେ ମିଶର ଛାଡି ପଳାଇଯିବା ନିମନ୍ତେ ଅନୁରୋଧ କଲେ ।

ଉତ୍ସ: Open Bible Stories © unfoldingWord · Open Bible Stories: Door43 World Missions Community, CC BY-SA 4.0 · © Sweet Publishing, CC BY-SA 3.0 · ଉତ୍ସ ଓ ଅଧିକାର

ବାଇବେଲ କାହାଣୀ

ପରବର୍ତ୍ତୀ କାହାଣୀ

ବାଇବେଲ କାହାଣୀ