ଅନୁସନ୍ଧାନ › ମାର୍ଗ › ହାନ୍ନା ଶୀଲୋକୁ ଯାଆନ୍ତି
ମାର୍ଗ
ହାନ୍ନା ଶୀଲୋକୁ ଯାଆନ୍ତି
ରାମାରୁ ଶୀଲୋରେ ସଦାପ୍ରଭୁଙ୍କ ଗୃହ ପର୍ଯ୍ୟନ୍ତ · 4ଟି ବିରାମ · ସିଧା ରେଖାରେ ≈ 70 କି.ମି.
ଯେଉଁଠାରେ ରେଖା ଭୂମିର ଗଠନ ଅନୁସରଣ କରେ, ସେଠାରେ ତାହା ଜଣେ ପଣ୍ଡିତ ପୁନର୍ଗଠନ କରିଥିବା ସମ୍ଭାବ୍ୟ ରାସ୍ତା। ଦୂରତା ବିରାମଗୁଡ଼ିକ ମଧ୍ୟରେ ସିଧା ରେଖାରେ, ଆନୁମାନିକ; ପାଦରେ ଦିନ ପ୍ରତିଦିନ ପ୍ରାୟ 30 କି.ମି. ଧରି ଗଣାଯାଇଛି।
ବିରାମସ୍ଥଳ
- ରାମାଥୟିମ୍ସୂଫୀମରପ୍ର.ଶା 1:1
ଇଫ୍ରୟିମ-ପର୍ବତମୟ ଦେଶସ୍ଥ ରାମାଥୟିମ୍ସୂଫୀମର ଏକ ଇଫ୍ରୟିମୀୟ ଲୋକ ଥିଲା, ତାହାର ନାମ ଇଲ୍କାନା, ସେ ସୂଫର ବୃଦ୍ଧ ପ୍ରପୌତ୍ର, ତୋହର ପ୍ରପୌତ୍ର, ଇଲୀହୂର ପୁତ୍ର, ଯିରୋହମର ପୁତ୍ର;
- ଶୀଲୋପ୍ର.ଶା 1:3
ସେହି ବ୍ୟକ୍ତି ବର୍ଷକୁ ବର୍ଷ ସୈନ୍ୟାଧିପତି ସଦାପ୍ରଭୁଙ୍କ ନିକଟରେ ଆରାଧନା ଓ ବଳିଦାନ କରିବା ନିମନ୍ତେ ଆପଣା ନଗରରୁ ଶୀଲୋକୁ ଯାଉଥାଏ। ସେହି ସ୍ଥାନରେ ଏଲିଙ୍କର ଦୁଇ ପୁତ୍ର ହଫ୍ନି ଓ ପୀନହସ୍ ସଦାପ୍ରଭୁଙ୍କ ଯାଜକ ଥିଲେ।
- ରାମାପ୍ର.ଶା 1:19
ଏଉତ୍ତାରେ ସେମାନେ ଅତି ପ୍ରଭାତରେ ଉଠି ସଦାପ୍ରଭୁଙ୍କ ଆରାଧନା କରି ଫେରିଲେ ଓ ଆପଣାମାନଙ୍କ ବାସସ୍ଥାନ ରାମାକୁ ଆସିଲେ; ଆଉ ଇଲ୍କାନା ଆପଣା ଭାର୍ଯ୍ୟା ହାନ୍ନାର ସହବାସ କରନ୍ତେ, ସଦାପ୍ରଭୁ ତାହାକୁ ସ୍ମରଣ କଲେ।
- ଶୀଲୋପ୍ର.ଶା 1:24
ଏଥିଉତ୍ତାରେ ସେ ତାହାକୁ ସ୍ତନ୍ୟପାନ ତ୍ୟାଗ କରାନ୍ତେ, ତିନି ଗୋବତ୍ସ ଓ ଏକ ଐଫା ମଇଦା ଓ ଏକ କୁମ୍ପା ଦ୍ରାକ୍ଷାରସ ସହିତ ତାହାକୁ ଶୀଲୋସ୍ଥିତ ସଦାପ୍ରଭୁଙ୍କ ଗୃହକୁ ଆଣିଲା; ସେତେବେଳେ ବାଳକ ଅଳ୍ପ ବୟସ୍କ ଥିଲା।
ରେଖାଗୁଡ଼ିକ ପାଠର କ୍ରମରେ ବିରାମସ୍ଥଳଗୁଡ଼ିକୁ ଯୋଡ଼େ। ଯେଉଁଠାରେ ରେଖା ଭୂମିର ଗଠନ ଅନୁସରଣ କରେ, ତାହା ଜଣେ ପଣ୍ଡିତ ପୁନର୍ଗଠନ କରିଥିବା ସମ୍ଭାବ୍ୟ ପଥ; ଅନ୍ୟତ୍ର ସିଧା ରେଖା — ପଥ ଜଣା ନାହିଁ। ଦୂରତା ବିରାମସ୍ଥଳ ମଧ୍ୟରେ ସିଧା ରେଖାରେ। ଭଙ୍ଗା ରେଖା: ଜାହାଜରେ। ଫିକା: ସ୍ଥାନ ଅନିଶ୍ଚିତ।
ପ୍ରତ୍ୟେକ ବିନ୍ଦୁ ସବୁଠାରୁ ସମ୍ଭାବ୍ୟ ଅବସ୍ଥାନ; ଫିକା ବିନ୍ଦୁ ଅର୍ଥ ଚିହ୍ନଟ ଅନିଶ୍ଚିତ। ଅବସ୍ଥାନ ଅଜ୍ଞାତ ଥିବା ସ୍ଥାନ ମାନଚିତ୍ରରେ ନାହିଁ।
ଉତ୍ସ: OpenBible.info, CC BY 4.0 · UBS Bible Routes, Dr Leen Ritmeyer © United Bible Societies 2023, CC BY-SA 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର