ଅନୁସନ୍ଧାନ › ତୀର୍ଥଯାତ୍ରୀ › ସୀନୟ › ଜେବେଲ ତାହୁନା
ସୀନୟ · ବିରାମ 4 · ଦିନ 1
ଜେବେଲ ତାହୁନା
ବାଇବେଲରେ
ରଫୀଦୀମରେ ଅମାଲେକ ଆକ୍ରମଣ କରିବା ବେଳେ ମୋଶା ପରମେଶ୍ୱରଙ୍କ ଯଷ୍ଟି ଧରି ପାହାଡ଼ ଶିଖରରେ ଠିଆ ହେଲେ; ହାରୋଣ ଓ ହୂର ତାଙ୍କ ହାତ ଟେକି ଧରିଥିବା ବେଳେ ଯିହୋଶୂୟ ଜୟୀ ହେଲେ।
ସେହି ସମୟରେ ଅମାଲେକ ଆସି ରଫୀଦୀମରେ ଇସ୍ରାଏଲ ସହିତ ଯୁଦ୍ଧ କଲେ। ତହିଁରେ ମୋଶା ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ଲୋକ ମନୋନୀତ କରି ଅମାଲେକ ସହିତ ଯୁଦ୍ଧ କରିବାକୁ ଯାଅ; ଆସନ୍ତାକାଲି ମୁଁ ଆପଣା ହସ୍ତରେ ପରମେଶ୍ୱରଙ୍କ ଯଷ୍ଟି ଘେନି ପର୍ବତ ଶୃଙ୍ଗରେ ଠିଆ ହେବି।” ତହୁଁ ମୋଶାଙ୍କ ଆଜ୍ଞାନୁସାରେ ଯିହୋଶୂୟ ଅମାଲେକ ସହିତ ଯୁଦ୍ଧ କଲେ, ପୁଣି, ମୋଶା ଓ ହାରୋଣ, ହୂର ପର୍ବତ ଶୃଙ୍ଗରେ ଆରୋହଣ କଲେ। ପୁଣି, ମୋଶା ଆପଣା ହସ୍ତ ଊର୍ଦ୍ଧ୍ୱକୁ ଟେକିଥିବା ସମୟରେ ଇସ୍ରାଏଲ ଜୟୀ ହେଲେ ଓ ସେ ଆପଣା ହସ୍ତ ନୁଆଁଇଥିବା ସମୟରେ ଅମାଲେକ ଜୟୀ ହେଲେ। ମାତ୍ର ମୋଶାଙ୍କର ହସ୍ତ ଭାରୀ ହେଲା; ଏହେତୁ ସେମାନେ ଖଣ୍ଡିଏ ପ୍ରସ୍ତର ଆଣି ତାହା ତଳେ ରଖନ୍ତେ, ମୋଶା ତହିଁ ଉପରେ ବସିଲେ, ପୁଣି, ହାରୋଣ ଓ ହୂର ଜଣେ ଏପାଖେ ଆଉ ଜଣେ ସେପାଖେ ତାଙ୍କର ହାତ ଟେକି ଧରିଲେ; ତହିଁରେ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ତାଙ୍କର ହସ୍ତ ସ୍ଥିର ରହିଲା। ଏଣୁ ଯିହୋଶୂୟ ଅମାଲେକକୁ ଓ ତାହାର ଲୋକମାନଙ୍କୁ ଖଡ୍ଗଧାରରେ ପରାସ୍ତ କଲେ।ପରମ୍ପରା
ବାଇଜାଣ୍ଟାଇନ ପରମ୍ପରା ଅନୁସାରେ, ମରୂଦ୍ୟାନ ଉପରେ ଏହି ପାହାଡ଼ରେ ମୋଶା ଯୁଦ୍ଧ ସମୟରେ ପ୍ରାର୍ଥନା କରିଥିଲେ; ଶିଖରରେ ଏକ ଉପାସନାଗୃହର ଭଗ୍ନାବଶେଷ ରହିଛି।
ଆଜି ଏଠାରେ
ଫେଇରାନର ଖଜୁରୀ ବଣ ଉପରେ ଏକ ପଥୁରିଆ ପାହାଡ଼, ଏକ ପଥୁରିଆ ବାଟ ଦେଇ ଚଢ଼ିହୁଏ।
ଯାତ୍ରା ପୂର୍ବରୁ ଆପଣଙ୍କ ଦେଶର ଯାତ୍ରା ପରାମର୍ଶ ଯାଞ୍ଚ କରନ୍ତୁ। ଖୋଲା ସମୟ ଓ ସ୍ଥାନଗୁଡ଼ିକର ନିୟମ ବଦଳେ — ସେମାନଙ୍କ ସରକାରୀ ପୃଷ୍ଠା ଦେଖନ୍ତୁ।
ଉତ୍ସ: OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର