Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ବାଇବେଲ କାହାଣୀ › ଯୀଶୁ ଅନ୍ୟ କାହାଣୀଗୁଡିକ ବା ଦୃଷ୍ଟାନ୍ତମାନଙ୍କ ଦ୍ଵ।ରା ଶିକ୍ଷା ଦିଅନ୍ତି

ବାଇବେଲ କାହାଣୀ · 50ଟି ମଧ୍ୟରୁ କାହାଣୀ 34

ଯୀଶୁ ଅନ୍ୟ କାହାଣୀଗୁଡିକ ବା ଦୃଷ୍ଟାନ୍ତମାନଙ୍କ ଦ୍ଵ।ରା ଶିକ୍ଷା ଦିଅନ୍ତି

ବାଇବେଲରେ କାହାଣୀଟି

ଯୀଶୁ ଅନ୍ୟ କାହାଣୀଗୁଡିକ ବା ଦୃଷ୍ଟାନ୍ତମାନଙ୍କ ଦ୍ଵ।ରା ଶିକ୍ଷା ଦିଅନ୍ତି: ଈଶ୍ଵରଙ୍କ ରାଜ୍ୟ ବିଷୟରେ ଯୀଶୁ ଆହୁରି ଅନେକ କାହାଣୀଗୁଡିକୁ କହିଲେ ।ଉଦାହରଣ ସ୍ଵରୂପ, ସେ କହିଲେ “ସ୍ଵର୍ଗରାଜ୍ୟ…

ଈଶ୍ଵରଙ୍କ ରାଜ୍ୟ ବିଷୟରେ ଯୀଶୁ ଆହୁରି ଅନେକ କାହାଣୀଗୁଡିକୁ କହିଲେ ।ଉଦାହରଣ ସ୍ଵରୂପ, ସେ କହିଲେ “ସ୍ଵର୍ଗରାଜ୍ୟ ହେଉଛି ଏକ ସୋରିଷ ବୀଜ ପରି ଯାହା କେହି ଜଣେ ତାହାର କ୍ଷେତରେ ରୋପଣ କଲା ।ତୁମ୍ଭେମାନେ ଜାଣ ଯେ ସୋରିଷ ବୀଜ ସମସ୍ତ ବୀଜଠାରୁ କ୍ଷୁଦ୍ର ଅଟେ ।“

ଯୀଶୁ ଅନ୍ୟ କାହାଣୀଗୁଡିକ ବା ଦୃଷ୍ଟାନ୍ତମାନଙ୍କ ଦ୍ଵ।ରା ଶିକ୍ଷା ଦିଅନ୍ତି: “କିନ୍ତୁ ଯେତେବେଳେ ସୋରିଷ ବୀଜ ବୃଦ୍ଧି ପାଏ, ଏହା ସମସ୍ତ ଉଦ୍ୟାନ ବୃକ୍ଷ ଅପେକ୍ଷା ଏତେ ଅଧିକ ବୃହତ୍ ହୋଇଥାଏ ଯେ…

“କିନ୍ତୁ ଯେତେବେଳେ ସୋରିଷ ବୀଜ ବୃଦ୍ଧି ପାଏ, ଏହା ସମସ୍ତ ଉଦ୍ୟାନ ବୃକ୍ଷ ଅପେକ୍ଷା ଏତେ ଅଧିକ ବୃହତ୍ ହୋଇଥାଏ ଯେ ପକ୍ଷୀମାନେ ଆସି ତାହାର ଶାଖାଗୁଡିକରେ ବାସ କରନ୍ତି ।”

ଯୀଶୁ ଅନ୍ୟ କାହାଣୀଗୁଡିକ ବା ଦୃଷ୍ଟାନ୍ତମାନଙ୍କ ଦ୍ଵ।ରା ଶିକ୍ଷା ଦିଅନ୍ତି: ଯୀଶୁ ଆଉ ଏକ କାହାଣୀ କହିଲେ “ଈଶ୍ଵରଙ୍କ ରାଜ୍ୟ ଏକ ଖମୀର ପରି ଯାହା ଜଣେ ସ୍ତ୍ରୀ ନେଇ ମଇଦାର ସର୍ବତ୍ର…

ଯୀଶୁ ଆଉ ଏକ କାହାଣୀ କହିଲେ “ଈଶ୍ଵରଙ୍କ ରାଜ୍ୟ ଏକ ଖମୀର ପରି ଯାହା ଜଣେ ସ୍ତ୍ରୀ ନେଇ ମଇଦାର ସର୍ବତ୍ର ବ୍ୟାପିଯିବା ପର୍ଯ୍ୟନ୍ତ କିଛି ମଇଦାରେ ମିଶାଏ ।”

ଯୀଶୁ ଅନ୍ୟ କାହାଣୀଗୁଡିକ ବା ଦୃଷ୍ଟାନ୍ତମାନଙ୍କ ଦ୍ଵ।ରା ଶିକ୍ଷା ଦିଅନ୍ତି: “ଈଶ୍ଵରଙ୍କ ରାଜ୍ୟ ଆହୁରି ମଧ୍ୟ ଗୁପ୍ତଧନ ପରି ଯାହା ଜଣେ ନେଇ ଏକ କ୍ଷେତରେ ଲୁଚାଇ ରଖିଲା ।ଅନ୍ୟ ଜଣେ ବ୍ୟକ୍ତି…

“ଈଶ୍ଵରଙ୍କ ରାଜ୍ୟ ଆହୁରି ମଧ୍ୟ ଗୁପ୍ତଧନ ପରି ଯାହା ଜଣେ ନେଇ ଏକ କ୍ଷେତରେ ଲୁଚାଇ ରଖିଲା ।ଅନ୍ୟ ଜଣେ ବ୍ୟକ୍ତି ଏହି ଗୁପ୍ତଧନକୁ ପାଇଲା ଓ ପୁନର୍ବାର ପୋତି ପକାଇଲା ।ସେ ଆନନ୍ଦରେ ଏତେ ବିଭୋର ହୋଇଗଲା ଯେ ସେ ଯାଇ ସମସ୍ତ ଜିନିଷ ବିକ୍ରୟ କଲା ଏବଂ ସେହି କ୍ଷେତକୁ କ୍ରୟ କରିବା ପାଇଁ ସେହି ଅର୍ଥକୁ ବ୍ୟବହାର କଲା ।”

ଯୀଶୁ ଅନ୍ୟ କାହାଣୀଗୁଡିକ ବା ଦୃଷ୍ଟାନ୍ତମାନଙ୍କ ଦ୍ଵ।ରା ଶିକ୍ଷା ଦିଅନ୍ତି: “ଈଶ୍ଵରଙ୍କ ରାଜ୍ୟ ଏକ ବହୁମୂଲ୍ୟ ମଣି ସଦୃଶ ।ଯେତେବେଳେ ଜଣେ ମଣି ବ୍ୟବସାୟୀ ଏହା ଦେଖିଲା, ସେ ଯାଇ ଆପଣାର ସମସ୍ତ…

“ଈଶ୍ଵରଙ୍କ ରାଜ୍ୟ ଏକ ବହୁମୂଲ୍ୟ ମଣି ସଦୃଶ ।ଯେତେବେଳେ ଜଣେ ମଣି ବ୍ୟବସାୟୀ ଏହା ଦେଖିଲା, ସେ ଯାଇ ଆପଣାର ସମସ୍ତ ବିକ୍ରୟ କରି ଏହାକୁ କ୍ରୟ କରିବା ନିମନ୍ତେ ସେହି ଅର୍ଥକୁ ବ୍ୟବହାର କଲା ।“

ଯୀଶୁ ଅନ୍ୟ କାହାଣୀଗୁଡିକ ବା ଦୃଷ୍ଟାନ୍ତମାନଙ୍କ ଦ୍ଵ।ରା ଶିକ୍ଷା ଦିଅନ୍ତି: ତା’ପରେ ଯୀଶୁ ଲୋକମାନଙ୍କୁ, ନିଜର ଉତ୍ତମ କାର୍ଯ୍ୟ ଉପରେ ବିଶ୍ଵାସ ରଖି ଅନ୍ୟମାନଙ୍କୁ ତୁଚ୍ଛ କରୁଥିବା ବିଷୟରେ…

ତା’ପରେ ଯୀଶୁ ଲୋକମାନଙ୍କୁ, ନିଜର ଉତ୍ତମ କାର୍ଯ୍ୟ ଉପରେ ବିଶ୍ଵାସ ରଖି ଅନ୍ୟମାନଙ୍କୁ ତୁଚ୍ଛ କରୁଥିବା ବିଷୟରେ ଏକ କାହାଣୀ କହିଲେ ।ସେ କହିଲେ “ଦୁଇଜଣ ବ୍ୟକ୍ତି ପ୍ରାର୍ଥନା କରିବା ନିମନ୍ତେ ମନ୍ଦିରକୁ ଗଲେ ।ସେମାନଙ୍କ ମଧ୍ୟରୁ ଜଣେ କରଗ୍ରାହୀ ଓ ଅନ୍ୟଜଣେ ଧାର୍ମିକ ଗୁରୁ ।”

ଯୀଶୁ ଅନ୍ୟ କାହାଣୀଗୁଡିକ ବା ଦୃଷ୍ଟାନ୍ତମାନଙ୍କ ଦ୍ଵ।ରା ଶିକ୍ଷା ଦିଅନ୍ତି: “ସେହି ଧାର୍ମିକ ଗୁରୁ ଏହି ପ୍ରକାର ପ୍ରାର୍ଥନା କଲା “ହେ ଈଶ୍ଵର ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି ଯେ ଅନ୍ୟ…

“ସେହି ଧାର୍ମିକ ଗୁରୁ ଏହି ପ୍ରକାର ପ୍ରାର୍ଥନା କଲା “ହେ ଈଶ୍ଵର ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି ଯେ ଅନ୍ୟ ଲୋକମାନଙ୍କ ପରି ମୁଁ ପାପୀ ନୁହେଁ, ଯେପରିକି ଜଣେ ଡକାୟତ, ଅଧାର୍ମିକ, ବ୍ୟଭିଚାରୀ କିମ୍ବା ଏହି କରଗ୍ରାହୀ ପରି ସୁଦ୍ଧା ନୁହେଁ ।”

ଯୀଶୁ ଅନ୍ୟ କାହାଣୀଗୁଡିକ ବା ଦୃଷ୍ଟାନ୍ତମାନଙ୍କ ଦ୍ଵ।ରା ଶିକ୍ଷା ଦିଅନ୍ତି: “ଉଦାହରଣ ସ୍ଵରୂପ, ମୁଁ ସପ୍ତାହରେ ଦୁଇଥର ଉପବାସ କରେ ଏବଂ ଆୟ କରିଥିବା ଅର୍ଥ ଓ ଜିନିଷର ସମସ୍ତ ଦଶ ଅଂଶ ଦିଏ ।”

“ଉଦାହରଣ ସ୍ଵରୂପ, ମୁଁ ସପ୍ତାହରେ ଦୁଇଥର ଉପବାସ କରେ ଏବଂ ଆୟ କରିଥିବା ଅର୍ଥ ଓ ଜିନିଷର ସମସ୍ତ ଦଶ ଅଂଶ ଦିଏ ।”

ଯୀଶୁ ଅନ୍ୟ କାହାଣୀଗୁଡିକ ବା ଦୃଷ୍ଟାନ୍ତମାନଙ୍କ ଦ୍ଵ।ରା ଶିକ୍ଷା ଦିଅନ୍ତି: “କିନ୍ତୁ କରଗ୍ରାହୀ ଧାର୍ମିକ ଗୁରୁଠାରୁ ବହୁ ଦୂରରେ ଠିଆ ହେଲା, ଏବଂ ସ୍ବର୍ଗ ଆଡେ ଉର୍ଦ୍ଧ୍ବଦୃଷ୍ଟି କରିବାକୁ…

“କିନ୍ତୁ କରଗ୍ରାହୀ ଧାର୍ମିକ ଗୁରୁଠାରୁ ବହୁ ଦୂରରେ ଠିଆ ହେଲା, ଏବଂ ସ୍ବର୍ଗ ଆଡେ ଉର୍ଦ୍ଧ୍ବଦୃଷ୍ଟି କରିବାକୁ ସାହସ କଲାନାହିଁ ।ବରଂ ସେ ଆପଣା ଛାତିରେ ହାତର ପାପୁଲି ଦ୍ଵ।ରା ବିଧା ମାରିଲା, ଏବଂ ପ୍ରାର୍ଥନା କଲା, “ହେ ଈଶ୍ଵର, ଦୟାକରି ମୋ ପ୍ରତି ଦୟାଳୁ ହୁଅ, କାରଣ ମୁଁ ଜଣେ ପାପୀ ମନୁଷ୍ୟ ।”

ଯୀଶୁ ଅନ୍ୟ କାହାଣୀଗୁଡିକ ବା ଦୃଷ୍ଟାନ୍ତମାନଙ୍କ ଦ୍ଵ।ରା ଶିକ୍ଷା ଦିଅନ୍ତି: ତେବେ ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଈଶ୍ଵର କରଗ୍ରାହୀର ପ୍ରାର୍ଥନା ଶୁଣିଲେ ଏବଂ ତାକୁ ଧାର୍ମିକ…

ତେବେ ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଈଶ୍ଵର କରଗ୍ରାହୀର ପ୍ରାର୍ଥନା ଶୁଣିଲେ ଏବଂ ତାକୁ ଧାର୍ମିକ ଗଣନା କଲେ ।କିନ୍ତୁ ସେ ଧାର୍ମିକ ଗୁରୁର ପ୍ରାର୍ଥନା ଶୁଣିଲେ ନାହିଁ। ଯିଏ ନିଜକୁ ଉଚ୍ଚ ଦେଖାଇଥାଏ, ଈଶ୍ଵର ତାହାକୁ ନତ କରିବେ, ଏବଂ ଯେକେହି ନିଜକୁ ନତ କରି ଦେଖାଏ ଈଶ୍ଵର ତାହାକୁ ଉନ୍ନତ କରିବେ ।

ଉତ୍ସ: Open Bible Stories © unfoldingWord · Open Bible Stories: Door43 World Missions Community, CC BY-SA 4.0 · © Sweet Publishing, CC BY-SA 3.0 · ଉତ୍ସ ଓ ଅଧିକାର

ବାଇବେଲ କାହାଣୀ

ପରବର୍ତ୍ତୀ କାହାଣୀ

ବାଇବେଲ କାହାଣୀ